ଅର୍ଗସ ବ୍ୟୁରୋ:ଯେଉଁଆଡେ ଚାହିଁଲେ ପାଣି ହିଁ ପାଣି । ପୁରା ଗାଁରେ ଜଳ ପ୍ରଳୟ । ବନ୍ୟାର ଭ୍ରମ ସୃଷ୍ଟି କରୁଥିବା ଦୃଶ୍ୟ ଆଜି କାଲିର ନୁହେଁ, ଇଏ ବର୍ଷ ବର୍ଷର ସମସ୍ୟା । ଦୁର୍ଦ୍ଦଶା ଭୋଗୁଛନ୍ତି ୫୦ପରିବାର । ପ୍ରତି ମାସରେ ଦୁଇ ଥର ଗାଁ ଭିତରକୁ ମାଡ଼ି ଆସୁଛି ସମୁଦ୍ର ଆଉ ଚିଲିକା । ଆଉ ଆଖି ପିଛୁଳାକେ ପାଣିରେ ବୁଡି ଯାଉଛି ଗାଁ । ଦୀର୍ଘ ଦିନ ଧରି ଏମିତି ଜଳବନ୍ଦୀ ଜୀବନ ବିତାଇବାକୁ ପଡୁଛି । ଇଏ ଦୃଶ୍ୟ ହେଉଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଗାଁର । ଗାଁ ଦାଣ୍ଡ ହେଉ କି ଘର ଭିତର ଓ ବାହାର ସବୁଠି ଉଚ୍ଛୁଳା ପାଣିର ସୁଅ । ଫନି ବାତ୍ୟାରେ ସମୁଦ୍ରରେ ଚିଲିକାକୁ ଖୋଲିଛି ଅନେକ ନୂଆ ମୁହାଣ । ଯେଉଁ ମୁହାଣ ଦାରା ଚିଲିକା ଭିତରକୁ ପଶି ଆସୁଛି ସମୁଦ୍ର ପାଣି । ଆଉ ଚିଲିକା କୂଳରେ ଥିବା ଅରଖକୁଦା ଗାଁକୁ ବୁଡାଇ ଦେଉଛି । ଘେରିବନ୍ଧ ଦୁର୍ବଳ ସହ ମୁକୁଳା ଥିବାରୁ ଏଭଳି ସମସ୍ୟା ଉପୁଜୁଛି । ସେଥିପାଇଁ ଘେରିବନ୍ଧ ମରାମତି ସହ କର୍ଲଭଟ୍ ନିର୍ମାଣ ପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ଥକିଗଲେଣି । ପ୍ରତି ମୂହୂର୍ତ୍ତରେ ଭୟରେ ଜୀବନ କାଟୁଛନ୍ତି ଅରଖକୁଦାବାସୀ । ଦୀର୍ଘ ବର୍ଷ ହେଲା ବିଜେଡି ସରକାର ଅମଳରୁ ଗୁହାରି କରି ଆସୁଛନ୍ତି । ହେଲେ କୌଣସି ସମାଧାନ ହେଲାନି । ବିଜେପି ସରକାର ଶୁଣିବ ଦୁଃଖ ବୋଲି ଆଶାବାନ୍ଧି ବସିଛନ୍ତି ଅଞ୍ଚଳବାସୀ
ଅନୁଗୋଳ : ଅନୁଗୋଳରୁ ବଲାଙ୍ଗୀର ଯାଉଥିବା OSRTC ବସ୍ ଜରପଡା ଥାନା ଓଗୀ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ଖସି ପଡିଥିବା ବେଳେ 50 ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଯେ , OSRTC ବସ୍ ଟି ପ୍ରତ୍ୟେକ ଦିନ ଅନୁଗୋଳ ଜିଲ୍ଲାରୁ ବଲାଙ୍ଗୀର ଜିଲାକୁ ଭାୟା ମୁଣ୍ତାସାହି , ପାଇକୀସାହି , ଠାକୁରୁଗଡ ଓ ଆଠମଲ୍ଲିକ ଦେଇ ବଲାଙ୍ଗୀର ଯାଉଥିବା ବେଳେ ଆଜି ଜରପଡା ଥାନା ଓଗୀ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାର ୧୦ ଫୁଟ୍ ତଳକୁ ଖସି ଯାଇଥିବା ବେଳେ ୫୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଅଧିକ ପଢନ୍ତୁ ଓଡିଶା ଖବର
ଯାତ୍ରୀ ମାନଙ୍କୁ ସ୍ଥାନୀୟ ଲୋକେ ମାନେ ଉଦ୍ଧାର କରିଥିବା ବେଳେ ଘଟଣା ସ୍ଥଳରେ ଜରପଡା ପୋଲିସ ପହଞ୍ଚି ଛାନଭିନ୍ ଜାରିରଖିଛି ।
