24 ସାଧାରଣ ନିର୍ବାଚନରେ 9 ରୁ 90 ନାରା ଦେଇଥିବା କଂଗ୍ରେସ 14 ରେ ଅଟକିଯାଇଥିଲା..ନୈରାଶ୍ୟ ଜନକ ଫଳାଫଳ କୁ ନେଇ ଦଳରେ ଅସନ୍ତୋଷ ବଢ଼ିବାରୁ ରାଜ୍ୟ କଂଗ୍ରେସ ସଭାପତିଙ୍କୁ ହଟାଇବା ସହ ରାଜ୍ୟର ସମସ୍ତ କମିଟିକୁ ଭାଙ୍ଗି ଦେଇଥିଲା ଏ ଆଇ ସି ସି । ଏବେ ନୂଆ ସଭାପତି ରେସ୍ ରେ ଭକ୍ତ ଦାସ, ଶ୍ରୀକାନ୍ତ ଜେନା, ସପ୍ତଗିରି ଉଲ୍ଲକା, ବିଶ୍ୱରଂଜନ ମହାନ୍ତି ଓ ମହମ୍ମଦ ମୋକିମ ଥିବା ବେଳେ କିଛି ନେତା ଦିଲ୍ଲୀ ରେ ଡେରା ପକାଇଥିବା ଚର୍ଚ୍ଚା ହେଉଛି ।
ପିସିସି ର ସମସ୍ତ କମିଟି ଭଙ୍ଗ ପରେ ଦୁଇ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକନ ଓ ତାରିଖ ଅନୱାର ଙ୍କୁ ଷ୍ଟିୟରିଂ କମିଟି ସଦସ୍ୟ ଙ୍କ ସହ ଆଲୋଚନା କରି ରିପୋର୍ଟ ଦେବାକୁ ଦାୟିତ୍ବ ଦେଇଥିଲା ଦଳ.. ହେଲେ କେହି ହେଲେ ମଧ୍ୟ ଓଡିଶା ଆସିଲେନି.. ବରଂ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତି ରେ ଯେଉଁ ଥରେ ବୈଠକ ବସିଥିଲା ଅନେକ ବାଦ ବିବାଦ ଦେଖା ଦେଇଥିଲା.. ସଭାପତିକୁ ନେଇ ଦଳରେ ପୂର୍ବରୁ ଗୋଡ ଟଣା ଟଣି ହେବାର ନଜିର ଅଛି.. ଏବେ ଦଳ କାହାକୁ ଭରସା କରି ଦାୟିତ୍ବ ଦେଉଛି ତାହା ଉପରେ ନଜର