ବଦନାମ ହେବା ପରେ ଏବେ ସତ ଲୁଚାଇବାକୁ ଚାଲିଛି ପ୍ରୟାସ। ଦୂଷିତ ପାଣି ଯୋଗୁଁ ଝାଡାବାନ୍ତି ବ୍ୟାପୀନାହିଁ ବୋଲି ଏବେ ନିଜ କର୍ମଚାରୀଙ୍କ ଜରିଆରେ ଚାଲାଇଛନ୍ତି ମିଛପ୍ରଚାର। ଏପରିକି ଖୋଦ୍ ଜିଲ୍ଲାପାଳ ବି ଦୂଷିତ ପାଣି କଥା ମାନିବାକୁ ନାରାଜ। ଯଦି ଦୂଷିତ ପାଣି ଯୋଗୁଁ ଝାଡାବାନ୍ତି ବ୍ୟାପୀବା ମିଛ ତାହାଲେ ଶୁଣନ୍ତୁ ଅର୍ଗସକୁ କଣ ପ୍ରତିକ୍ରିୟା ଦେଇଥିଲେ ହୀରାକୁଦ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର।
ଆମେ ସେବେ ଝାଡ଼ାବାନ୍ତିକୁ ନେଇ ସତ ଦେଖାଇଥିଲୁ ଆଉ ଆଜି ବି ସତ ଦେଖାଉଛୁ। ହୀରାକୂଦ ପରେ ସମ୍ବଲପୁରରେ ଝାଡ଼ାବାନ୍ତି ବ୍ୟାପିଥିଲା। ଏବେ ବୁର୍ଲାରେ ପିଇବା ପାଣିର ସ୍ଥିତି କଣ ଆପଣଙ୍କୁ ଦେଖାଉଛୁ। ସହରର କୁଷ୍ଠରୋଗୀ କଲୋନୀ ନିକଟରେ ରହିଛି ଏହି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ। କେଉଁ ପରିବେଶରେ ଏଠାରେ ପାଣିକୁ ବିଶୁଦ୍ଧ କରାଯାଉଛି ଦେଖନ୍ତୁ। ଟ୍ରିଟମେଣ୍ଟ ପ୍ଲାଣ୍ଟ ଭିତରେ ସିଉଳି, ଦଳ ଓ ଘାସ ଭର୍ତ୍ତି। କେଉଁଠି ପକ୍ଷୀ ମରି ପଡିଛି ତ କେଉଁଠି ଆବର୍ଜନା। ତେଣୁ ଏଠାରେ ପାଣି ବିଶୁଦ୍ଧ ହେଉଛି ନା ଅଧିକ ଦୂଷିତ ହେଉଛି ଆପଣ ବିଚାର କରନ୍ତୁ।
ଗ୍ରାଉଣ୍ଡରୁ ସତ ଦେଖାଇବା ହେଉଛି ସତ୍ୟର ସନ୍ଧାନ। ଆଉ ଅର୍ଗସ ତାହା ହିଁ କରି ଆସିଛି। ସମ୍ବଲପୁର ଓ ହୀରାକୂଦରେ ବି ଆମେ ସତ ଦେଖାଇଥିଲୁ । ଆଉ ଆଜି ବିର୍ଲାରେ ବି ସତ ଦେଖାଇଲୁ। ରାଜ୍ୟ ସରକାର 24 ବର୍ଷ ଭିତରେ ଲୋକଙ୍କୁ ସୁଦ୍ଧ ପିଇବା ପାଇଁ ଯୋଗାଇପାରିଲେ ନାହିଁ। ଯାହାର ପରିଣାମ 2014-15ରେ ବି ଭୋଗି ସାରିଛନ୍ତି ସମ୍ବଲପରୁ ବାସୀ। ଆଉ ଏବେ ଅପାରଗତା ଧରପାଡ଼ିବା ପରେ ଭଡାଟିଆ କର୍ମଚାରୀଙ୍କ ମାଧ୍ୟମରେ କରୁଛନ୍ତି ମିଛ ପ୍ରଚାର।
ଅଧିକ ପଢନ୍ତୁ ଓଡ଼ିଶା ଖବର