ସେହିପରି 2019 ରେ ଖଣି ମାଫିଆଙ୍କ ସହ ଲିଙ୍କ ରେ ଖୋର୍ଦ୍ଦା ତତ୍କାଳୀଳ ଆଇଆଇସି ବିକ୍ରମ ଜେନା ଙ୍କ ନା ସାମ୍ନାକୁ ଆସିବୋ ଘଟଣା ବି ସୃଷ୍ଟି କରିଥିଲା ହଇଚଇ। ଏହା କେବଳ ଭାତ ହାଣ୍ଡିରୁ ଗୋଟିଏ। ଏଭଳି ଅନେକ ପୋଲିସ ଅଫିସର ଖଣିମାଫିଆଙ୍କ ସହ ଲିଙ୍କ ରେ ଥିବା ପୋଲିସ ବିଭାଗର ଏ ଚିଠି ପଦାରେ ପକାଇଛି । ନଜର ପକାନ୍ତୁ ସବୁ ଜିଲ୍ଲା ର ଏସ ପି ଓ ଡିସିପି ଙ୍କୁ ଆଇନ ଶୃଙ୍ଖଳା ଏ ଡିଜି ଲେଖିଥିବା ଏ ଚିଠି ଉପରେ । ଚିଠି ରେ ଉଲ୍ଲେଖ କରାଯାଇଛି କିଛି ଫିଲଡ ଅଫିସର ପୋଲିସ ଡ୍ୟୁଟି ଛାଡି ଖଣି ଅଂଚଳ ରେ ପରିବହନ ସହ ବେଆଇନ କାର୍ଯ୍ୟ ରେ ସମ୍ପୃକ୍ତି ରହୁଥିଛି । ପୋଲିସ ଡିଜି ଏ ଘଟଣା କୁ ଗୁରୁତର ସହ ନେଇ ଏଭଳି ଘଟଣା ସାମ୍ନା କୁ ଆସିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି । ପୂର୍ବ ସରକାରରେ ବିଜେଡି ଫଣ୍ଡର ବଡ ଆଧାର ଥିଲା ବେଆଇନ ଖଣି କାରବାର। ଆଉ ଏଥିରେ ସାମିଲ ହୋଇଥିଲେ ପୋଲିସ ବାବୁ। ଅର୍ଥ ରାଜ୍ୟ ତହବିଲକୁ ନ ଯାଇ ଯାଉଥିଲା ପୋଲିସ ବାବୁ ଓ ନେତାଙ୍କ ପକେଟକୁ।
ସେପଟେ ଦୁର୍ନ୍ନିତି ବିରୋଧ ରେ ଜିରୋ ଟଲରେନ୍ସ ନିତି ଆପଣେଇଛନ୍ତି ନୂଆ ସରକାର । ରାଜ୍ୟ ରେ ଲଘୁ ଖଣିଜ ଲୁଟ ହେଲେ ଏଣିକି କଡା ଆକ୍ସନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ରେ ଲଘୁ ଓ ଖଣିଜ ପଦାର୍ଥ ଲୁଟ ଯୋଗୁଁ ରାଜସ୍ବ ହାନୀ ହେଉଥିବାରୁ ଚୋରା କାରବାର ରୋକିବାକୁ ଡ୍ରୋନ ର ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।
ରାଜ୍ୟ ରେ ବିଜେଡି ସରକାର ସମୟରେ ଖଣି ଲୁଟ ର ମାଳ ମାଳ ଅଭିଯୋଗ ଆସିଛି । କେଉଁଠି ବିଧାୟକ ଙ୍କ ପ୍ରୋତ୍ସାହନ ରେ ହେଉଛି ତ ହେଉଥିଲା ତ କେଉଁଠି ସରକାରୀ ଅଧିକାରୀଙ୍କ ଛତ୍ରଛାୟା ତଳେ । ଏବେ ଖଣି ଲୁଟ ରୋକିବାକୁ ନୂଆ ସରକାର ଙ୍କ ନୂଆ ପର୍ମୁଲା କେତେଦୂର କାମ କରୁଛି ତାହା ଉପରେ ନଜର ।
ଅଧିକ ପଢ଼ନ୍ତୁ ଓଡିଶା ଖବର...