ଯୋଗୁଁ ଅବଢ଼ା ଦର ଶୁଣିଲେ ଭକ୍ତ ଙ୍କ ମନ ଖଟା ।ଅବଢ଼ା,ଡାଲି ,ବେସର,ମହୁର ଯାହା ଖାଇବାକୁ ଇଛା କଲେ ବି ପକେଟ୍ ସୁହାଉନି ।ତେବେ ଶ୍ରୀମନ୍ଦିରରେ ବରାଦୀ ଭୋଗରେ ବେନାମୀ ଘିଅର ବହୁଳ ବ୍ୟବହାର ଚିନ୍ତା ବଢ଼ାଇଥିବା ବେଳେ ଦୃଢ଼ ପଦକ୍ଷେପ ନେଇ କେବଳ ଓମ୍ ଫେଡ ର ଶୁଦ୍ଧ ଘିଅ ବ୍ୟବହାର କରିବାକୁ କଡା ତାଗିଦ୍ କରିଛି ଶ୍ରୀମନ୍ଦିର ପ୍ରଶାସନ ।ଓମ୍ ଫେଡ କୁ ଆବଶ୍ୟକୀୟ ଘିଅ ମହଜୁଦ ରଖିବାକୁ ସ୍ବତନ୍ତ୍ର ଡିପୋ କରିବାକୁ ପ୍ରସ୍ତାବ ମଧ୍ୟ ଦିଆଯାଇଛି ।ତେବେ ହଠାତ୍ ଶୁଦ୍ଧ ଘିଅ ବ୍ୟବହାର କଥା ଉଠୁ ଉଠୁ ମହାପ୍ରସାଦ ର ଦର ବଢ଼ିବାକୁ ନେଇ ଚର୍ଚ୍ଚା ଜୋର ଧରିଛି।ଚିଠି ଲେଖୁ ଲେଖୁ ଦର ବଢିଯିବା ଅସମ୍ଭବ।ତେଣୁ ଏହା ଜାଣିଶୁଣି ବଢାଯାଇଛି ବୋଲି କହିବା ସହ ଦର ହଠାତ୍ ବଢ଼ାଇବାକୁ ନାପସନ୍ଦ କରୁଛନ୍ତି ବୁଦ୍ଧିଜୀବୀ ଓ ସେବାୟତ ।ନିର୍ଦ୍ଦିଷ୍ଟ ଦର ତାଲିକା ନଥିବାରୁ ଏଭଳି ହେଉଥିବା କହିଛନ୍ତି ସେବାୟତ ।ସେପଟେ ମହାପ୍ରଭୁଙ୍କ ପ୍ରତି ଭକ୍ତଙ୍କର ଆସ୍ଥା, ସେବାରେ ଶୁଦ୍ଧତା ଏବଂ ଧର୍ମୀୟ ଭାବନା ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ତେବେ ଏ ପର୍ଯ୍ୟନ୍ତ କୌଣସି ବଡ଼ ସମସ୍ୟା ସୃଷ୍ଟି ହୋଇନାହିଁ । କାହା ପାଖରୁ ଅଭିଯୋଗ ବି ପ୍ରାପ୍ତ ହୋଇନାହିଁ ।ଘିଅ ରେ ରିହାତି ପାଇଁ ପ୍ରସ୍ତାବ ଆସିଲେ ତର୍ଜମା କରାଯିବ କହିଛନ୍ତି ଆଇନ ମନ୍ତ୍ରୀ ।
ରାଜ୍ୟରେ ବିଜେପି ସରକାର ଦାୟିତ୍ବ ନେବା ପରେ ଆନନ୍ଦ ବଜାରରେ ଶୃଙ୍ଖଳା ରକ୍ଷା ପାଇଁ ସୁଆର ମହାସୁଆର ସହ ଆଲୋଚନା କରିଛନ୍ତି। ଏନ୍ଫୋରସମେଣ୍ଟ ସ୍କ୍ୱାର୍ଡ ମୁତୟନ କରାଯିବା ସହ ଅନେକ ପଦକ୍ଷେପ ନିଆଯାଇଛି। ତେବେ ଆନନ୍ଦ ବଜାରରେ ନିର୍ଦ୍ଦିଷ୍ଟ ଦର ତାଲିକା ଲାଗି ନଥିବାରୁ ଅବଢ଼ା ଦରରେ ତାରତମ୍ୟ ରହୁଛି। କିଛି ଅସାଧୁ ବ୍ୟବାସାୟୀ ମନଇଛା ଦର କସୁଛନ୍ତି। ତେଣୁ ଯାଥାଶୀଘ୍ର ଦର ତାଲିକା ଲଗାଇ ଭକ୍ତଙ୍କୁ ସୁଲଭ ମୂଲ୍ୟରେ ଅବଢ଼ା ଯୋଗାଇଦେବାକୁ ବିଭିନ୍ନ ମହଲରେ ଦାବି ଯୋର ଧରିଛି।