ୟୁନାଇଟେଡ୍ କିଙ୍ଗଡମର ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟ କରାଯାଉ ବୋଲି କହିଥିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରନ। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପରିସରକୁ ବିସ୍ତାର କରିବା ସମ୍ପର୍କରେ ମତ ରଖି ମାକ୍ରନ ଭାରତକୁ UNSCର ସ୍ଥାୟୀ ସଦସ୍ୟତା ମିଳୁ ବୋଲି କହିଥିଲେ। ମାକ୍ରନ୍ କହିଛନ୍ତି, ଏବେ ବିଶ୍ୱରେ ଅନେକ ପରିବର୍ତ୍ତନ ହେଉଛି। ଏହାକୁ ଦୃଷ୍ଟିରେ ରଖି ୟୁଏନଏସସିର ମଧ୍ୟ ବିସ୍ତାର ହେବା ଦରକାର। ଜର୍ମାନୀ, ଜାପାନ, ଭାରତ ଓ ବ୍ରାଜିଲ୍ ଭଳି ଦେଶକୁ ୟୁଏନଏସସିର ସ୍ଥାୟୀ ସଦସ୍ୟତା ମିଳିବା ଦରକାର । ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବାକୁ ମତ ଦେଇଥିଲେ।
ଏବେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୫ଟି ଦେଶ ଆମେରିକା, ରୁଷିଆ, ୟୁନାଇଟେଡ୍ କିଙ୍ଗଡମ୍, ଚୀନ୍ ଓ ଫ୍ରାନ୍ସ ସ୍ଥାୟୀ ସଦସ୍ୟ ରହିଛନ୍ତି । ସେମାନଙ୍କର ଭିଟୋ କ୍ଷମତା ରହିଛି । ଏଥିସହ ୧୦ଜଣ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ଦୁଇ ବର୍ଷ ପାଇଁ ପ୍ରତିନିଧିତ୍ବ କରିଥାନ୍ତି। ତେବେ ଭାରତକୁ ସ୍ଥାୟୀ ସଦସ୍ୟ କରାଯିବା ନେଇ ସମର୍ଥନ ମିଳିବା ପରେ ଚୀନ୍ ଓ ପାକିସ୍ତାନର ଟେନସନ ଅଧିକ ବଢ଼ିଛି।
ଅଧିକ ପଢନ୍ତୁ ଭାରତ ଖବର