ଏହା ବ୍ୟତୀତ ତିନି ହଜାରରୁ ଅଧିକ କ୍ରେତା ଏବଂ 100ରୁ ଅଧିକ ଦେଶରୁ 40,000ରୁ ଅଧିକ ବାଣିଜ୍ୟ ପରିଦର୍ଶକ ଭାଗ ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ 50ରୁ ଅଧିକ ଘୋଷଣା ଏବଂ ଏମଓୟୁ ସ୍ବାକ୍ଷରିତ ହେବ । ଯାହାକି ବୟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଏବଂ ବାଣିଜ୍ୟକୁ ଆହୁରି ବୃଦ୍ଧି କରିବ ଏବଂ ରପ୍ତାନି ବୃଦ୍ଧିରେ ସାହାଯ୍ୟ କରିବ । ଆତ୍ମନିର୍ଭରଶୀଳ ଭାରତ ଏବଂ ବିକଶିତ ଭାରତ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ଆଗକୁ ନେବା ଦିଗରେ ଏହା ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେବ ।
ଅଧିକ ପଢନ୍ତୁ ଭାରତ ଖବର