ତେବେ ଏହି ଲିଗର ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଟବଲ ସଂଘ ସଂପାଦକ ଆଶୀର୍ବାଦ ବେହେରାଙ୍କ ସମେତ ଅଲମ୍ପିକ୍ସ ସଂଘ ସଂପାଦକ ଯୋଗ ଦେଇଥିଲେ।
ଅଧିକ ପଢନ୍ତୁ କ୍ରୀଡା ଖବର
କଟକ: ଶେଷ ହେଲା କଟକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମଜିଏମ ଫାଓ ଲିଗ୍-୨୦୨୪। ଏଥିରେ ସନରାଇଜ କ୍ଳବ୍ ଚାମ୍ପିଅନ ହୋଇଥିବା ବେଳେ ରୋଭର୍ସ କ୍ଳବ୍ ରନର ଅପ୍ ହୋଇଛି। ଫାଇନାଲ ମ୍ୟାଚରେ ରୋଭର୍ସ କ୍ଳବକୁ ୧-୦ ଗୋଲରେ ପରାସ୍ତ କରିଛି ସନରାଇଜ କ୍ଳବ୍। ଦୀର୍ଘ ମାସ ଧରି ଚାଲିଥିବା ଏହି ଲିଗରେ କଟକର ୩୩ ଟି ଦଳ ଭାଗ ନେଇଥିଲେ। ଏଥିରେ ରାଜ୍ୟ ସହ ରାଜ୍ୟ ବାହାରର ଅନେକ ଖେଳାଳୀ ବିଭିନ୍ନ ଟିମରେ ଖେଳିଥିଲେ।
ତେବେ ଏହି ଲିଗର ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଟବଲ ସଂଘ ସଂପାଦକ ଆଶୀର୍ବାଦ ବେହେରାଙ୍କ ସମେତ ଅଲମ୍ପିକ୍ସ ସଂଘ ସଂପାଦକ ଯୋଗ ଦେଇଥିଲେ।
ଅଧିକ ପଢନ୍ତୁ କ୍ରୀଡା ଖବର
ଭୁବନେଶ୍ୱର: ଚନ୍ଦକା ଥାନାରେ କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମ ବ୍ରାଞ୍ଚ୍ ର ଜଣେ ମହିଳା ଡିଏସପିଙ୍କ ନେତୃତ୍ତ୍ୱରେ କରୁଛନ୍ତି ଛାନଭିନ୍ । ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ଶନିବାର ରାତିରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ କମେଣ୍ଟ ମାରିଥିବା 7 ଜଣଙ୍କୁ ଅଟକ ରଖିଲା କ୍ରାଇମବ୍ରାଞ୍ଚ । ଚନ୍ଦକା ଥାନାରେ ଅଟକ ଯୁବକକୁ ପଚରା ଉଚରା ଜାରି ରଖିଛି କ୍ରାଇମ ବ୍ରାଞ୍ଚ୍ ।
ଶନିବାର ରାତିରେ ଗାଡି ରେ ଫେରୁଥିବା ବେଳେ ଯୁବକ ମାନେ କମେଣ୍ଟ ମାରିଥିବା ନେଇ ଥାନାକୁ ଆସିଥିଲେ ମେଜର ଗୁରୁଵଂଶ ସିଂ ଓ ବାନ୍ଧବୀ । ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଦେଇଥିବା ପୋଲିସ ବାବୁଙ୍କ କିଏ ସେ ଗଡ଼ଫାଦର । 2022 ରେ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଥିବାବେଳେ ବାବୁ ବାଲିଯାତ୍ରା ଷ୍ଟାଣ୍ଡ ପାଇଁ ମାଗୁଥିଲେ ଲାଞ୍ଚ । ନ ଦେଲେ ମିଛ କେସରେ ଫଶାଇବେ ବୋଲି ଦି ଧମକାଉଥିଲେ । ଲାଞ୍ଚ ମାଗୁଥିବାର ଭିଡିଓ ଭାଇରାଲ୍ ପରେ ବି କାହିଁକି ଦୀନକୃଷ୍ଣ ମିଶ୍ରଙ୍କ ବିରୋଧରେ ହେଲା ନାହିଁ ଆକସନ୍ ।
ଓଲଟା ତାଙ୍କୁ ପୁରସ୍କାର ମିଳିଲା । 6 ମାସ ତଳେ ଭରତପୁର ମଡେଲ ଥାନାକୁ ଉଦଘାଟନ କରିଥିଲେ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲାଞ୍ଚୁଆ ପୋଲିସ ବାବୁ ବଦଳି ହୋଇ ଆସିଲେ ଏଇ ଥାନାକୁ । ତେବେ ବିଜେଡିର ଗେହ୍ଲାପୁଅଙ୍କୁ କିଏ ଆଣିଥିଲା ମଡେଲ୍ ଥାନା । ସେପଟେ ଆଦର୍ଶ ଥାନାରେ ସିସିଟିଭି ନଥିବା ନେଇ ବଡ଼ ପ୍ରଶ୍ନ । ସନ୍ଦେହ ଘେରରେ ପୂର୍ବ ନବୀନ ସରକାର ।
ସେପଟେ ଭରତପୁର ଥାନା ଘଟଣାରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସରକାରଙ୍କ ପକ୍ଷରୁ କ୍ରାଇମ୍ ବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । 4 ଜଣଙ୍କୁ ନିଲମ୍ବିତ କରାଯାଇଛି । ତାଙ୍କ ନାଁରେ ଏଫ୍ ଆଇ ଆର ମଧ୍ୟ କରାଯାଇଛି । କାର୍ଯ୍ୟାନୁଷ୍ଠାନ ନେବା କ୍ଷେତ୍ରରେ କେବେ ବି ସରକାର ପଛଘୁଞ୍ଚା ଦେବେ ନାହିଁ । ତେଣୁ କୌଣସି ପ୍ରକାର ବ୍ୟସ୍ତତା ହେବା ଦରକାର ନାହିଁ । ସରକାର ସଚେତନ ଅଛନ୍ତି, ଆଗାମୀ ଦିନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଆହୁରି ପଢନ୍ତୁ ଓଡିଶା ଖବର...