ରାୟଗଡା: ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାକୁ ୧୩ ଦିନ ପାର। ସନ୍ଦେହରେ ଥିବା ଡିଏଫଓ ଦେବେନ୍ଦ୍ର ବେହେରା ଏଯାଏଁ ଫେରାର। ଛୁଟି ସରିବାର ୮ ଦିନ ପରେ ବି ଅଫିସ୍ ଆସୁନାହାନ୍ତି ଡିଏଫଓ। ମୋବାଇଲ ଫୋନ୍ ବନ୍ଦ ରଖିବା ବଢ଼ାଇଲା ସନ୍ଦେହ। ଦୋଷୀଙ୍କୁ ଧରି ଦଣ୍ଡ ଦେବାକୁ ପୁଣି ନିବେଦନ କଲେ ସଂଜୟଙ୍କ ପରିବାର। କଳାହାଣ୍ଡି ଜାରିଙ୍ଗି ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟାକୁ 13 ଦିନ ପୁରିଥିଲେ ମଧ୍ୟ ଏଯାଏ ପୋଲିସକୁ ଧରାଛୁଆଁ ଦେଉନାହାନ୍ତି ଡିଏଫଓ ଦେବେନ୍ଦ୍ର ବେହେରା। ୨୨ ତାରିଖ ପର୍ଯ୍ୟନ୍ତ ଛୁଟିରେ ଥିଲେ ଦେବେନ୍ଦ୍ର। ହେଲେ ଛୁଟି ଅବଧି ୮ ଦିନ ତଳୁ ପୂରିଥିଲେ ବି ଏଯାଏ କାମରେ ଯୋଗ ଦେଇନାହନ୍ତି। ତାଙ୍କ ମୋବାଇଲ ଫୋନ୍ ବି ବନ୍ଦ। ଏପରିକି ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ବି କିଛି ନଜାଣଇ ରହିଛନ୍ତି ଅନୁପସ୍ଥିତି।
ଫଳରେ ସଂଜୟଙ୍କ ଆତ୍ମହତ୍ୟା ପଛରେ ଦେବେନ୍ଦ୍ରଙ୍କ ଭୂମିକା ନେଇ ଆହୁରି ବଢିଛି ସନ୍ଦେହ। ପୋଲିସର ଦୁଇଦୁଇଟି ନୋଟିସ ପରେ ମଧ୍ୟ କାହିଁକି ତଦନ୍ତର ସାମନା କରୁନାହାନ୍ତି ଡିଏଫଓ ତାକୁ ଉଠିଛି ବଡ଼ ପ୍ରଶ୍ନ । ପୂର୍ବରୁ ଡିଏଫଓ ଦେବେଦ୍ର ବେହେରା ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରୁଥିବା ନେଇ ଅଭିଯୋଗ କରିଥିଲେ ସଂଜୟଙ୍କ ପରିବାର। ସେପେଟେ ସଞ୍ଜୟଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଛି ପରିବାର। ବିଧବା ସ୍ତ୍ରୀ ଓ ଦେଢ଼ ବର୍ଷର ଦୁଇ ଯାଆଁଳା ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତାରେ ପରିବାର ଲୋକ। ସଂଜୟଙ୍କ ବିଧବା ପତ୍ନୀ ଗତ ୨୮ ତାରିଖ ଦିନ ସଂଜୟଙ୍କ ଅନ୍ତେଷ୍ଟି କ୍ରିୟା ସରିବା ପରେ, ପୁରୀର ଶ୍ବେତ ଗଙ୍ଗା ପୋଖରୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ।ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ନଣନ୍ଦ ମଧ୍ୟ ପାଣିରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକ ଓ ରାୟଗଡା ଅମ୍ବାଦଳାର କିଛି ଯୁବକ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ଏ ମାମଲାରେ ବନ ବିଭାଗ ପକ୍ଷରୁ ଗତ ୨୮ ତାରିଖରୁ ଆରମ୍ଭ ହୋଇଛି ବିଭାଗୀୟ ତଦନ୍ତ। ସିସିଏଫଓ ବିକାଶ ରଞ୍ଜନ ଦାଶ ରାୟଗଡ଼ା ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟରେ ତଦନ୍ତ କରିଥିଲେ । ରାୟଗଡା ପରେ, ଭବାନୀପାଟଣା ରେଞ୍ଜରେ ମଧ୍ୟ ତଦନ୍ତ ଜାରୀ ରହିଛି।
