ମୁମ୍ବାଇର ଏହି ଡବାବାଲା ମୁମ୍ବାଇ ବାସୀଙ୍କୁ ଖାଦ୍ୟ ଡେଲିଭରୀ କରିଥାଏ । ମୁମ୍ବାଇ ସହରରେ କାମ କରୁଥିବା ସମସ୍ତ ସରକାରୀ ତଥା ବେସରକାରୀ କର୍ମଚାରୀଙ୍କୁ ଏମାନେ ଖାଦ୍ୟ ପହଞ୍ଚାଇଥାନ୍ତି । ଧଳା ରଙ୍ଗର କୁର୍ତ୍ତା ପାଇଜାମା ସହ , ମୁଣ୍ଡରେ ଗାନ୍ଧୀ ଟୋପି ଲଗାଇ ବେକରେ ରୁଦ୍ରାକ୍ଷ ମାଳା , ପାଦରେ କୋହ୍ଲାପୁରୀ ଚପଲ ପିନ୍ଧି ସାଇକେଲରେ ଅନେକ ଟିଫିନ ବକ୍ସ ଧରି ଯାଉଥିବା ବ୍ୟକ୍ତି ଆପଣ ମୁମ୍ବାଇରେ ଦେଖିବାକୁ ପାଇବେ । ଯାହାକୁ ଡବାବାଲା ବୋଲି ସମସ୍ତେ ଜାଣନ୍ତି ।
ଏହି ସଂସ୍ଥାରେ ପ୍ରାୟ ୫ ହଜାରରୁ ଅଧିକ ଲୋକ ସାମିଲ ଅଛନ୍ତି । ଯେଉଁମାନେ ପ୍ରତିଦିନ ୨ ଲକ୍ଷରୁ ଅଧିକ ଲୋକଙ୍କୁ ଟିଫିନରେ ଖାଦ୍ୟ ପହଞ୍ଚାଇବାର କାମ କରିଥାନ୍ତି । କୁହାଯାଏ ୧୮୯୦ରେ ମହାଦୁ ହବଜୀ ବଚ୍ଚେ ଦ୍ବାରା ଏହାର ଆରମ୍ଭ ହୋଇଥିଲା । ଆରମ୍ଭରେ ମାତ୍ର ୧୦୦ ଜଣ ଗ୍ରାହକ ଏଥିରେ ସୀମିତ ଥିଲେ । କିନ୍ତୁ ଧିରେଧିରେ ଏହାର ଡେଲିଭରୀ ସଂଖ୍ୟା ମଧ୍ୟ ବଢିବାକୁ ଲାଗିଥିଲା । ଏହି ଡବାବାଲା ବିଜନେସ ଦେବଳ ମୁମ୍ବାଇ କିମ୍ବା ଦେଶ ନୁହେଁ, ବିଦେଶର ମଧ୍ୟ ଖୁବ ଚର୍ଚ୍ଚା ଏବଂ ପ୍ରଶଂସାର ବିଷୟ ପାଲଟିଛି । ସେମାନଙ୍କ ଉପରେ ୨୦୧୯ ରେ ଏକ ବ୍ୟଙ୍ଗ ପୁସ୍ତକ ତିଆରି କରାଯାଇଥିଲା । ସେମାନେ ଆଇଆଇଟି ଏବଂ ଏବଂ ଆଇଆଇଏମ ଭଳି ବଡ ସଂସ୍ଥାରେ ମଧ୍ୟ ଲେକ୍ଚର ଦେବାପାଇଁ ଯାଇଥାନ୍ତି ।
ତେବେ ସ୍କୁଲ ପାଠ୍ୟକ୍ରମରେ ସେମାନଙ୍କ କାହାଣୀ ସାମିଲ ହେବା ଜାଣିବା ପରେ ସେମାନେ ଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।