#बागपत में नरेश चिकन कार्नर पर थूक से रोटी बन रही है। पहले भी इसी होटल की थूक वाली वीडियो वायरल हुई थी। तब पुलिस ने जांच के नाम पर कुछ नहीं किया था, हौसला बढ़ा और ये दूसरी वीडियो आ गई। pic.twitter.com/b3fYrghlIw — Shah Nawaz journalist (News 24) (@Shahnawazreport) September 25, 2024
ରୁଟି ତିଆରି କରୁଥିବା ଯୁବକ ରୁଟିକୁ ସେକିବା ପୂର୍ବରୁ ପ୍ରତ୍ୟେକ ଥର ଛେପ ପକାଉଥିବା ଦେଖାଯାଇଛି । ହୋଟେଲରେ ଖାଇବାକୁ ଯାଇଥିବା ଯୁବକ ଜଣକ ଏହି ଭାଇରାଲ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ୟୁଜର୍ସମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଏହି ଭିଡିଓଟି ସହରର କୋଟୱାଲି ଅଞ୍ଚଳର ତାତିରୀ ସହରରେ ଅବସ୍ଥିତ ଏକ ଚିକେନ୍ କର୍ଣ୍ଣରର । 1 ମିନିଟର ଭିଡିଓରେ ଯୁବକ ଜଣକ ତିନିଥର ରୁଟି ଉପରେ ଛେପ ପକାଇଥିବାର ନଜର ଆସିଥିଲେ । ଏହାର ଏକ ଭିଡିଓ ପ୍ରସ୍ତୁତ କରି ଯୁବକ ଏହାକୁ ଭାଇରାଲ କରିଥିଲେ ଏବଂ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓକୁ ଆଧାର କରି ପୋଲିସ ମଧ୍ୟ ଜାଗ୍ରତ ହୋଇଛି । ବାଗପତ ପୋଲିସର କହିବା ଅନୁସାରେ, ମାମଲାର ଯାଞ୍ଚ କରାଯାଉଛି । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଖବର ଅନୁସାରେ, ବାଗପତର ଏହା ତୃତୀୟ ଭିଡିଓ । ପ୍ରଥମେ ଦିଲ୍ଲୀର ଗଜିଆବାଦରେ ଜଣେ ଜୁସ୍ ବେପାରୀ ପରିସ୍ରା ମିଶାଉଥିବା ଖବର ସାମ୍ନାକୁ ଆସିଥିଲା । ଖବର ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏହାପରେ ଗ୍ରେଟର ନୋଏଡାରୁ ମଧ୍ୟ ଏକ ଖବର ସାମ୍ନାକୁ ଆସିଥିଲା । ଏଥିରେ ମଧ୍ୟ ରୁଟିରେ ଛେପ ପକାଉଥିବା ଦେଖାଯାଇଥିଲା । ତେବେ ଏଭଳି ଭିଡିଓ ବାରମ୍ବାର ଭାଇରାଲ ହେବା ପରେ ହୋଟେଲରେ ଖାଇବା ପାଇଁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର