ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ୧୭ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ନିର୍ବାଚନ ମଣ୍ଡଳୀରେ 59.71 ପ୍ରତିଶତ ମତଦାନ ହୋଇଛି । ପଶ୍ଚିମବଙ୍ଗରେ ୭୭% ରୁ ଅଧିକ ମତଦାନ ହୋଇଥିବା ବେଳେ ତ୍ରିପୁରାରେ ୭୫%ରୁ ଅଧିକ ମତଦାନ ହୋଇଛି । ମେଘାଳୟରେ ପ୍ରାୟ ୭୦%, ମଣିପୁରରେ ୬୭%ରୁ ଅଧିକ, ମଧ୍ୟପ୍ରଦେଶରେ ୬୩%, ପୁଡୁଚେରୀରେ ପ୍ରାୟ ୭୩%, ନାଗାଲାଣ୍ଡରେ ପ୍ରାୟ ୫୬%, ମିଜୋରାମରେ ୫୨%ରୁ ଅଧିକ, ରାଜସ୍ଥାନରେ ୫୦%ରୁ ଅଧିକ, ସିକ୍କିମରେ ୬୭%, ତାମିଲନାଡୁରେ ୬୨%, ଉତ୍ତରପ୍ରଦେଶରେ ୫୭%ରୁ ଅଧିକ, ଉତ୍ତରାଖଣ୍ଡରେ ୫୩%ରୁ ଅଧିକ, ଜମ୍ମୁ-କଶ୍ମୀରରେ ୬୫%, ବିହାରରେ ୪୬%ରୁ ଅଧିକ, ଅରୁଣାଚଳ ପ୍ରଦେଶରେ ୬୩%, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପାଖାପାଖି ୫୭%, ଆସାମରେ ୭୧%, ଛତିଶଗଡ଼ରେ ୬୩%ରୁ ଅଧିକ, ଛତିଶଗଡ଼ରେ ୬୩%ରୁ ଅଧିକ, ଲାକ୍ଷାଦ୍ୱୀପରେ ୫୯% ଓ ମହାରାଷ୍ଟ୍ରରେ ୫୫% ମତଦାନ ହୋଇଛି।
ଦେଶରେ କେତେକ ସ୍ଥାନରେ ଛୋଟ ମୋଟ ଅପ୍ରିତିକର ଘଟଣାକୁ ବାଦ ଦେଲେ ମତଦାନ ଶାନ୍ତିପୂର୍ଣ୍ଣ ରହିଥିଲା । ମଣିପୁରର ମୋଇରଙ୍ଗ ବିଧାନସଭାର ଥାମାନପୋକପିର ଏକ ମତଦାନ କେନ୍ଦ୍ର ନିକଟରେ ଗୁଳିକାଣ୍ଡ ଘଟିଥିବା ସୂଚନା ରହିଛି । ଏହି ଗୁଳିକାଣ୍ଡରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ । ସେହିପରି ଇମ୍ଫାଲରେ ମଧ୍ୟ ଭୋଟିଂ ବେଳେ ଅନିୟମିତତା ହେଉଥିବା ହଙ୍ଗମା କରି ମତଦାନ ପ୍ରକ୍ରିୟାରେ ବାଧା ସୃଷ୍ଟି କରାଯାଇଥିଲା । ଏପଟେ ପଶ୍ଚିମବଙ୍ଗରେ ବି ମତଦାନ ସମୟରେ କେତେକ ସ୍ଥାନରେ ହିଂସା ଉପୁଜିଛି ।
First phase, great response! Thank you to all those who have voted today.
Getting EXCELLENT feedback from today’s voting. It’s clear that people across India are voting for NDA in record numbers. — Narendra Modi (@narendramodi) April 19, 2024