ପପୁଲାର୍ ସୋ ସାର୍କ ଟ୍ୟାଙ୍କ ସିଜିନ୍ 3 ରେ ଏଥର ଜଜ ଭାବେ ଦେଖିବାକୁ ମିଳିବେ ରାଧିକା ଗୁପ୍ତା । ଯିଏ ଏଡେଲୱିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ର ଏମଡି ଓ ସିଇଓ । ତା ସହ ସେ ଜଣେ ପ୍ରତିଭାଶାଳୀ ଲେଖିକା ମଧ୍ୟ । ଏହାସହ WEF ତାଙ୍କୁ ଯୁବ ବିଶ୍ୱ ନେତାର ଆଖ୍ୟା ଦେଇଛନ୍ତି ।
ତେବେ ରାଧିକା ଗୁପ୍ତାଙ୍କ ଏହି ପୋଷ୍ଟକୁ ନେଇ ଏବେ ସବୁଠି ଚର୍ଚ୍ଚା । ଓଡିଶାର ସମ୍ବଲପୁରୀ ଶାଢିକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ତା ସହ କହିଛନ୍ତି ଆମେ ଭାରତୀୟମାନେ 'ଗୁସି'...'ଲୁଇସ ଭୁଇଟନ୍' ଭଳି ବ୍ରାଣ୍ଡ୍ ବିଷୟରେ ଜାଣିଛୁ । ତାର ପ୍ରଡକ୍ଟ ବ୍ୟବହାର କରୁଛୁ । ଏହି ବିଦେଶୀ ବ୍ରାଣ୍ଡ ଗୁଡିକ ନିଜର ବ୍ରାଣ୍ଡିଂ ଭଲ ଭାବରେ କରୁଛନ୍ତି । ସବୁ ବ୍ରାଣ୍ଡ୍ ପଛରେ ଗୋଟେ ଗୋଟେ ଷ୍ଟୋରୀ ଥାଏ । ଆମକୁ ବି ଠିକ୍ ସେମିତି କରିବାକୁ ପଡିବ । ଆମ ପାଖରେ କଳା ଅଛି ସଂସ୍କୃତି ଅଛି । ଯାହା ଆମକୁ ଖୁବ ଆଗକୁ ନେବ । ଆମ ବୁଣାକାରମାନେ ଭଲ ଦି ପଇସା ରୋଜଗାର କରିପାରିବେ । ବିଶ୍ୱ ଦରବାରରେ ଓଡିଆଙ୍କ କାରୁ କାର୍ଯ୍ୟର ପ୍ରଚାର ପ୍ରସାର ହେବ ।
ତେବେ ରାଧିକା ଗୁପ୍ତା ସବୁବେଳେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦିଅନ୍ତି । ଏହି ଦିଗରେ ଅଧିକ ଫୋକସ କରିବାକୁ ଯୁବପିଢିଙ୍କୁ ପ୍ରୋତ୍ସାହିତ କରନ୍ତି । ନିଜେ ସମ୍ବଲପୁରୀ ଶାଢୀ ପିନ୍ଧିବା ସହ ସମ୍ବଲପୁରୀ ଶାଢୀକୁ ଆହୁରି ଆଗକୁ ନେବାକୁ ଉତ୍ସାହିତ କରିଛନ୍ତି । ଯାହା ଆମ ପ୍ରତିଟି ଓଡିଆଙ୍କ ପାଇଁ ଗର୍ବର ବିଷୟ ।