ଚାରା ରୋପଣ 24ବର୍ଷ ସରକାରର ସବୁଠୁ ବଡ ଦୁର୍ନୀତି। ସଞ୍ଜୟଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ, ଡିଏଫଓ ଦେବେନ୍ଦ୍ର ବେହେରା ଚାରା ରୋପଣ ବାବଦକୁ 7ଲକ୍ଷ ଟଙ୍କାର ପିସି ମାଗିଥିଲେ। ଟଙ୍କା ଦେଇନପାରିଲେ ଚାକିରିରୁ ବାହାର କରିଦେବା ଏବଂ ବଦଳି କରିଦେବାର ଧମକ ବି ଦେଉଥିଲେ । ବାଧ୍ୟହୋଇ ସଞ୍ଜୟ ଡିଏଫଓଙ୍କୁ 2ଲକ୍ଷ ଟଙ୍କା ଦେଇଥିଲେ । ତାଙ୍କ ଘରେ 40 ହଜାର ଟଙ୍କା ବୋରଓ୍ବେଲ ଖୋଳିଥିଲେ ଏବଂ ଘରେ ଏସି ଓ ଟିଭି ଲଗାଇଥିଲେ। ଏହା ବାଦ ମଧ୍ୟ ଡିଏଫଓ ଦେବେନ୍ଦ୍ର ବେହେରା ସଞ୍ଜୟଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଜାରିଙ୍ଗ ନର୍ସରୀକୁ ଚଳିତବର୍ଷ ୨ଲକ୍ଷ ଲଲିପଟ ଚାରା ବ୍ୟୟବରାଦ ହୋଇଥିଲା। ଯାହାର ମୁଲ୍ୟ ୨୫ ଲକ୍ଷ ୨୦ ହଜାର ଟଙ୍କା। ଏ ବାବଦରେ ଆସିଥିବା ଅର୍ଥର ୭ଲକ୍ଷ କମିଶନ ପାଇଁ ଡିଏଫଓ ମାନସିକ ଚାପ ଦେଉଥିବା ଅଭିଯୋଗ ଆଣିଥିଲେ ସଞ୍ଜୟଙ୍କ ପରିବାର ଲୋକେ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: ତିରୁପତି ମନ୍ଦିର ଲଡ଼ୁ ବିବାଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି । ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖିବାକୁ କହିଲେ ସୁପ୍ରିମକୋର୍ଟ । ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିର ଲଡ଼ୁ ବିବାଦକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଆଜି ସୁପ୍ରିମକୋର୍ଟ ଲଡୁରେ ଅଶୁଦ୍ଧ ଘିଅ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଜଷ୍ଟିସ ବିଆର ଗଭାଇ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ପରୀକ୍ଷାଗାର ରିପୋର୍ଟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସୁପ୍ରିମକୋର୍ଟରେ ଆଜି ଲଢୁ ବିବାଦର ଶୁଣାଣି ପୂର୍ବରୁ ସିଜେଆଇ ହଠାତ୍ ତିରୁପତି ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ମନ୍ଦିରରେ ବ୍ୟବହାର ହେଉଥିବା ଘିଅରେ ମାଛ ତେଲ, ପଶୁ ଚର୍ବି ବ୍ୟବହାର ଅଭିଯୋଗର ତଦନ୍ତ ଜାରି ରହିଛି ।
ଅଧିକ ପଢନ୍ତୁ ଭାରତ ଖବର