ଅଧିକ ପଢନ୍ତୁ ଖେଳ ଖବର
ଓଡିଶାରୁ ରୋଶନ ପ୍ରଧାନ, ନିଖିଲ ରଞ୍ଜନ ବେହେରା, ରାହୁଲ ପାତ୍ର, ଦିବ୍ୟରଞ୍ଜନ ସ୍ଵର୍ଣ୍ଣପଦକ ଜିତିଥିବା ବେଳେ ଲବ ମହାନନ୍ଦୀ, ସୁନୀଲ ନାୟକ, ସୁଦୀପ ମହାରଣା, ଶରତ ମିଶ୍ର, ସୋମନାଥ ପଟନାୟକ ରୌପ୍ୟପଦକ, ଏବଂ ଦୁଷ୍ମନ୍ତ ସାହୁ, ସଂଜୟ ନାୟକ,ସୁମନ୍ତ କୁମାର ସାହୁ କାଂସ୍ୟ ପଦକ ହାସଲ କରିଛନ୍ତି । ସେହିଭଳି ମହିଳା ବର୍ଗରେ ଦେବସ୍ମିତା ରଥ, ସୁନିତା ନାୟକ ସ୍ଵର୍ଣ୍ଣପଦକ ସହ ବନାନୀ ବିଶ୍ୱାସ, ଡଲି ପୁଜାରି ରୌପ୍ୟ ପଦକ ଏବଂ କଲ୍ୟାଣୀ ସିଂହ,ସାଗରିକା ରାୟ କାଂସ୍ୟ ପଦକ ହାସଲ କରିଛନ୍ତି । ଓଡିଶାର ଉର୍ମିଳା ବେହେରା ମାଷ୍ଟର ବର୍ଗରେ ସ୍ଵର୍ଣ୍ଣ ଜିତି ଷ୍ଟ୍ରଙ୍ଗ ଓମେନ ବିବେଚିତ ହୋଇଛନ୍ତି । ତେବେ ଏହି ପ୍ରତିଯୋଗିତାରେ ଓଡିଶା ୨୭ ପଦକ ସହ ଚାମ୍ପିୟନ ହୋଇଛି ।