ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
ଅର୍ଗସ ବ୍ୟୁରୋ: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଅଭିଯୋଗ ମାମଲା । 5 ପୋଲିସ ଅଧିକାରୀଙ୍କୁ ସସ୍ପେଣ୍ଡ କଲେ ପୋଲିସ ଡିଜି । ଭରତପୁର ଥାନାର ପୂର୍ବତନ IIC ଦୀନକୃଷ୍ଣ ମିଶ୍ର ସସ୍ପେଣ୍ଡ । ଭରତପୁର ଥାନାର SI ବୈଶାଳିନୀ ପଣ୍ଡା ସସ୍ପେଣ୍ଡ । ASI ସଲିଳମୟୀ ସାହୁ, ସାଗରିକା ରଥ ସସ୍ପେଣ୍ଡ । କନଷ୍ଟେବଳ ବଳରାମ ହାଁସଦା ମଧ୍ୟ ସସ୍ପେଣ୍ଡ । ସେନା ମେଜର ଓ ବାନ୍ଧବୀଙ୍କୁ ମାଡ଼ ଅଭିଯୋଗ ମାମଲାରେ ଆକ୍ସନ୍ ।... ଶନିବାର ଭରତପୁର ଥାନାରେ ଘଟିଥିଲା ଘଟଣା । ମେଜର ଗୁରୁବନ୍ତ ସିଂ ଓ ବାନ୍ଧବୀଙ୍କୁ ପୋଲିସ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।… ସେପଟେ ଆଜି ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବେ ତଦନ୍ତକାରୀ ଅଧିକାରୀ। ସେନା ଅଧିକାରୀଙ୍କ ବାନ୍ଧବୀଙ୍କ ମେଡ଼ିକାଲ ରିପୋର୍ଟ ସହ ତଦନ୍ତକାରୀ ଅଧିକାରୀ ଭର୍ଚୁଆଲ ମାଧ୍ୟମରେ କୋର୍ଟରେ ହାଜର ହେବେ। ବାନ୍ଧବୀ ଅଙ୍କିତାଙ୍କ ଜାମିନ ଆବେଦନ ଶୁଣାଣି କରି ଗତକାଲି କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। ଅଙ୍କିତା ହାଇକୋର୍ଟରେ ଦୁଇଟି ମାମଲା ଦାୟର କରିଥିବା ବେଳେ ପ୍ରଥମେ ଜାମିନ ଆବେଦନ ଉପରେ କୋର୍ଟ ଶୁଣାଣୀ କରିଛନ୍ତି। ଅଙ୍କିତା ଆହତ ହୋଇଥିବା ନେଇ କୋର୍ଟରେ ମେଡ଼ିକାଲ ରିପୋର୍ଟ ଦାଖଲ କରାଯାଇଥିଲା। ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ସହ ମେଡ଼ିକାଲ ରିପୋର୍ଟ ଦାଖଲ ପାଇଁ ମଙ୍ଗଳବାର ଦିନ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ ତାଙ୍କ ନାଁରେ ଥିବା ମାମଲା ଖାରଜ ପାଇଁ କୋର୍ଟରେ କରିଥିବା ଆବେଦନ ଉପରେ ଶୁଣାଣି ହୋଇନାହିଁ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
ଭଦ୍ରକ: ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ବୟାଙ୍ଗଡିହି ପଞ୍ଚାୟତ ଗୁଡୁପୋଖରୀ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପତାକା ଉପୁଡାକୁ ନେଇ ଉତ୍ତେଜନା । ଯାହାକୁ ନେଇ ୪ ଜଣ ଆହତ ହୋଇଥିବାବଳେ ଜଣେ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଇଥିବାବେଳେ ଜଣେ ଚିକିତ୍ସା ପାଇଁ କଟଟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ଧୂଷୁରୀ ଓ ଧାମନଗର ପୋଲିସ ପହଞ୍ଚି ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ ହୋଇଛି ।
ସେପଟେ ଉକ୍ତ ବଜାରରେ ଗୋଷ୍ଠୀ ସଂଘର୍ଷକୁ ନେଇ BNSS ର ୧୬୩ ଧାରା ଲାଗୁ ହୋଇଛି । ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ନିର୍ଦ୍ଦେଶରେ ୧୬୩ ଧାରା ଲାଗୁ ହୋଇଛି । ୧୯ ତାରିଖ ଅପରାହ୍ନ ୨ ଟା ଠାରୁ ୨୧ ସକାଳ ୧୦ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ କର୍ଫ୍ୟୁ । ଏହି ସମୟରେ ଗୁଡୁପୋଖରୀର ଅଞ୍ଚଳରେ ଏକତ୍ରିତ ନହେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ଭୁବନେଶ୍ୱର: ଟ୍ରପଲାଇନ ପ୍ରଭାବରେ ରାଜ୍ୟରେ ହାଲୁକରୁ ମଧ୍ୟମ ବର୍ଷା ଜାରି ରହିଥିବା ବେଳେ ପୁଣି ୨୨ ତାରିଖରୁ ବଢିବ ବର୍ଷାର ପରିମାଣ। ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବିଶେଷ କିଛି ବର୍ଷା ନାହିଁ । କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୨ ଏବଂ ୨୩ ତାରିଖରେ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି। ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ ସହିତ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
୨୨ ତାରିଖ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାରେ । ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ବିଜୁଳି ହେବାର ସମ୍ଭାବନା ରହିଛି। ୨୩ ତାରିଖ ଦିନ ବି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ବିଜୁଳି ହେବାର ସମ୍ଭାବନା ରହିଛି। ଉପକୂଳ ଜିଲ୍ଲା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟେ ଦୁଇଟି ଜିଲ୍ଲାମାନଙ୍କ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ହେବା ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାରେ । ଏବେ ଯାଏଁ କିଛି ପୂର୍ବାନୁମାନ ନାହିଁ । ୨୪ ୨୫ ତାରିଖରେ ବି ବର୍ଷା ରହିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର