ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଦୁର୍ଘଟଣାରୁ ବଞ୍ଚାଇବ କବଚ । ବିପଦ ସମୟରେ ଟ୍ରେନରେ ଆପେଆପେ ବ୍ରେକ୍ ଲଗାଇବ କବଚ ଟେକ୍ନୋଲୋଜି । ରାଜସ୍ଥାନର ମାଧପୁରରୁ କୋଟା ମଧ୍ୟରେ ଚାଲୁଥିବା ଟ୍ରେନରେ କବଚ 4.0ର ସଫଳ ଇନଷ୍ଟଲେସନ ପରେ ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । କବଚ ଟେକ୍ନୋଲୋଜିର ବିକାଶ କାର୍ଯ୍ୟ 2016ରୁ 2019ରେ ମଧ୍ୟରେ ହୋଇଥିଲା । କବଚର ନୂଆ ସଂସ୍କରଣ 4.0କୁ 16 ଅଗଷ୍ଟ 2024ରେ ମଞ୍ଜୁରୀ ମିଳିଥିଲା । ପରୀକ୍ଷଣ ପରେ କବଚ ଟୋକ୍ନୋଲୋଜି ରେଳ ଯାତ୍ରୀଙ୍କ ସୁରକ୍ଷାରେ ସୁଧାର ଆଣିବାରେ ସମର୍ଥ ହେବ ବୋଲି କହିଛନ୍ତି ରେଳମନ୍ତ୍ରୀ । ଟ୍ରେନ ରେଡ ସିଗନାଲର ନିକଟତର ହେବା ପୂର୍ବରୁ ଲୋକୋ ପାଇଲଟ ଧ୍ୟାନ ଦେଇନଥିଲେ ମଧ୍ୟ ଟ୍ରେନରେ ଆପେଆପେ ବ୍ରେକ ଲାଗିବ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଆଜିଠୁ ଆନ୍ଦୋଳନ କରିବାକୁ ନର୍ସିଂ ସଂଘର ନିଷ୍ପତ୍ତି । ଏସମା ଲାଗୁ ସତ୍ତ୍ବେ ଜିଦରେ ଅଟଳ ନର୍ସିଂ ଅଫିସର । ଏପଟେ କିନ୍ତୁ ରାଜ୍ୟରେ ନର୍ସିଂ ଅଫିସରଙ୍କ ଆନ୍ଦୋଳନ ପ୍ରସଙ୍ଗରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଶ୍ବସ୍ତି । ନର୍ସିଂ କର୍ମଚାରୀ ଦେଇଥିବା ବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ଆଜି ନର୍ସିଂ ଅଫିସରଙ୍କ ସହ ଆଲୋଚନା ହେବ। ଖୁବଶୀଘ୍ର ସେମାନଙ୍କ ଦାବି ପୂରଣ ପାଇଁ ସରକାର ଚେଷ୍ଟା କରୁଛନ୍ତି। ନର୍ସିଂ ଅଫିସରମାନେ ଆନ୍ଦୋଳନ ପ୍ରତ୍ୟାହାର କରିବେ ବୋଲି ଆଶାବାଦୀ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ । ଅନ୍ୟପଟେ ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଦୁଇଟି ମେଡିକାଲ କଲେଜ। ଫୁଲବାଣୀ ଏବଂ ତାଳଚେର ମେଡ଼ିକାଲ କାର୍ଯ୍ୟକ୍ଷମ ହେବ। ଏନେଇ ରାଜ୍ୟ ସରକାର କାର୍ଯ୍ୟ ଜାରି ରଖିଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପାରାଦ୍ବୀପରେ ଆଜିଠାରୁ ଆରମ୍ଭ ହେଉଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ। ଓଡ଼ିଶାର 450 କିମି ଉପକୂଳ ସୁରକ୍ଷା ପାଇଁ ଚଳାଯାଉଥିବା ଏହି ଅଭିଯାନର ନାମ ହେଉଛି ସାଗର କବଚ-2। ଏହି ସମରାଭ୍ୟାସରେ କୋଷ୍ଟଗାର୍ଡ, ମୋରାଇନ ପୋଲିସ, ନୌସେନା, ଓଡ୍ରାଫ, ସିଆଇଏସଏଫ୍, ଗୁଇନ୍ଦା, କଷ୍ଟମ୍, ମତ୍ସ୍ୟ ଓ ବନ ବିଭାଗ ଭଳି 18ଟି ବିଭାଗ ସାମିଲ ହେଉଛନ୍ତି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା ଉପରେ ଏଥିରେ ଗୁରୁତ୍ବ ଦିଆଯାଉଛି। ଜଳପଥକୁ ସୁରକ୍ଷା ଦେଵା ସହ ଆତଙ୍କବାଦୀ ଆକ୍ରମଣକୁ କିଭଳି ଭାବେ ପ୍ରତିହତ କରାଯାଇପାରିବ ଏଥିରେ ଅଭ୍ୟାସ କରାଯିବ। ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଉପକୂଳବର୍ତ୍ତୀ ଵନ୍ଦର ଓ ସହରଗୁଡ଼ିକରେ ମିଳିତ ସମରାଭ୍ୟାସ ସାଗର କବଚ କରାଯାଉଛି। ବର୍ଷକୁ ଦୁଇ ଥର ଏହି ଭଳି ଭାବେ ସମରାଭ୍ୟାସ ହୋଇଥାଏ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା । ପୀଡ଼ିତା ଓ ନିଲମ୍ବିତ ପୋଲିସ ଅଧିକାରୀଙ୍କର ହେବା ଲାଏ ଡିଟେକ୍ସନ ଟେଷ୍ଟ। ଏନେଇ କୋର୍ଟଙ୍କ ଅନୁମତି ମାଗିଲା କ୍ରାଇମବ୍ରାଞ୍ଚ । ଲାଏ ଡିଟେକ୍ସନ୍ ଟେଷ୍ଟ ପାଇଁ ପୀଡ଼ିତା ରାଜି ହେବାରୁ କ୍ରାଇମବ୍ରାଞ୍ଚ କୋର୍ଟଙ୍କ ଅନୁମତି ମାଗିଥିବା ସୂଚନା ମିଳିଛି। ଅଦାଲତଙ୍କ ଅନୁମତି ପରେ ଏ ନେଇ ପ୍ରକ୍ରିୟା ଆରମ୍ଭ ହେବ। ଭରତପୁର ଥାନାରେ ପହଞ୍ଚିଲେ ପୀଡିତା ଓ ମେଜର।
ଅଧିକ ପଢ଼ନ୍ତୁ ଓଡିଶା ଖବର: