ଦୂର୍ବୃତ୍ତମାନେ ଆସିଲେ ପାଖାପାଖି ୫ ମିନିଟ୍ ରେ ୯ ଲକ୍ଷ ୩୫ ହାଜର ୨୫୦ ଟଙ୍କା ନେଇ ଚାଲିଗଲେ । ଖଣିରେ କାର୍ଯ୍ୟରତ ପରିବହନ ସଂସ୍ଥା କ୍ରାକର ଇଣ୍ଡିଆ ପ୍ରାଇଭେଟ୍ ମାଇନିଂ ଲିମିଟେଡ଼ ନିକଟରୁ ଲୁଟିନେଲେ ଦୂର୍ବୃତ୍ତ । ପୋଲିସ ପହଞ୍ଚି ତଦନ୍ତ କରୁଛି ।
ଆହୁରି ପଢନ୍ତୁ ଅପରାଧ ଖବର...
ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ଟେନିସ ଫାଡ଼ି ଅନ୍ତର୍ଗତ ରାଇକେଲା ଗୀତାରାଣୀ ମହାନ୍ତି ମାଇନ୍ସରୁ ବନ୍ଧୁକ ଦେଖାଇ 10 ଲକ୍ଷ ଟଙ୍କା ଲୁଟିନେଲେ ଦୂର୍ବୃତ୍ତ । ଲୁଟିବା ସମୟରେ ମୁଖା ପିନ୍ଧିଥିଲେ ଦୂର୍ବୃତ୍ତ । 5 ଜଣ ଦୂର୍ବୃତ୍ତ ସାମିଲ ଥିବା ଅଭିଯୋଗ ହୋଇଛି । ସମସ୍ତଙ୍କ ପାଖରେ ଥିଲା ବନ୍ଧୁକ ଓ ଟାଙ୍ଗିଆ, ଭୁଜାଲି ।
ଦୂର୍ବୃତ୍ତମାନେ ଆସିଲେ ପାଖାପାଖି ୫ ମିନିଟ୍ ରେ ୯ ଲକ୍ଷ ୩୫ ହାଜର ୨୫୦ ଟଙ୍କା ନେଇ ଚାଲିଗଲେ । ଖଣିରେ କାର୍ଯ୍ୟରତ ପରିବହନ ସଂସ୍ଥା କ୍ରାକର ଇଣ୍ଡିଆ ପ୍ରାଇଭେଟ୍ ମାଇନିଂ ଲିମିଟେଡ଼ ନିକଟରୁ ଲୁଟିନେଲେ ଦୂର୍ବୃତ୍ତ । ପୋଲିସ ପହଞ୍ଚି ତଦନ୍ତ କରୁଛି ।
ଆହୁରି ପଢନ୍ତୁ ଅପରାଧ ଖବର...
ଭୁବନେଶ୍ୱର: 17ରେ ଓଡ଼ିଶା ଆସୁଛନ୍ତି ମୋଦି। ସେପ୍ଟେମ୍ବର 17ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ପ୍ରବଳ ଜନଗହଳି ହେବାକୁ ଥିବାରୁ 50 ଜଣ ବରିଷ୍ଠ OASଙ୍କୁ ପରିଚାଳନା ଦାୟିତ୍ଵ।
ନୂଆଦିଲ୍ଲୀ: ଦୀର୍ଘ ୬ ମାସ ଜେଲରେ ରହିବା ପରେ ଆଜି ମୁକୁଳିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ସେ ତିହାର ଜେଲରୁ ବାହାରିଛନ୍ତି। ବେଲ୍ ମିଳିଛି ହେଲେ କେଜ୍ରିୱାଲଙ୍କ ଲାଗି କଠୋର ସର୍ତ୍ତ ରଖିଛନ୍ତି କୋର୍ଟ। ମୁଖ୍ୟମନ୍ତ୍ରୀ ପଦରେ ଥାଇ ମଧ୍ୟ କେଜ୍ରିୱାଲଙ୍କୁ ସିଏମ୍ଓ ଏବଂ ସଚିବାଳୟ ଯିବା ମନା ହୋଇଛି। ଏପରି ସ୍ଥିତିରେ ଆପ୍ ନେତାମାନଙ୍କ ଆବଶ୍ୟକତା ଠାରୁ ଅଧିକ ଖୁସି ହେବା କାରଣ ହୀନ । ଜେଲ୍ ମୁଖ୍ୟମନ୍ତ୍ରୀ ଏବେ ବେଲ୍ ମୁଖ୍ୟମନ୍ତ୍ରୀ। ଏବେ ବି ମଦ ଦୁର୍ନିତୀର କଳଙ୍କ । ନୈତିକତା ହିସାବରେ କେଜେରିୱାଲ ଇସ୍ତଫା ଦେବା କଥା ବୋଲି ବିଜେପି ଦାବି କରିଛି।
156 ଦିନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତିହାର ଜେଲରୁ ମୁକୁଳିଛନ୍ତି। କେଜରିୱାଲଙ୍କୁ ଜାମିନ ଦେଇଥିଲେ ବି ସୁପ୍ରିମକୋର୍ଟ ତାଙ୍କ ପାଇଁ କଡା ସର୍ତ୍ତ ରଖିଛନ୍ତି। ନୁଖ୍ୟମନ୍ତ୍ରୀ ପଦରେ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଯାଇ ପାରିବେ ନାହିଁ । କୌଣସି ସରକାରୀ ଫାଇଲ୍ ବା କାଗଜପତ୍ରରେ ଦସ୍ତଖତ କରିପାରିବେ ନାହିଁ। ଏ ସମସ୍ତ ମାମଲାକୁ ନେଇ କୌଣସି ଟିପ୍ପଣୀ ଦେଇ ପାରିବେନାହିଁ କେଜ୍ରିଓ୍ବାଲ୍। ଏଥିସହ ତାଙ୍କୁ ଟ୍ରାଏଲ୍ କୋର୍ଟରେ ହାଜର ହେବାକୁ ପଡ଼ିବ।କୈାଣସି ସାକ୍ଷୀ ସହିତ କଥା ହୋଇପାରିବେ ନାହିଁ...ଏବଂ ୧୦ ଲକ୍ଷ ଟଙ୍କାର ବଣ୍ଡ ଭରିବାକୁ ପଡିବ।
ଅଧିକ ପଢନ୍ତୁ ଭାରତ ଖବର