ଡାକ୍ତରଙ୍କୁ ନ୍ୟାୟ ଦାବି ପୂର୍ବରୁ ଛାତ୍ରସଙ୍ଗଠନ,ଜନସାଧାରଣ,ଡାକ୍ତର ମାନେ ରାଜରାସ୍ତାକୁ ଓହ୍ଲାଇ ସାରିଛନ୍ତି ଏବଂ ଟିଏମସିକୁ ଚେତାବନ ମଧ୍ୟ ଦେଇଛନ୍ତି,ଯାହା ଦିଦିଙ୍କବୁଦ୍ଧିବଣା କରିଥିଲା,ସେଇଥି ପାଇଁ ତ ଶେଷରେ ମୁଣ୍ଡ ନୁଆଁଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଡାକ୍ତରଙ୍କ ୫ ଦାବି ମଧ୍ୟରୁ ୩ ଦାବିକୁ ମାନିନେଇଥିଲେ ପଶ୍ଚିମ ସରକାର। ସେପଟେ କିନ୍ତୁ ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ କୌଣସି ଦଣ୍ଡବିଧାନ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଦିଦି । ମମତାଙ୍କ ଏତେ କ୍ଷମତା ଡ଼ର ଘାରିଥିଲା ଯେ, ରାତି ଅଧିଆ ଆକ୍ସନ ନେଇଥିଲେ,ଲକ୍ଷ୍ୟଥିଲା କେମିତି ଆନ୍ଦୋଳନ ଥମିବ,ସେଥିଲାଗି କଳେବଳେ କୌଶଳେ ଲାଗିଥିଲେ ଦିଦି। ପୋଲିସ କମିସନର ବିନୀତ ଗୋୟଲଙ୍କୁ ବିଦାକରାଯାଇଥିଲା,ଏଥିସହ ମେଡିକାଲ ଶିକ୍ଷା ବିଭାଗର ନିର୍ଦ୍ଦେଶକ କୌସ୍ତଭ ନାୟକ, ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଦେବାଶିଷ ହାଲଦାରଙ୍କୁ ବି ସେମାନଙ୍କ ପଦରୁ ବହିଷ୍କାର କରାଯାଇଥିଲା। ଏପଟେ ସିବିଆଇ ଏମାମଲାରେ ତଦନ୍ତ କରୁଥିବାବେଳେ କେବେ ନ୍ୟାୟ ମିଳିବ ଅପେକ୍ଷାରେ ରହିଛନ୍ତି ପୀଡିତାଙ୍କ ପରିବାର । ଡାକ୍ତର ସଙ୍ଗଠନ କହିଛି ଆମେ ସିବିଆଇ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାଲି କରିବୁ । ଏହି ମାମଲାର ତ୍ୱରିତ ତଦନ୍ତ ଲାଗି ଦାବି ଜଣାଇବୁ,ପଶ୍ଚିମବଙ୍ଗ ସରକାର ଦ୍ୱାରା ଦିଆଯାଇଥିବା ସବୁ ପ୍ରତିଶ୍ରୁତି ପୂରଣ ଲାଗି ସପ୍ତାହେ ପର୍ଯ୍ୟନ୍ତ ଅପେକ୍ଷା କରିବୁ । ଏହା ମଧ୍ୟରେ ସବୁ ପ୍ରତିଶ୍ରୁତି ପୂରଣ ନ ହେଲେ ଆମେ ପୁଣି ଥରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବୁ ବୋଲି କହିଛନ୍ତି ଡାକ୍ତର ମାନେ । ଅନ୍ୟପଟେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ମଧ୍ୟ ଦିନକୁ ଦିନ ନିଜର ମତ ବଦଳାଉଛି,ଅନ୍ୟତମ ମାଷ୍ଟ୍ରର ମାଇଣ୍ଡ ସନ୍ଦୀପ ଘୋଷ ମଧ୍ୟ ଅଡୁଆ ମଧ୍ୟ ବଢିବାରେ ଲାଗୁଛି ସମୟ ଗଡୁଥିବାବେଳେ ସମସ୍ତଙ୍କ ଅପେକ୍ଷା,କେବେ ମିଳିବ ନ୍ୟାୟ।