ତେବେ ଦୁଇ ଜଣ ହେଲେ 72 ଗ୍ରାମର ସଞ୍ଜିତ ଗାରାମ ଓ ସଂଜୀବ ବେପାରୀ । ସେମାନେ ଏହି କଇଁଛକୁ ଆନ୍ଧ୍ରରୁ 72 ଗ୍ରାମକୁ ନେଉଥିବା ସୂଚନା ଦେଇଛନ୍ତି । ବର୍ତ୍ତମାନ ଅଧିକ ଛାନଭିନ କରୁଛନ୍ତି ବନଭିବାଗ ।
ଆହୁରି ପଢନ୍ତୁ ଓଡିଶା ଖବର...
ମାଲକାନଗିରି: କଇଁଛ ଚୋରା ଚାଲାଣ ବେଳେ ମାଡି ବସିଲା ବନବିଭାଗ । ଓଡ଼ିଶା-ଆନ୍ଧ୍ର ସୀମାନ୍ତ ରାଜୁଲୁକୋଣ୍ଡା ନିକଟରେ ଧରିଲା ବନ ବିଭାଗ । ଚାଲାଣ ବେଳେ ୧ ଟନ୍ କଇଁଛ ଜବତ, ହେବା ସହ ୨ ଜଣ ଗିରଫ ହୋଇଛନ୍ତି । ୩୫ଟି ବସ୍ତାରେ କଇଁଛକୁ ପ୍ୟାକ୍ କରି ଚାଲାଣ କରାଯାଉଥିଲା ।
ତେବେ ଦୁଇ ଜଣ ହେଲେ 72 ଗ୍ରାମର ସଞ୍ଜିତ ଗାରାମ ଓ ସଂଜୀବ ବେପାରୀ । ସେମାନେ ଏହି କଇଁଛକୁ ଆନ୍ଧ୍ରରୁ 72 ଗ୍ରାମକୁ ନେଉଥିବା ସୂଚନା ଦେଇଛନ୍ତି । ବର୍ତ୍ତମାନ ଅଧିକ ଛାନଭିନ କରୁଛନ୍ତି ବନଭିବାଗ ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ : ଭଦ୍ରକରେ ସୋସିଆଲ୍ ମିଡିଆରେ ବିବାଦୀୟ ମନ୍ତବ୍ୟ ନେଇ ହିଂସାକାଣ୍ଡ ଘଟଣା । ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ କଟକଣା ଆଉ 48 ଘଣ୍ଟା ବୃଦ୍ଧି କରାଯାଇଛି । ଆସନ୍ତା 2 ତାରିଖ ସକାଳ ପର୍ଯ୍ୟନ୍ତ ଜିଲ୍ଲାରେ ବନ୍ଦ ରହିବ ଇଣ୍ଟରନେଟ ସେବା ।
ଅଧିକ ପଢନ୍ତୁ : ଶଙ୍ଖ ଭବନରେ ଭଦ୍ରକ ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ
ହିଂସାକାଣ୍ଡ ମାମଲାରେ ଆଜି ଭଦ୍ରକରୁ 3 ଜଣ ଗିରଫ ହୋଇଛନ୍ତି । ସେହିପରି ଧାମନଗରରୁ 5 ଜଣଙ୍କୁ ଗିରଫ କରାଯାଇଛି । ହିଂସା ଘଟଣାରେ ଏବେ ସୁଦ୍ଧା ଜିଲ୍ଲାରେ 22 ଜଣ ଗିରଫ ହୋଇଛନ୍ତି । ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ମୋବାଇଲ ଟ୍ରାକ୍ ସହ ଚଢ଼ଉ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ।
ଅର୍ଗସ ବ୍ୟୁରୋ : ଶଙ୍ଖ ଭବନରେ ଆଜି ଥିଲା ସୋନପୁର ଓ ଭଦ୍ରକ ଜିଲ୍ଲାର ସମୀକ୍ଷା ବୈଠକ। ଦୁଇ ଜିଲ୍ଲାର ସବୁ ନେତାଙ୍କୁ ଡାକିଥିଲେ ଦଳର ସୁପ୍ରିମୋ। ହେଲେ ବୈଠକ ପୂର୍ବରୁ ଏ ହେଉଛି ଶଙ୍ଖ ଭବନ ର ଦୃଶ୍ୟ । ମୁହାଁ ମୁହିଁ ହୋଇଥିଲେ ଭଦ୍ରକର ଦୁଇ ଗୋଷ୍ଠୀ । ଚର୍ଚ୍ଚା ହେଉଛି ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଙ୍କୁ ବିରୋଧ କରିଥିଲେ ବିଷ୍ଣୁବ୍ରତ ରାଉତରାୟ ଙ୍କ ଗୋଷ୍ଠୀ । ଉଭୟଙ୍କ ଭିତରେ ପାଟିତୁଣ୍ଡ ଏତେ ବଢ଼ିଲା ଯେ ବୈଠକ ଅଧାରୁ ଉଠି ଚାଲି ଆସିଲେ ବିଷ୍ଠୁବ୍ରତ ।ପରେ ବିଧାୟକ ସଞ୍ଜିବ ମଲ୍ଲିକ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ ବି ମାମଲା ଥମି ନଥିଲା। ଶେଷରେ ବବିଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା। ତେବେ ଦଳୀୟ କନ୍ଦଳକୁ ସଞ୍ଜିବ ସିଧା ସିଧା ଏଡାଇ ଯାଇଥିବା ବେଳେ ମୁକ୍ତିକାନ୍ତ କହିଛନ୍ତି ଏହା ଦଳୀୟ ବ୍ୟାପାର । ସେପଟେ ବବିଙ୍କ ଉପସ୍ଥିତି ପୁଣି ଥରେ ପ୍ରମାଣିତ କରିଛି କୌଣସି ପଦ ପଦବୀରେ ନଥାଇ ବି ବବି ପାୱାରଫୁଲ୍।
ଅଧିକ ପଢନ୍ତୁ : ଜ୍ୟୋତିଷଙ୍କ ଚାଞ୍ଚଲ୍ୟକର ଖୁଲାସା : ପାଣ୍ଡିଆନଙ୍କ ଗ୍ରହର ପ୍ରଭାବ ନବୀନଙ୍କ ଉପରେ ପଡିଲା !
