ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣ ବାହାରେ । ବନ୍ୟା, ବର୍ଷା ଓ ଭୂସ୍ଖଳନ ଯୋଗୁଁ କେନ୍ଦ୍ରୀୟ ଏବଂ ପୂର୍ବ ଜିଲ୍ଲା ଗୁଡ଼ିକ ଅଧିକ ପ୍ରଭାବିତ ହୋଇଛି । କାଠମାଣ୍ଡୁ ଉପତ୍ୟକାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏଠାରେ 37 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 226ଟି ଘର ଜଳମଗ୍ନ ହୋଇଛି । କାବରେ ଜିଲ୍ଲାରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ 34 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 26 ଜଣ ନିଖୋଜ ଅଛନ୍ତି । ବର୍ଷା ଯୋଗୁଁ ଭୂସ୍ଖଳନ ହେତୁ କାଠମାଣ୍ଡୁକୁ ପ୍ରବେଶ ପଥ ମଧ୍ୟ ବାଧାପ୍ରାପ୍ତ ହୋଇଛି ।
ନେପାଳର ତାତୋପାନି ସୀମାକୁ ଚୀନ୍ ସହ ସଂଯୋଗ କରୁଥିବା ଭୋଟେକୋସି ନଦୀରେ ଥିବା ବେଲି ବ୍ରିଜ୍ ଧୋଇ ଯାଇଛି । ଏହି ସେତୁ ଧୋଇଯିବା କାରଣରୁ ଭୋଟେକୋସି ଗ୍ରାମୀଣ ନଗର ପାଳିକାର ୱାର୍ଡ ୨ ଏବଂ 3ର ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପ୍ରଭାବିତ ଅଞ୍ଚଳରେ 20 ହଜାରରୁ ଉର୍ଦ୍ଧ୍ୱ ସୁରକ୍ଷା କର୍ମୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ନେପାଳରେ ସବୁ ଶିକ୍ଷାନୁଷ୍ଠାନକୁ ତିନି ଦିନ ଛୁଟି ଘୋଷଣା କରିଛି ପ୍ରଶାସନ । ଏବେ ସୁଦ୍ଧା 3 ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି । ନେପାଳରେ ପ୍ରବଳ ବର୍ଷା ହେତୁ କାଠମାଣ୍ଡୁର ମୁଖ୍ୟନଦୀ ବାଗମତୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ୩ ଦିନ ପାଇଁ ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛି ପ୍ରଶାସନ ।