୬୪ ବର୍ଷରେ ୪୬ ମିଶନ
ଟିକେ ଭାବନ୍ତୁ ଗତ ୬୪ ବର୍ଷ ମଧ୍ୟରେ ସାରା ବିଶ୍ୱର ଶୁକ୍ର ଗ୍ରହ ବିଷୟରେ ଜାଣିବା ପାଇଁ ଏତେ ଆଗ୍ରହ କାହିଁକି ବଢୁଛି ?। ଶୁକ୍ର ପୃଥିବୀର ସବୁଠାରୁ ନିକଟତମ ଗ୍ରହ । ଏହା ସୌରମଣ୍ଡଳର ଏପରି ଏକ ଗ୍ରହ ଯେଉଁଠାରେ ଜନବସତୀ ସ୍ଥାପନ ସମ୍ଭବ ହୋଇପାରେ। ଶୁକ୍ର ଗ୍ରହରେ ଅକ୍ସିଜେନ୍ ଏବଂ ପାଣି ମଧ୍ୟ ରହିଛି। ଜୀବନ ବଞ୍ଚିବା ପାଇଁ ଏତେ ସବୁ ଉପାଦାନ ଥାଇ ମଧ୍ୟ ଏଠାରେ କଣ ପାଇଁ ଜୀବନ ତିଷ୍ଠୁନି ତାହା ଖୋଜୁଛି ସାରା ବିଶ୍ୱ।
ଭାରତ କେବେ ପଠାଇବ ଶୁକ୍ରଯାନ ?
ବର୍ଷ ୨୦୨୮ରେ ଭାରତ ଶୁକ୍ରକୁ ପଠାଇବ ଶୁକ୍ରଯାନ। ଏଥିପାଇଁ ୧୨ ଶହ ୩୬ କୋଟି ମଞ୍ଜୁର ହୋଇଛି। ତେବେ ଶୁକ୍ରଗ୍ରହ ପାଇଁ ପ୍ରଥମ ମିଶନ ୨୦୧୨ରେ ତିରୁପତି ଅନ୍ତରିକ୍ଷ ସମ୍ମିଳନୀରେ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଏହି ମିଶନ ଆଗକୁ ବଢିପାରିନଥିଲା। ହେଲେ ଏହି ମିଶନକୁ ନେଇ ଇଶ୍ରୋର ଅଧ୍ୟୟନ ଜାରି ରହିଥିଲା। ଯାହା ୨୦୨୮ରେ ସଫଳ ହେବାକୁ ଯାଉଛି।