ସେପଟେ ଭୁବନେଶ୍ବର ର ବିଜେଡି କନ୍ଦଳ ଉଗ୍ର ରୂପ ନେବା ପରେ ଦୁଇ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହାସୁପକାରଙ୍କୁ ନୋଟିସ ଜାରି କରିଛି ଦଳ। ଏ ଦୁଇ ନେତାଙ୍କ ସହ ବିଜେଡି ନେତା ରାଜେଶ ପାତ୍ର ଓ ବିଜୁ ଛାତ୍ର ଜନତା ଦଳ ନେତା ବିବେକ ସ୍ୱାଇଁ ଙ୍କୁ ବି ନୋଟିସ ଜାରି କରିଛନ୍ତି ଭୁବନେଶ୍ବର ଜିଲ୍ଲା ସଭାପତି ସୁଶାନ୍ତ ରାଉତ । କାହିଁକି ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ତାର ଉତ୍ତର 15 ଦିନ ଭିତରେ ଦେବାକୁ ନୋଟିସ ରେ ଉଲ୍ଲେଖ ରହିଛି । ଆଉ ଏହାରି ଭିତରେ ଅମରେଶ ଓ ବିରଞ୍ଚି ଙ୍କ ବିରୋଧୀ ଗୋଷ୍ଠୀ ମେଳି ବାନ୍ଧିଛନ୍ତି । ୩୦ ଜଣ କର୍ପାରେଟର ଓ ପୂର୍ବତନ କର୍ପୋରେଟର ପୁରୀ ଯାଇଥିବା ବେଳେ ଦଳ ଛାଡିବେନି ବୋଲି ଲୋକନାଥ ଙ୍କ ପାଖରେ ଶପଥ କରିଥିବା ଚର୍ଚ୍ଚା ହେଉଛି ।
ଗତ ନିର୍ବାଚନ ରେ ଟିକେଟ ବଣ୍ଟନ ବେଳେ ବିଜେଡିରେ ଆରମ୍ଭ ହୋଇଥିବା କନ୍ଦଳ ଏବେ ବିଜେଡିର ପରାଜୟ ପରେ ତୀବ୍ର ହେବାରେ ଲାଗିଛି । ପରାଜୟ ପାଇଁ ପାଣ୍ଡିଆନ ଓ ନିର୍ବାଚନ ମ୍ୟାନେଜମେଣ୍ଟ କୁ ଦଳୀୟ ନେତା ଦାୟୀ କରୁଥିବା ବେଳେ ନବୀନ ଙ୍କ ନୋ ରିଆକ୍ସନ ବଡ ପ୍ରଶ୍ନ ସୃଷ୍ଟି କରିଛି ।
ଭୁବନେଶ୍ୱର: ସାମ୍ନାକୁ ଆସିଲା ମାଲକାନଗିରି ଲ୍ୟାଣ୍ଡ ଜିହାଦ ପଛର ଚେହେରା । ଲ୍ୟାଣ୍ଡ ଜିହାଦ ସହ ବିଜେଡି ଲିଙ୍କର ସଙ୍ଗୀନ ଅଭିଯୋଗ ଆସିଛି । ମୋଟୁରେ ପ୍ରାୟ ଶହେ ଏକର ଜଙ୍ଗଲ ଜମି ଜବରଦଖଲ କରିଥିବା ମାସୁମ ଖାନ୍ଙ୍କର ବିଜେଡି ବଡ ନେତାଙ୍କ ସହ ଫଟୋ ଆସିଛି ସାମନାକୁ । ବିଜେଡିର ରାଜନୈତିକ କାର୍ଯ୍ୟକ୍ରମରେ ପ୍ରଦୀପ ମାଝୀଙ୍କ ସହ ମାସୁମ ରହୁଥିଲେ ଆଗରେ । ପ୍ରଶ୍ନ, ବେଆଇନ୍ ନିର୍ମାଣରେ କେବେ ଚାଲିବ ବୁଲଡୋଜର ।
ସାମ୍ନାକୁ ଆସିଲା ମାଲକାନଗିରି ଲ୍ୟାଣ୍ଡ ଜିହାଦ ପଛର ଚେହେରା। ଲ୍ୟାଣ୍ଡ ଜିହାଦ ସହ ବିଜେଡି ଲିଙ୍କର ସଂଙ୍ଗୀନ ଅଭିଯୋଗ.. ମୋଟୁରେ ପ୍ରାୟ ଶହେ ଏକର ଜଙ୍ଗଲ ଜମି ଜବର ଦଖଲ କରିଥିବା ମାସୁମ ଖାନଙ୍କ ବିଜେଡି ବଡ ନେତାଙ୍କ ସହ ଫଟୋ ଆସିଛି ସାମନାକୁ। ବିଜେଡିର ରାଜନୈତିକ କାର୍ଯ୍ୟକ୍ରମରେ ପ୍ରଦୀପ ମାଝୀଙ୍କ ସହ ମାସୁମ ରହୁଥିଲେ ଆଗରେ.. ଏ ଫଟୋ ସାମନାକୁ ଆସିବା ପରେ ଅଭିଯୋଗ, ପ୍ରଦୀପ ଛତ୍ରଛାୟାରେ ମାସୁମ ବିସ୍ତାର କରିଥିଲେ ବେଆଇନ ଇସଲାମ ନଗର। ପୁରା ଘଟଣାର ତଦନ୍ତ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ମାଲାକାନାଗିରି ବିଜେପି ।
ମାଲକାନଗିରି ମୋଟୁରେ 326 ନମ୍ବର ଜାତୀୟ ରାଜପଥରୁ ମାତ୍ର ଦୁଇ ତିନି କିଲୋମିଟର ଦୂରରେ ଜଙ୍ଗଲ ଜମି ହୋଇଛି ଜବର ଦଖଲ। ଦେଖନ୍ତୁ ଇସଲାମ ନଗର ଭିତର ଦୃଶ୍ୟ॥ ନରେଗା ଯୋଜନାରେ ହୋଇଛି ରାସ୍ତା। , ମତ୍ସ୍ୟ ବିଭାଗ ସହାୟତାରେ ମାଛ ଚାଷ ପାଇଁ ପୋଖରୀ ଖୋଳା ଯାଇଛି। ଭିତରେ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ ହୋଇଛି॥ ଗୋଦାମ ଘର ବି ଅଛି.. ବିଜୁଳି ଯାଇଛି.. ଉଠା ଜଳ ସେଚନ ପ୍ରକଳ୍ପ ବି ହୋଇଛି ଏକାଧିକ ଟ୍ରାକ୍ଟର, ଜେସିବି ମେସିନ ରହିଛି। ସମସ୍ତଙ୍କ ପାଖରେ ଖବର ଅଛି କିନ୍ତୁ ସମସ୍ତେ ସବୁ ଜାଣି ଚୁପ। ପ୍ରଶ୍ନ କାହିଁକି ଚୁପ ପ୍ରଶାସନ। କାହିଁକି ଚୁପ ବନ ବିଭାଗ.॥ ଅର୍ଗସ ନ୍ୟୁଜରେ ଖବର ପରିବେଷଣ ପରେ ବନବିଭାଗ କହିଛି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ହାଇଦ୍ରାବାଦରୁ ଅନେକ ସମୟରେ ଲୋକ ଆସି ଇସଲାମ ନଗରରେ କ୍ୟାମ୍ପ କରୁଛନ୍ତି। ଏହା ଭିତରେ ନିର୍ମାଣ ହୋଇଥିବା ଅଟ୍ଟାଳିକାରେ କଣ ଅଛି। ଜଙ୍ଗଲ ଜମି ଜବର ଦଖଲରେ କେବଳ ମାସୁମ ଖାନ ଅଛନ୍ତି ନା ଆଉ କିଏ। ମାସୁମକୁ କି ପ୍ରକାର ସହଯୋଗ ଦେଇଛନ୍ତି ପ୍ରଦୀପ ମାଝୀ। କାହିଁକି ମୁହଁ ଖୋଲୁନାହାଁନ୍ତି ପ୍ରଦୀପ। ପ୍ରଶାସନର ନାକ ତଳେ କିପରି ବେଆଇନ ସାମ୍ରାଜ୍ୟ ଗଢି ଉଠିଲା। କେବେ ଏ ଇସଲାନ ନଗରରେ ବୁଲିବ ବୁଲଡୋଜର?
ଅଧିକ ପଢନ୍ତୁ ଓଡ଼ିଶା ଖବର