ସେଇଆ ହୁଏ, ଭଗବାନ କାର୍ତ୍ତିକେୟ ମୟୂର ବାହାନରେ ପୃଥିବୀ ପରିକ୍ରମା କରନ୍ତି। ହେଲେ ମୂଷିକ ବାହାନରେ ଚଢି ଚତୁର ଗଣେଷ ପିତା ଓ ମାତାଙ୍କୁ ପରିକ୍ରମା କରି ପୃଥିବୀ ପରିକ୍ରମାର ସର୍ତ୍ତ ପୂରଣ କରନ୍ତି। ଚତୁରତାର ପ୍ରଶଂସା କରି ଭଗବାନ ଶଙ୍କର ଗଣେଶଙ୍କ ବିବାହ ରିଦ୍ଧି ଓ ସିଦ୍ଧିଙ୍କ ସହ କରି ଦିଅନ୍ତି।
କାର୍ତ୍ତିକେୟ ପୃଥିବୀ ପରିକ୍ରମା କରି ଫେରିବା ପରେ ଏହା ଜାଣିବାରୁ ରୁଷ୍ଠ ହୋଇ କୈଳାଶ ତ୍ୟାଗ କରି କୌଞ୍ଚ ପର୍ବତକୁ ଚାଲି ଯାଆନ୍ତି। ଏକଥା ଜାଣି ଭଗବାନ ଶିବ ଓ ମାତା ପାର୍ବତୀ ଦୁଃଖ କରିବା ସହ ପୁଅକୁ ବୁଝାଇବାକୁ କୌଞ୍ଚ ପର୍ବତକୁ ଯାଆନ୍ତି। କିନ୍ତୁ ରୁଷି ଥିବା କାର୍ତ୍ତିକେୟ ସେଠାରୁ ପୁଣି ୩ ଯୋଜନ ଦୂରକୁ ଚାଲି ଯାଆନ୍ତି। ଫଳତଃ ସେହିଠାରେ ଜ୍ୟୋତି ସ୍ବରୂପରେ ବିଦ୍ୟମାନ ହୁଅନ୍ତି ଶଙ୍କର ଆଉ ପାର୍ବତୀ।
ଅର୍ଜୁନ ଶିବଙ୍କର ଅନ୍ୟନାମ ହୋଇଥିବା ବେଳେ ମଲ୍ଲିକା ହେଉଛି ମାତା ପାର୍ବତୀଙ୍କ ନାମ। ପୁରାଣ କୁହେ ନିଜ ରୁଷ୍ଠ ପୁତ୍ରକୁ ମନେଇବାକୁ ମାତା ପାର୍ବତୀ ଓ ପ୍ରଭୁ ଶଙ୍କର ପାଳିପାଳି କରି ଏବେ ମଧ୍ୟ ଏହି ସ୍ଥାନକୁ ଆସିଥାନ୍ତି।