ଘର
ଓଡ଼ିଶା
ଜାତୀୟ ଶିକ୍ଷାନୀତି ଆଧାରରେ ପ୍ରସ୍ତୁତ ହେଉଛି ନୂଆ ପାଠ୍ୟପୁସ୍ତକ
ଜାତୀୟ ଶିକ୍ଷାନୀତି ଆଧାରରେ ପ୍ରସ୍ତୁତ ହେଉଛି ନୂଆ ପାଠ୍ୟପୁସ୍ତକ
by Rashmita Mishra
NEWS HIGHLIGHTS
- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ଘୋଷଣା
- ଜାତୀୟ ଶିକ୍ଷାନୀତି ଆଧାରରେ ପ୍ରସ୍ତୁତ ହେଉଛି ନୂଆ ପାଠ୍ୟପୁସ୍ତକ
- ରାଜ୍ୟର ଜଙ୍ଗଲ-କୈନ୍ଦ୍ରିକ ସଂସ୍କୃତି, ଇତିହାସ ଓ ସମ୍ଭାବନା ବିଷୟରେ ଶିକ୍ଷା ପାଇବେ ଛାତ୍ରଛାତ୍ରୀ
- ଜଙ୍ଗଲ କ୍ଷେତ୍ରଫଳରେ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ କରିବାକୁ ଦେଲେ ଆହ୍ବାନ
- ଧର୍ମେନ୍ଦ୍ର କହିଲେ, ଓଡ଼ିଶାରେ ଗଠନ ହେଉ ଦେଶର 1 ନଂ ଫରେଷ୍ଟ ଫୋର୍ସ
ଅର୍ଗସ ବ୍ୟୁରୋ : ଜଙ୍ଗଲର କାହାଣୀ ପଢ଼ିବେ ଓଡିଶାର ଛାତ୍ରଛାତ୍ରୀ । ଜଙ୍ଗଲ ହେଉଛି ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ । ଜଙ୍ଗଲରୁ ହିଁ ବିକଶିତ ହୋଇଛି ଦେଶ ସ୍ୱାଧୀନତାର ନେତୃତ୍ୱ । ଏଥିପାଇଁ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଓଡ଼ିଶାର ଜଙ୍ଗଲ କାହାଣୀ ଅଧିକ ରହିବା ଦରକାର। ଓଡ଼ିଶା ଅଣଗେଜେଟେଡ୍ ବନ ସେବା ସଂଘ, ସମ୍ବଲପୁର ଜୋନ୍ ର ସାଧାରଣ ପରିଷଦ ବୈଠକରେ ଯୋଗ ଦେଇ ଆଜି ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଧର୍ମେନ୍ଦ୍ର କହିଛନ୍ତି ଓଡ଼ିଶାରେ ରାଷ୍ଟ୍ରୀୟ ଶିକ୍ଷାନୀତି ଆଧାରରେ ପ୍ରସ୍ତୁତ ହେଉଛି ନୂଆ ପାଠ୍ୟପୁସ୍ତକ। ଜଙ୍ଗଲ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ ତାକୁ ପାଠ୍ୟକ୍ରମକୁ ଅଣାଯିବାକୁ ବ୍ୟବସ୍ଥା କରାଯାଉଛି। ଯେଉଁଥିରେ ରାଜ୍ୟର ଜଙ୍ଗଲ-କୈନ୍ଦ୍ରିକ ସଂସ୍କୃତି, ଇତିହାସ ଓ ସମ୍ଭାବନା ବିଷୟରେ ଶିକ୍ଷା ପାଇବେ ଛାତ୍ରଛାତ୍ରୀ।
ଜଙ୍ଗଲ କ୍ଷେତ୍ରଫଳ ବା ଫରେଷ୍ଟ କଭରେଜ କ୍ଷେତ୍ରରେ ଓଡ଼ିଶା ତେଲେଙ୍ଗେନା ପରେ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି । ଏ କ୍ଷେତ୍ରରେ ଓଡ଼ିଶାକୁ ଏକ ନମ୍ବର କରିବାକୁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଜଙ୍ଗଲ ପରିଚାଳନାରେ ନୂଆ ଟେକ୍ନୋଲଜିର ବ୍ୟବହାର ମାଧ୍ୟମରେ ବନ କର୍ମଚାରୀଙ୍କୁ ସଶକ୍ତ କରି ଓଡ଼ିଶାକୁ ଦେଶର ଏକ ନମ୍ବର ଫରେଷ୍ଟ ଫୋର୍ସ ଭାବେ ପ୍ରସ୍ତୁତ କରିବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଫରେଷ୍ଟ ୱାର୍କଫୋର୍ସକୁ ଗ୍ଲୋବାଲ୍, ଟେକ୍ନୋଲୋଜି ଫ୍ରେଣ୍ଡଲି, କମ୍ପିଟେଣ୍ଟ କରିବାକୁ କହିଛନ୍ତି ଧର୍ମେନ୍ଦ୍ର। ଜଙ୍ଗଲ ଭିତରେ 1 ହଜାର ଜଳାଶୟ ଖୋଳାଇବାକୁ ପଞ୍ଚାୟତିରାଜ ଓ ଜଙ୍ଗଲ ବିଭାଗକୁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର