ରାମନାଥ କୋବିନ୍ଦ କମିଟି ସମ୍ବିଧାନର ଧାରା ୮୨ରେ ସଂଶୋଧନ ଲାଗି ସୁପାରିସ୍ କରିଥିଲେ । ସୁପାରିସ ଅନୁସାରେ ଧାରା ୮୨(ଏ) ଯୋଡ଼ି ଲୋକସଭା ଓ ବିଧାନସଭା କାର୍ଯ୍ୟକାଳ ଏକସଙ୍ଗେ ଭାଙ୍ଗିବାର ବ୍ୟବସ୍ଥା କରାଯିବ। ବିଲ୍ ଆଗତ ହେବା ପରେ ଏହାକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯିବାର ଯୋଜନା ରହିଛି।
1.ଏହି ବିଲର ମୂଳ ଲକ୍ଷ୍ୟ ହେଉଛି ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନଗୁଡିକୁ ଏକ ସମୟରେ ଅନୁଷ୍ଠିତ କରିବା... ଯାହା ନିର୍ବାଚନ ଖର୍ଚ୍ଚ, ଏବଂ ପ୍ରଶାସନିକ ଭାର ହ୍ରାସ କରିବା ସହ ନିର୍ବାଚନ ଯୋଗୁ ସୃଷ୍ଟି ହେଉଥିବା ରାଜନୈତିକ ବାଧା ବିଘ୍ନ ଅର୍ଥାତ୍ ପଲିଟିକାଲ୍ DISRUPTION କୁ କମ୍ କରିବ..
2. ଏକ ସମୟରେ ନିର୍ବାଚନ ହେଲେ ଅଲଗା ଅଲଗା ନିର୍ବାଚନର ଅପରିମିତ ଅର୍ଥ ଖର୍ଚ୍ଚକୁ ବଞ୍ଚାଇବ...
3. ନିର୍ବାଚନ ସମୟରେ ପ୍ରଚଳିତ ହେଉଥିବା ମଡେଲ କୋଡ୍ ଅଫ୍ କଣ୍ଡକ୍ଟ ଯୋଗୁଁ ନୀତିଗତ କାର୍ଯ୍ୟ ବିଳମ୍ବ ହେଉଥିଲା ଯାହା ଏକକ ନିର୍ବାଚନ ଦ୍ବାରା ହ୍ରାସ ପାଇବ।
4. ଏକ ସମୟରେ ନିର୍ବାଚନ ହେଲେ ମତଦାନ ହାର ବୃଦ୍ଧି ପାଇବାର ସମ୍ଭାବନା ରହିଛି, କାରଣ ଏଥିରେ ମତଦାନ ପ୍ରକ୍ରିୟା ସରଳ ହେବ ।
5. ଏକ ସମୟରେ ନିର୍ବାଚନ କରିବା ଦ୍ବାରା ନିର୍ବାଚନ ପରିଚାଳନା ସହଜ ହେବ। ଯେପରିକି ମତ ଗଣନା ଏବଂ ମତଦାତା ତାଲିକାକୁ ସୁଚାରୁ ଭାବରେ ସଂଶୋଧନ
One Nation, One Election ଦ୍ବାରା ଦେଶର ନିର୍ବାଚନ ପ୍ରକ୍ରିୟାକୁ ଅଧିକ ବ୍ୟବସ୍ଥିତ କରାଯାଇପାରିବ...ଭାରତ ସ୍ବାଧୀନ ହେବା ଠାରୁ ୧୯୬୭ ପର୍ଯ୍ୟନ୍ତ ଏହିପରି ଏକକ ନିର୍ବାଚନ ହେଉଥିଲା.. ଏକ ସମୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହୋଇଥିଲା। କିନ୍ତୁ ଏହାପରେ ରାଜ୍ୟ ବିଧାନସଭା ଏବଂ ଲୋକସଭାର ସମୟ ଭିନ୍ନ ହୋଇଗଲା। ମୋଦି 1.0 ସମୟରୁ ଦେଶରେ ଏକକ ନିର୍ବାଚନକୁ ନେଇ ମନ୍ଥନ ଆରମ୍ଭ କରିଥିଲେ ସରକାର । ଯାହା ଏବେ ଚୁଡ଼ାନ୍ତ ରୂପ ନେବାକୁ ଯାଉଛି । 2020 ସମ୍ବିଧାନ ଦିବସ ସମ୍ବୋଧନରେ ପିଏମ ମୋଦି ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସଂକଳ୍ପ ପୂରଣ କରିବାକୁ ଆହ୍ବାନ ଦେଇଥିଲେ ।