ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଆଜି ଜାମ୍ମୁ ଓ କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ। ସମସ୍ତ ଭୋଟଗ୍ରହଣ କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି । ରଜୌରୀ, ପୁଞ୍ଚ, ରିଆସି, ଶ୍ରୀନଗର, ବଡଗାମ, ଗନ୍ଦେରବଲ ଜିଲ୍ଲାରେ ଭୋଟଗ୍ରହଣ ହେବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ଜାମ୍ମୁ କାଶ୍ମୀର ୨୬ ଆସନରେ ଚାଲିଛି ମତଦାନ। ମୋଟ ୨୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ମୈଦାନରେ ଅଛନ୍ତି 239 ଜଣ ପ୍ରାର୍ଥୀ। ଗନ୍ଦେରବଲ ଆସନରେ ସର୍ବାଧିକ ୧୫ ପ୍ରାର୍ଥୀ ରହିଛନ୍ତି। ବୁଦ୍ଧଲ ସଂରକ୍ଷିତ ଆସନରେ ସବୁଠାରୁ କମ ୪ ପ୍ରାର୍ଥୀ ରହିଛନ୍ତି । ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ପାରାଦ୍ବୀପରେ ଆଜିଠାରୁ ଆରମ୍ଭ ହେଉଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ। ଓଡ଼ିଶାର 450 କିମି ଉପକୂଳ ସୁରକ୍ଷା ପାଇଁ ଚଳାଯାଉଥିବା ଏହି ଅଭିଯାନର ନାମ ହେଉଛି ସାଗର କବଚ-2। ଏହି ସମରାଭ୍ୟାସରେ କୋଷ୍ଟଗାର୍ଡ, ମୋରାଇନ ପୋଲିସ, ନୌସେନା, ଓଡ୍ରାଫ, ସିଆଇଏସଏଫ୍, ଗୁଇନ୍ଦା, କଷ୍ଟମ୍, ମତ୍ସ୍ୟ ଓ ବନ ବିଭାଗ ଭଳି 18ଟି ବିଭାଗ ସାମିଲ ହେଉଛନ୍ତି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା ଉପରେ ଏଥିରେ ଗୁରୁତ୍ବ ଦିଆଯାଉଛି। ଜଳପଥକୁ ସୁରକ୍ଷା ଦେଵା ସହ ଆତଙ୍କବାଦୀ ଆକ୍ରମଣକୁ କିଭଳି ଭାବେ ପ୍ରତିହତ କରାଯାଇପାରିବ ଏଥିରେ ଅଭ୍ୟାସ କରାଯିବ। ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଉପକୂଳବର୍ତ୍ତୀ ଵନ୍ଦର ଓ ସହରଗୁଡ଼ିକରେ ମିଳିତ ସମରାଭ୍ୟାସ ସାଗର କବଚ କରାଯାଉଛି। ବର୍ଷକୁ ଦୁଇ ଥର ଏହି ଭଳି ଭାବେ ସମରାଭ୍ୟାସ ହୋଇଥାଏ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା । ପୀଡ଼ିତା ଓ ନିଲମ୍ବିତ ପୋଲିସ ଅଧିକାରୀଙ୍କର ହେବା ଲାଏ ଡିଟେକ୍ସନ ଟେଷ୍ଟ। ଏନେଇ କୋର୍ଟଙ୍କ ଅନୁମତି ମାଗିଲା କ୍ରାଇମବ୍ରାଞ୍ଚ । ଲାଏ ଡିଟେକ୍ସନ୍ ଟେଷ୍ଟ ପାଇଁ ପୀଡ଼ିତା ରାଜି ହେବାରୁ କ୍ରାଇମବ୍ରାଞ୍ଚ କୋର୍ଟଙ୍କ ଅନୁମତି ମାଗିଥିବା ସୂଚନା ମିଳିଛି। ଅଦାଲତଙ୍କ ଅନୁମତି ପରେ ଏ ନେଇ ପ୍ରକ୍ରିୟା ଆରମ୍ଭ ହେବ। ଭରତପୁର ଥାନାରେ ପହଞ୍ଚିଲେ ପୀଡିତା ଓ ମେଜର।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ବିଜୁଳି ଘଡଘଡି ସହ ଅଧିକାଂଶ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କିଛି ସ୍ଥାନରେ ଘଡଘଡି ସହିତ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆଜି ପୂର୍ବାହ୍ନ ସୁଦ୍ଧା ଉପକୂଳ ଓଡ଼ିଶା ସମେଚ ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ଗଜପତି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ । ଲଘୁଚାପ ପ୍ରଭାବରେ ଆଗାମୀ ୨୬ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: