ପ୍ରଧାନମନ୍ତ୍ରୀ ଭାଦିନାର ଠାରେ ପାଇପଲାଇନ ପ୍ରକଳ୍ପ ଏବଂ ରେଳ ବିଦ୍ୟୁତିକରଣ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ରାଜକୋଟରେ ଆୟୋଜିତ ଏହି ସାର୍ବଜନୀନ ସମାରୋହରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ, ସଡ଼କ, ରେଳ, ଶକ୍ତି, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ପର୍ଯ୍ୟଟନ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରି ୪୮,୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ଶିଳାନ୍ୟାସ କରିବେ । ଦେଶରେ ତୃତୀୟ ସ୍ତରୀୟ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ରାଜକୋଟ, ଭଟିଣ୍ଡା (ପଞ୍ଜାବ), ରାୟବରେଲି (ଉତ୍ତର ପ୍ରଦେଶ), କଲ୍ୟାଣୀ (ପଶ୍ଚିମବଙ୍ଗ) ଏବଂ ମଙ୍ଗଳାଗିରି (ଆନ୍ଧ୍ରପ୍ରଦେଶ)ରେ ଥିବା ପାଞ୍ଚଟି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ।
ଅଧିକ ପଢନ୍ତୁ ଭାରତ ଖବର