ମୋଦିଙ୍କ ପୂର୍ବରୁ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ଓଡ଼ିଶାର ତିନିଟି କ୍ଲଷ୍ଟରରେ ମୋଟ 13 ଟି ଲୋକସଭା ନିର୍ବାଚନ ମଣ୍ଡଳୀକୁ ନେଇ ବିଜେପି ପକ୍ଷରୁ ରଖାଯାଇଛି ଏହି କାର୍ଯ୍ୟକ୍ରମ। ସାଧାରଣ ସଭା ସହ ବୁଥ୍ ସ୍ତରର କର୍ମକର୍ତ୍ତାଙ୍କ ଅଧିବେଶନ ଓ କର୍ମୀ ସମ୍ମିଳନୀକୁ ସମ୍ବୋଧନ କରିବେ ରାଜନାଥ ସିଂହ।
ଆସନ୍ତାକାଲି ପୂର୍ବାହ୍ନ 11ଟାରେ ନବରଙ୍ଗପୁରର ସର୍କିଟ ହାଉସ ପଡ଼ିଆରେ ରହିଛି ରାଜନାଥଙ୍କର ପ୍ରଥମ କାର୍ଯ୍ୟକ୍ରମ। ନବରଙ୍ଗପୁର ପରେ ଦିନ ସାଢ଼େ ବାରଟାରେ ବ୍ରହ୍ମପୁର ଆମ୍ବପୁଆସ୍ଥିତ ବିବେକ ବିହାର ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରିବେ ପ୍ରତିରକ୍ଷା ମନ୍ତ୍ରୀ। ତା ପରେ ଅପରାହ୍ନ 4ଟାରେ ବାରିପଦା ଛଉପଡ଼ିଆ ଠାରେ ଅନୁଷ୍ଠିତ ଦଳୀୟ କର୍ମୀ ସମ୍ମିଳନୀ ଓ ଜନସଭାରେ ଯୋଗଦେବେ। ଉତ୍ତର ଓଡିଶାର ୪ଟି ସଂସଦୀୟ କ୍ଷେତ୍ରର ଦଳୀୟ କର୍ମକର୍ତ୍ତାଙ୍କୁ ବିଜୟର ମନ୍ତ୍ର ଦେବେ ରାଜନାଥ। ଓଡ଼ିଶାରେ ଲଗାତାର ବଢୁଛି ବିଜେପିର ଶକ୍ତି । ଆଉ ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ନେତାଙ୍କ ଘନ ଘନ ଗସ୍ତ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଭରୁଛି ଅଧିକ ଉତ୍ସାହ।
ଅଧିକ ପଢ଼ନ୍ତୁ ଓଡିଶା ଖବର: