ଘର
ଓଡ଼ିଶା
31 ମାର୍ଚ୍ଚ 2026 ସୁଦ୍ଧା ଦେଶରୁ ନକ୍ସଲ ହେବେ ସଫା
31 ମାର୍ଚ୍ଚ 2026 ସୁଦ୍ଧା ଦେଶରୁ ନକ୍ସଲ ହେବେ ସଫା
by Rashmita Mishra
NEWS HIGHLIGHTS
- ଲାଲଗଡରେ ଲାଲବାହିନୀକୁ ଶାହଙ୍କ ଲଲକାର
- ମାଓଏରିଆ ଛତିଶଗଡ଼ର ବସ୍ତରରେ ଦେଲେ ବଡ଼ ଆହ୍ବାନ
- ବନ୍ଧୁକ ଛାଡ ମୁଖ୍ୟ ସ୍ରୋତରେ ସାମିଲ ହୁଅ
- ଚେତାବନୀ ଦେଲେ ଅଶାନ୍ତି ସୃଷ୍ଟି କଲେ ସେନା ପ୍ରସ୍ତୁତ ଅଛି
- 31 ମାର୍ଚ୍ଚ 2026 ସୁଦ୍ଧା ଦେଶରୁ ନକ୍ସଲ ହେବେ ସଫା
ଅର୍ଗସ ବ୍ୟୁରୋ: ନକ୍ସଲ ପ୍ରଭାବିତ ଛତିଶଗଡ଼ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ରାୟପୁରର ପୋଲିସ ପ୍ୟାରେଡ୍ ଗ୍ରାଉଣ୍ଡରେ ଆୟୋଜିତ ପୋଲିସ କଲର୍ସ ଆୱାର୍ଡରେ ସାମିଲ ହୋଇଥିଲେ ଅମିତ ଶାହା। ଏହା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପହଞ୍ଚିଥିଲେ ନକ୍ଲ ପ୍ରବଣ ବସ୍ତରରେ। ସେଠାରେ ଆୟୋଜିତ ବସ୍ତର ଅଲମ୍ପିକସରେ ସାମିଲ୍ ହୋଇ ନକ୍ସଲଙ୍କୁ ଦେଇଥିଲେ ହୁଙ୍କାର। କହିଥିଲେ ନକ୍ସଲ ସମାପ୍ତ ହେଲେ କାଶ୍ମୀର ରୁ ଅଧିକ ପର୍ଯ୍ୟଟକ ବସ୍ତର କୁ ଆସିବେ । ଏଥିପାଇଁ ପର୍ଯ୍ୟାଟନ ର ବିକାଶ ଦିଗ ରେ ଭାରତ ସରକାର ଯୋଜନା କରୁଛନ୍ତି।
2026 ସୁଦ୍ଧା ନକ୍ସଲ ମୂଳପୋଛ ପାଇଁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ସରକାର। ଗତ ଅକଟୋବରରେ ଏ ନେଇ ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କ ସହ ବୈଠକ କରି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ କେନ୍ଦ୍ର ସରକାର। ନିକଟରେ ଓଡ଼ିଶାରେ ଅନୁଷ୍ଠିତ ଡିଜି ସମ୍ମିଳନୀରେ ବି ନକ୍ସଲ ସଫା ନେଇ ରଣନିତୀ ପ୍ରସ୍ତୁତ ହୋଇଥିଲା। ନିକଟରେ ନାରୟଣପୁରରେ ଏନକାଉଣ୍ଟରରେ 7 ନକ୍ସଲ ନିପାତ ହୋଇଥିଲେ। ମୋଦି ସରକାରରେ 2014-2015 ତୁଳନାରେ ଗତ 10 ବର୍ଷରେ ନକ୍ସଲ ହିଂସା 53 ପ୍ରତିଶତ ହ୍ରାସ। 2004ରୁ 14 ମଧ୍ୟରେ ହୋଇଥିଲା 16 ହଜାର 463 ନକ୍ସଲ ହିଂସା। ମୋଦି ସରକାରରେ ଗତ 10 ବର୍ଷରେ ନକ୍ସଲ ହିଂସା କମିଛି 7 ହଜାର 700କୁ ।