ଏହି ମେହେନ୍ଦୀରେ ସେ ଦର୍ଶାଇଛନ୍ତି, ବିବାହ ପରେ ତାଙ୍କ ତାଙ୍କ ଶାଶୂଘରେ ଚାକର ପରି ବ୍ୟବହାର କରାଯାଉଥିଲା । ପରେ ତାଙ୍କ ସ୍ବାମୀ ତାଙ୍କ ଶାଶୂଘର ଲୋକେ ତାଙ୍କୁ ଏକଦମ ଏକୁଟିଆ କରି ଦେଇଥିଲେ । ପରେ ତାଙ୍କୁ ଅନେକ ନିର୍ଯ୍ୟାତନା ମିଳିଥିଲା , ଅନେକ ବିବାଦ ମଧ୍ୟ ପରିବାର ଭିତରେ ହୋଇଥିଲା । ଶେଷରେ ସେ ବିବାହ ବିଚ୍ଛେଦ କରିବାକୁ ସ୍ଥିର କରିଥିଲେ । ଏହି ଭିଡିଓ ସିସଆଲ ମିଡିଆରେ ଶେୟାର ହେବାପରେ ଏହାକୁ ୧ ମିଲିଅନ ଲୋକ ଦେଖିସାରିଛନ୍ତି । ଏବଂ ୧୮ ହଜାରରୁ ଅଧିକ ଲାଇକ କରିଛନ୍ତି । ଏବଂ ସବୁଠୁ ବଡ କଥା ହେଉଛି , ଅନେକ ୟୁଜର୍ସ ଏହି ଡିଭୋର୍ସ ମେହେନ୍ଦୀକୁ ପସନ୍ଦ କରିଛନ୍ତି । କିଛିଜଣ ଲେଖିଛନ୍ତି, ନିଜର ନିର୍ଯ୍ୟାତନା କାହାଣୀକୁ ମେହେନ୍ଦୀ ମାଧ୍ୟମରେ ଲୋକଲୋଚନକୁ ଆଣିଥିବାରୁ , ଆପଣଙ୍କ ସାହାସକୁ ମାନିବାକୁ ପଡିବ । ଆହୁରି ନିଜେ ସଶକ୍ତ ହୁଅ ।
A post shared by Urvashi Vora Sharma (@urvashis_mehandi_and_makeover)
ସେହିପରି ଆଉ ଜଣେ ଲେଖିଛନ୍ତି, ଏହି ମେହେନ୍ଦୀ ପଛରେ ଥିବା କଷ୍ଟକୁ ଆମେ ଦେଖିପାରୁଛି । ଭଗବାନ ତୁମକୁ ଧୈର୍ଯ୍ୟ ଦିଅନ୍ତୁ । ସାଧାରଣତଃ ମେହେନ୍ଦୀ କୌଣସି ଶୁଭକାର୍ଯ୍ୟ , ବିବାହ ତଥା ମାଙ୍ଗଳିକ କାର୍ଯ୍ୟରେ କରିଥାନ୍ତି । କିନ୍ତୁ ଏହା ଏକ ପ୍ରକାର ନୂଆ ଟ୍ରେଣ୍ଡ । ଯାହାଦ୍ବାରା ମହିଳାମାନେ ନିଜ କଷ୍ଟକୁ ସାରା ବିଶ୍ବକୁ ଦେଖାଇପାରନ୍ତି ବୋଲି ଜଣେ ୟୁଜର୍ସ ଲେଖିଛନ୍ତି ।