ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଏଣିକି ବିମାନରେ ବି ଅଫିସିଆଲ ଟୁର୍ କରିପାରିବେ ସରକାରୀ କର୍ମଚାରୀ। ରାଜ୍ୟ ଭିତରେ ଅଫିସିଆଲ୍ ଟୁର୍ କରିପାରିବେ ସରକାରୀ କର୍ମଚାରୀମାନେ । ଏନେଅ ଅର୍ଥ ବିଭାଗ ପକ୍ଷରୁ ମେମୋରେଣ୍ଡମ ଜାରି କରାଯାଇଛି । କେବଳ ଗ୍ରୁପ- A କାଟାଗୋରୀର ଲେବୁଲ ୧୨ ଓ ତଦୁର୍ଦ୍ଧ କର୍ମଚାରୀଙ୍କୁ ଅନୁମତି ମିଳିଥିବା ଏହି ମେମୋରେଣ୍ଡମରେ ଦର୍ଶାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପାରାଦ୍ବୀପରେ ଆଜିଠାରୁ ଆରମ୍ଭ ହେଉଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ। ଓଡ଼ିଶାର 450 କିମି ଉପକୂଳ ସୁରକ୍ଷା ପାଇଁ ଚଳାଯାଉଥିବା ଏହି ଅଭିଯାନର ନାମ ହେଉଛି ସାଗର କବଚ-2। ଏହି ସମରାଭ୍ୟାସରେ କୋଷ୍ଟଗାର୍ଡ, ମୋରାଇନ ପୋଲିସ, ନୌସେନା, ଓଡ୍ରାଫ, ସିଆଇଏସଏଫ୍, ଗୁଇନ୍ଦା, କଷ୍ଟମ୍, ମତ୍ସ୍ୟ ଓ ବନ ବିଭାଗ ଭଳି 18ଟି ବିଭାଗ ସାମିଲ ହେଉଛନ୍ତି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା ଉପରେ ଏଥିରେ ଗୁରୁତ୍ବ ଦିଆଯାଉଛି। ଜଳପଥକୁ ସୁରକ୍ଷା ଦେଵା ସହ ଆତଙ୍କବାଦୀ ଆକ୍ରମଣକୁ କିଭଳି ଭାବେ ପ୍ରତିହତ କରାଯାଇପାରିବ ଏଥିରେ ଅଭ୍ୟାସ କରାଯିବ। ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଉପକୂଳବର୍ତ୍ତୀ ଵନ୍ଦର ଓ ସହରଗୁଡ଼ିକରେ ମିଳିତ ସମରାଭ୍ୟାସ ସାଗର କବଚ କରାଯାଉଛି। ବର୍ଷକୁ ଦୁଇ ଥର ଏହି ଭଳି ଭାବେ ସମରାଭ୍ୟାସ ହୋଇଥାଏ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା । ପୀଡ଼ିତା ଓ ନିଲମ୍ବିତ ପୋଲିସ ଅଧିକାରୀଙ୍କର ହେବା ଲାଏ ଡିଟେକ୍ସନ ଟେଷ୍ଟ। ଏନେଇ କୋର୍ଟଙ୍କ ଅନୁମତି ମାଗିଲା କ୍ରାଇମବ୍ରାଞ୍ଚ । ଲାଏ ଡିଟେକ୍ସନ୍ ଟେଷ୍ଟ ପାଇଁ ପୀଡ଼ିତା ରାଜି ହେବାରୁ କ୍ରାଇମବ୍ରାଞ୍ଚ କୋର୍ଟଙ୍କ ଅନୁମତି ମାଗିଥିବା ସୂଚନା ମିଳିଛି। ଅଦାଲତଙ୍କ ଅନୁମତି ପରେ ଏ ନେଇ ପ୍ରକ୍ରିୟା ଆରମ୍ଭ ହେବ। ଭରତପୁର ଥାନାରେ ପହଞ୍ଚିଲେ ପୀଡିତା ଓ ମେଜର।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ବିଜୁଳି ଘଡଘଡି ସହ ଅଧିକାଂଶ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କିଛି ସ୍ଥାନରେ ଘଡଘଡି ସହିତ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆଜି ପୂର୍ବାହ୍ନ ସୁଦ୍ଧା ଉପକୂଳ ଓଡ଼ିଶା ସମେଚ ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ଗଜପତି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ । ଲଘୁଚାପ ପ୍ରଭାବରେ ଆଗାମୀ ୨୬ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: