ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ ସାଧାରଣ ଲୋକଙ୍କ ପାଇଁ ବଡ଼ ଆଶ୍ବସ୍ତି। ଦେଶରେ ନିୟନ୍ତ୍ରଣକୁ ଆସୁଛି ଦରଦାମ ବୃଦ୍ଧି। ମାର୍ଚ୍ଚ ମାସରେ ଖୁଚୁରା ମୁଦ୍ରାସ୍ଫୀତି 4.85 ପ୍ରତିଶତକୁ ଖସି ଆସିଛି। ଏଥିସହ 5 ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ମୁଦ୍ରାସ୍ଫୀତି। ଫେବ୍ରୁଆରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି 5.9 ପ୍ରତିଶତ ଥିଲା। ଯେତେବେଳେ କି 2023 ମାର୍ଚ୍ଚ ମାସରେ ଏହି ହାର 5.66 ପ୍ରତିଶତ ଥିଲା। ନ୍ୟାସନାଲ ଷ୍ଟେଟିକଲ ଅଫିସ ଏନଏସଓ ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଆଉ ଫିଲ୍ମ କରିବେନି ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ। ସେଥିପାଇଁ ଗଣି ଗଣି ୧୨କୋଟି ଟଙ୍କା ଫେରାଇଦେଲେ ଅଭିନେତ୍ରୀ। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।ତେଲୁଗୁ ଏବଂ ତାମିଲ ଫିଲ୍ମ ଇଣ୍ଡଷ୍ଟିରେ ଆଗ ଧାଡିର ଅଭିନେତ୍ରୀ ହେଉଛନ୍ତି ସାମନ୍ଥା। ସାମନ୍ଥା ଦେଖିବାକୁ ଯେମିତି ସୁନ୍ଦର, ତାଙ୍କ ଅଭିନୟ ମଧ୍ୟ ଖୁବ ଭଲ। ଯାହାଦ୍ୱାରା ସେ ସମସ୍ତଙ୍କ ହୃଦୟରେ ରାଜ କରନ୍ତି। ହେଲେ ଏବେ ସାମନ୍ଥାଙ୍କ ଜୀବନରେ ଖେଳିଯାଇଛି ଦୁଃଖ। ଆଉ ଫିଲ୍ମ କରିବେନି ସାମନ୍ଥା। କାହିଁକି କରିବେନି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ।
ପ୍ରକୃତରେ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଗତି କରୁଛନ୍ତି ସାମନ୍ଥା। ଯାହାର ପ୍ରଭାବ ତାଙ୍କ ବୃତ୍ତିଗତ କାମ ଉପରେ ମଧ୍ୟ ପଡୁଛି। ତାଙ୍କ କ୍ୟାରିୟର ମଧ୍ୟ ତଳକୁ ତଳକୁ ଖସୁଛି। ମାୟୋସିଟିସ୍ ନାମକ ଏକ ଅଟୋମ୍ୟୁମ୍ୟୁନ୍ ରୋଗରେ ପୀଡିତ ସାମନ୍ଥା। ଏହି ରୋଗ ମାଂସପେଶୀକୁ ପ୍ରଭାବିତ କରିଥାଏ। ଯାହା ଦ୍ୱାରା ଦୁର୍ବଳତା ଏବଂ ଯନ୍ତ୍ରଣା ହୋଇଥାଏ । ଏହି ରୋଗରେ ଅନେକ ଦିନ ଧରି ସେ ପୀଡିତ ଅଛନ୍ତି। ସେଥିପାଇଁ ସେ ଚିକିତ୍ସିତ ହେଉଛନ୍ତି।ଏନେଇ ଅଭିନେତ୍ରୀ ନିଜେ ତାଙ୍କ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଜଣାଇଛନ୍ତି। ସେ ବାହାରେ ଏବେ ରହୁଛନ୍ତି। ନିଜକୁ ସମୟ ଦେଉଛନ୍ତି।
ଏହା ପୂର୍ବରୁ ସାମନ୍ଥା ତିନୋଟି ଫିଲ୍ମ ପାଇଁ ସାଇନ୍ କରିଥିଲେ। ଭଲ ଭଲ ଡିରେକ୍ଟର ଏବଂ ଭଲ ପ୍ରୋଜେକ୍ଟ ମଧ୍ୟ ଥିଲା। ହେଲେ ବର୍ତ୍ତମାନ ସାମନ୍ଥା ଏହା କରିପାରିବେ ନାହିଁ। କାରଣ ତାଙ୍କ ସ୍ୱାସ୍ଥ୍ୟ ଭଲ ହେବା ପାଇଁ ସେ ଟ୍ରିଟମେଣ୍ଟ ହେଉଛନ୍ତି। ସାମନ୍ଥାଙ୍କ ଏଭଳି ନିଷ୍ପତ୍ତି ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇଛି। ଶେଷରେ ୧୨ କୋଟି ଟଙ୍କା ରିର୍ଣ୍ଣ ଦେଇଛନ୍ତି ସାମନ୍ଥା।ସାମନ୍ତ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ତାଙ୍କ ପ୍ରଶଂସକ ଏବଂ ସହକର୍ମୀଙ୍କଠାରୁ ବିପୁଳ ସମର୍ଥନ ପାଇଛନ୍ତି | ତାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ପାଇଁ ତାଙ୍କ ନିଷ୍ପତ୍ତିକୁ ଅନେକେ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
ସାମନ୍ଥା ଙ୍କ ଧ୍ୟାନ ତାଙ୍କ ସ୍ୱାସ୍ଥ୍ୟ ଉପରେ ଥିବାବେଳେ ସେ ସୁସ୍ଥ ହେବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଫେରିବା ନେଇ ଆଶାବାଦୀ ଅଛି | ସେ ତାଙ୍କ ଭବିଷ୍ୟତ ପ୍ରୋଜେକ୍ଟ ପାଇଁ ଭଲ କାମ କରିବେ | ସାମନ୍ଥା ଶୀଘ୍ର ଭଲ ହୋଇ ଇଣ୍ଡଷ୍ଟ୍ରିକୁ ଫେରିଆସନ୍ତୁ ବୋଲି ସମସ୍ତେ କାମନା କରୁଛନ୍ତି। କିଛି ଦିନ ତଳେ ସାମନ୍ଥା ନିଜ ଫଟୋ ଶେୟାର କରିଛନ୍ତି। ସେଥିରେ ତାଙ୍କ ହାତରେ ଡ୍ରିପ୍ ଲାଗିଥିବା ଏବଂ ପାଖରେ ଏକ ବୋତଲ ଥିବା ଦେଖାଯାଇଛି। ଫଟୋ ଶେୟାର କରି ସେ ଲେଖିଛନ୍ତି, ଆପଣଙ୍କ ଭଲପାଇବା ହିଁ ମୋର ଶକ୍ତି। କିଛି ମାସ ପୂର୍ବେ ମୋତେ ମୋୟୋସିଇଟିସ୍ ନାମକ ରୋଗ ହୋଇଛି। ଭାବୁଥିଲି ଶୀଘ୍ର ଠିକ ହୋଇଯିବି। ହେଲେ ସମୟ ଲାଗୁଛି। ସବୁବେଳେ ନିଜକୁ ଶକ୍ତ ଦେଖାଇପାରିବି ନାହିଁ। ଡାକ୍ତରମାନେ କହୁଛନ୍ତି ଶୀଘ୍ର ଠିକ୍ ହୋଇଯିବି। ହେଲେ ପ୍ରତିଦିନ ମୁଁ ଠିକ୍ ହେବାର ଆଉ ଗୋଟିଏ ଦିନ ପାଖକୁ ଯାଉଛି। ମୁଁ ସମସ୍ତଙ୍କୁ ବହୁତ ଭଲପାଏ। ଏ ସମୟ ବିତିଯିବ ବୋଲି ସେ କହିଛନ୍ତି। ଏହା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଏହାକୁ ନେଇ ଚିନ୍ତା ବଢ଼ିଥିଲା।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅର୍ଗସ ବ୍ୟୁରୋ: ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କରଡ଼ାବଣି ଗାଁରେ ଅଭାବନୀୟ ଘଟଣା। ଗାଁର ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହି ନଦୀ ପାର୍ କରିବା ପରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। କରଡାବଣି ଗାଁର ହରିହର ହାଁସଦାଙ୍କ ସ୍ତ୍ରୀ ବୀଜ ହାଁସଦାଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ରାମିଆଳ ନଦୀ ପାର କରାଯାଇ ମେଡିକାଲକୁ ନିଆଯାଇଥିଲା । ପରେ କାମାକ୍ଷାନଗର ମେଡ଼ିକାଲରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବା ଜଣାପଡିଛି । କରଡ଼ାବଣି ଗାଁକୁ ଭଲ ରାସ୍ତା ନଥିବାରୁ ଲୋକମାନେ ଚିକିତ୍ସା କ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଯାହାର ଫଳ ସ୍ୱରୂପ ଆମ୍ୱୁଲାନ୍ସ ଆସିପାରୁନାହିଁ। ଅଣ୍ଟାଏ ଅଣ୍ଟାଏ ପାଣିରେ ଲୋକେ ଗର୍ଭବତୀ ମହିଳାଙ୍କୁ ନେଇ ଯିବାଆସିବା କରୁଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଭଦ୍ରକ: ବାସୁଦେବପୁର ବ୍ଲକ କମାରଗାଁ ଠାରେ ଚୋରା ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ । ଗୋଟିଏ ସ୍କୁଟି ଗାଡି ସହିତ 8କିଲୋ ଗଂଜେଇ ଓ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ସ୍କୁଟିରେ ଗଂଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା।
ତେବେ ଏହି ଚଢ଼ାଉ ସମୟରେ ବାସୁଦେବପୁର ଅବକାରୀ ବିଭାଗର କର୍ମଚାରୀ ମାନେ ସାମିଲ ଥିଲେ । ଜବତ ହେଇଥିବା ସ୍କୁଟିରୁ ଗୋଟିଏ ବୁରାରେ 8କିଲୋ ଗଂଜେଇ କୁ ଜବତ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ବାସୁଦେବପୁର ଭୋଇ ସାହି ଅଂଚଳର ତାପସ ମହାନ୍ତି ବୋଲି ଜଣାପଡିଛି । ତେବେ ଦିନକୁ ଦିନ ବାସୁଦେବପୁର ଅଂଚଳରେ ଚୋରା ଗଞ୍ଜେଇ କାରବାର ବଢ଼ିବାରେ ଲାଗିଛି । ଗତ କିଛି ଦିନ ପୂର୍ବରୁ ପାଖାପାଖି 30କିଲୋ ଗଂଜେଇ ଜବତ ସହ 4ଜଣକୁ ଅବକାରୀ ବିଭାଗ ଓ ପୋଲିସ ଗିରଫ କରିଥିଲା । ପୁଣି ଅବକାରୀ ବିଭାଗ ଜଣକୁ ଗିରଫ କରିବା ସହ 8କିଲୋ ଗଂଜେଇ ଜବଦ କରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର