ଘର
ଓଡ଼ିଶା
ଗର୍ଭବତୀ ଓ କୁନି କୁନି ଶିଶୁଙ୍କ ଜୀବନ ସହ ସାଂଘାତିକ ଖେଳ
ଗର୍ଭବତୀ ଓ କୁନି କୁନି ଶିଶୁଙ୍କ ଜୀବନ ସହ ସାଂଘାତିକ ଖେଳ
by Manini Pattanayak
ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା ଛତିଶଗଡ଼ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ରାଇଘର ବ୍ଲକରେ ଗର୍ଭବତୀ ମହିଳା ଓ କୋମଳମତି ଶିଶୁମାନଙ୍କୁ ଛତୁଆ ବଣ୍ଟନରେ ଅବ୍ୟବସ୍ଥା । ବଣ୍ଟାଯାଉଛି ଏକ୍ସପାଏରୀ ଛତୁଆ। ହଲୁଆ ଗୁଣ୍ଡର ମଧ୍ୟ ସରିଯାଇଛି ଏକ୍ସପାଏରୀ। ଖଜରାରୁ ବାହରୁଛି ମାଳ ମାଳ ପୋକ। ଗର୍ଭବତୀ ଓ କୁନି କୁନି ଶିଶୁଙ୍କ ଜୀବନ ସହ ସାଂଘାତିକ ଖେଳ
ନବରଙ୍ଗପୁର ଜିଲ୍ଲା ଛତିଶଗଡ଼ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ରାଇଘର ବ୍ଲକରେ ଗର୍ଭବତୀ ମହିଳା ଓ କୋମଳମତି ଶିଶୁମାନଙ୍କୁ ଛତୁଆ ବଣ୍ଟନରେ ଅବ୍ୟବସ୍ଥା । ପ୍ୟାକେଟ ଅବଧି ଶେଷ ପରେ ମଧ୍ୟ ଛତୁଆ ବଣ୍ଟନ କରାଯାଉଛି । ହଲୁଆ ଗୁଣ୍ଡର ମଧ୍ୟ ସରିଯାଇଛି ଏକ୍ସପାଏରୀ । ପ୍ୟାକେଟ ପ୍ରସ୍ତୁତ କରିବାର ଏକ ମାସ ମଧ୍ୟରେ ବ୍ୟବହାର କରିବାକୁ ପ୍ୟାକେଟରେ ଉଲ୍ଲେଖ ରହିଥିବା ବେଳେ ଅବଧି ଶେଷ ପରେ ବଣ୍ଟନ ହୋଇଛି । ଛତୁଆ ପ୍ୟାକେଟରେ ପ୍ରସ୍ତୁତ ତାରିଖ ଅଗଷ୍ଟ ୨୫ ରହିଥିବା ବେଳେ ହଲୁଆ ଗୁଣ୍ଡ ପ୍ରସ୍ତୁତ ତାରିଖ ଅଗଷ୍ଟ ୧୧ ରହିଛି । ଖାଲି ଏତିକି ନୁହେଁ, ଖଜରାରୁ ବାହାରୁଛି ପୋକ । ଯାହାକୁ ନେଇ ସବୁ ମହଲରେ ପ୍ରକାଶ ପାଇଛି ଅସନ୍ତୋଷ ।
ସିଡ଼ିପିଓ କାର୍ଯ୍ୟାଳୟ ପକ୍ଷରୁ ଛତୁଆ ବଣ୍ଟନ ନିମନ୍ତେ ଗୋଟିଏ ସ୍ଵଂୟ ସହାୟକ ଗୋଷ୍ଠୀ ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକରେ ଛତୁଆ ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା ହୋଇଛି । ମୋଟ ୩୧୩ ଅଙ୍ଗନବାଡି କେନ୍ଦ୍ରକୁ ଗୋଟିଏ ମାତ୍ର ସ୍ଵଂୟ ସହାୟକ ଗୋଷ୍ଠୀ ସଠିକ ସମୟରେ ବଣ୍ଟନ କରିପାରୁନାହାନ୍ତି । ଦୀର୍ଘ ୧୫ ବର୍ଷ ଧରି ଗୋଟିଏ ସଂସ୍ଥା ଦ୍ବାରା ଛତୁଆ ବିତରଣ କରାଯାଉଛି। ସଂସ୍ଥାଟି ବ୍ଲାକ୍ ଲିଷ୍ଟ୍ ହୋଇଥିଲେ ମଧ୍ୟ କିପରି ୧୫ ବର୍ଷ ଧରି ବଣ୍ଟନ କରୁଛି ? କାହା ଛତ୍ରଛାୟାରେ ଥିଲା ? ତାକୁ ନେଇ ପ୍ରଶ୍ନ ଉଠୁଛି । ଏ ସବୁ ଭିତରେ ସ୍ଥିତି ସମୀକ୍ଷା କରିଛନ୍ତି ସାଂସଦ ବଳଭଦ୍ର ମାଝୀ । ସେପଟେ ତଦନ୍ତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ । ତେବେ ନିମ୍ନମାନର ଛତୁଆ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ଓ ସିଡିପିଓ ସନ୍ଦେହ ଘେରରେ । କେବେ ହେବ ଛତୁଆ ବଣ୍ଟନ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ, ତା ଉପରେ ନଜର ।
ଅଧିକ ପଢନ୍ତୁ ଓଡ଼ିଶା ଖବର