ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
ଅର୍ଗସ ବ୍ୟୁରୋ: ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ବୃନ୍ଦାବତୀ ନିବାସର ବେସମେଣ୍ଟରେ ରହିବେ ୧୪୦ ହବିଶ୍ୟାଳି। ତେବେ ଆଜି ସୁଦ୍ଧା ସମସ୍ତ ତାଲିକା ଚୂଡାନ୍ତ ହୋଇସାରିବା ପରେ ଅନ୍ୟମାନଙ୍କୁ ପଞ୍ଜିକରଣ କରି ରଖିବାର ବ୍ୟବସ୍ଥା ହେବ ବୋଲି କହିଛନ୍ତି ଜିଲ୍ଲାପାଳ । ଯେଉଁମାନେ ବଳକା ହେବେ ସେମାନଙ୍କ ପାଇଁ ଅନ୍ୟ ଧର୍ମଶାଳାର ମଧ୍ୟ ବ୍ୟବସ୍ଥା କରାଯାଉଛି । କୌଣସି ହବିଶ୍ୟାଳି ଯେମିତି ନ ଫେରନ୍ତି ସେନେଇ ବ୍ୟବସ୍ଥା କରାଯାଉଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
ଅର୍ଗସ ବ୍ୟୁରୋ : ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ କେମ୍-2024ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତ ନିବେଶକଙ୍କୁ ଓଡ଼ିଶାରେ ନିବେଶ ପାଇଁ ଅନୁରୋଧ କରିଛନ୍ତି। ମୋହନ ମାଝୀ କହିଛନ୍ତି ଓଡ଼ିଶାରେ ନିବେଶକମାନଙ୍କୁ ଦିଆଯିବ ହାଇଟେକ୍ ସୁବିଧା । ଓଡ଼ିଶାରେ ପୁଞ୍ଜି ନିବେଶ କରୁଥିବା ଲୋକଙ୍କୁ ସରକାର ସମସ୍ତ ସୁବିଧା ଯୋଗାଇ ଦେବେ। ପୂର୍ବ ସରକାର ଉଦ୍ୟୋଗ ଗୁଡ଼ିକୁ ଫେରାଇ ଦେବାର ରାସ୍ତା ଦେଖାଇ ଦେଉଥିଲେ, କିନ୍ତୁ ଆମ ସରକାର ସମସ୍ତଙ୍କୁ ସର୍ବୋତ୍ତମ ସୁବିଧା ପ୍ରଦାନ କରିବେ।
ଅଧିକ ପଢନ୍ତୁ ଓଡିଶା ଖବର
ଓଡ଼ିଶାରେ ରସାୟନ ଶିଳ୍ପ ଆସିବା ଦ୍ୱାରା ନିଯୁକ୍ତି ସହିତ ବିକାଶ ମଧ୍ୟ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିଛନ୍ତି ବେଦାନ୍ତର ଅଧ୍ୟକ୍ଷ ଅନୀଲ୍ ଅଗ୍ରୱାଲ୍ ଓ JSWର ଚେୟାରମ୍ୟାନ୍ ସଜ୍ଜନ ଜିନ୍ଦଲ। ଆସନ୍ତାକାଲି ଆନନ୍ଦ ମହିନ୍ଦ୍ରା, କୁମାର ମଙ୍ଗଳମ ବିର୍ଲାଙ୍କ ଭଳି ଶିଳ୍ପପତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।