ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପାଣି ପାଇଁ ମାରପିଟ୍, ଗୋଟିଏ ପରିବାରର ୪ ଆହତ । କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ୱାର୍ଡ ନମ୍ବର ୩ ଠାକୁରାଣୀ ଅଞ୍ଚଳରେ ପାଣି ପାଇଁ ଗଣ୍ଡଗୋଳ। ଓଏମଡିସି କମ୍ପାନୀ ପକ୍ଷରୁ ଠାକୁରାଣୀ ସେଡ଼ିଂ ବସ୍ତି ଅଞ୍ଚଳରେ ଏକ ବୋରୱେଲ ନିର୍ମାଣ କରାଯାଇଛି। ଏହି ବୋରୱେଲରୁ ପ୍ରାୟ ୨୦ ଘରକୁ ପାଇପ୍ ସଂଯୋଗ ହୋଇଛି । ତେବେ ଜଣେ ବ୍ୟକ୍ତି ମୁଖ୍ୟ ପାଇପ୍ ଲାଇନରେ ଏକ ଭଲବ୍ ଲଗାଇବାକୁ ନେଇ ଗଣ୍ଡଗୋଳ ଓ ମାର୍ପିଟ ହୋଇଥିଲା । ଏଥିରେ ଲଳନ ଗୁପ୍ତାଙ୍କ ପତ୍ନୀ ଲକ୍ଷ୍ମୀ ଦେବୀ, ତାଙ୍କ ଯାଆ ଓ ଦୁଇ ଝିଆରୀ ଆହତ ହୋଇଛନ୍ତି । ଲୁହା ରଡ ଓ ବାଡ଼ିରେ ଆକ୍ରମଣ ଯୋଗୁ ଲକ୍ଷ୍ମୀ ଦେବୀଙ୍କ ମୁଣ୍ଡ ଫାଟିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ଟି ଟ୍ବେଣ୍ଟି ବିଶ୍ବକପ ସେମି ଫାଇନାଲରେ ଆଫଗାନିସ୍ତାନ । ବାଂଲାଦେଶକୁ ୮ ରନରେ ହରାଇ ସେମିରେ ଆଫଗାନିସ୍ତାନ । ବର୍ଷା ବାଧାପ୍ରାପ୍ତ ମ୍ୟାଚକୁ ଡିଏଲ୍ ମେଥଡରେ ୮ ରନରେ ଜିତିଲା ଆଫଗାନିସ୍ତାନ । ଆଫଗାନିସ୍ତାନ ବିଜୟ ସହ ସେମିରୁ ବାଦ୍ ପଡିଲା ଅଷ୍ଟ୍ରେଲିଆ । ଗତକାଲି ଅଷ୍ଟ୍ରେଲିଆକୁ ୨୪ ରନରେ ହରାଇଥିଲା ଭାରତ ।
ଅଧିକ ପଢନ୍ତୁ : ଅଷ୍ଟ୍ରେଲିଆକୁ 24 ରନରେ ହରାଇଲା ଭାରତ
ତେବେ ୨୭ରେ ଇଂଲଣ୍ଡ ଭାରତ ହେବେ ମୁହାମୁହିଁ । ସେହିପରି ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକା ସହ ଆଫଗାନିସ୍ତାନ ହେବ କଡା ଟକ୍କର ।
ପୁରୀ: ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଦିନ 11 ଟାରେ ନୀଳାଦ୍ରି ଭକ୍ତନିବାସରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ କମିଟିର ସମସ୍ତ ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିବେ ।
ଗତକାଲି ନୀତି ସବକମିଟି ଓ ଛତିଶାନିଯୋଗର ଯୁଗ୍ମ ବୈଠକରେ ଚଳିତ ରଥଯାତ୍ରାର ନୀତିନିର୍ଘଣ୍ଟ ଚୁଡାନ୍ତ ହୋଇଥିବା ବେଳେ ଆଜି ଏହା ଉପରେ ମୋହର ମାରିବ ପରିଚାଳନା କମିଟି । ଚଳିତବର୍ଷ 53 ବର୍ଷ ପରେ ଅର୍ଥାତ 1971 ମସିହା ଅନୁଯାୟୀ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ ସେନେଇ ଗତକାଲି ଛତିଶାନିଯୋଗ ବୈଠକରେ ଆଲୋଚନା ହୋଇଥିଲା ।
ଗୋଟିଏ ଦିନରେ ରଥଯାତ୍ରା, ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପଡୁଥିବାରୁ କେଉଁ କେଉଁ ସମୟରେ କ'ଣ କ'ଣ ନୀତି କରାଯିବ ସେନେଇ ଗତକାଲି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବାବେଳେ ଚୂଡାନ୍ତ ନୀତିନିର୍ଘଣ୍ଟ ଉପରେ ପରିଚାଳନା କମିଟି ମୋହର ମାରିବ । ତେବେ ରଥଯାତ୍ରା ଦିନ ସମସ୍ତ ନୀତିକାନ୍ତି ତ୍ୱରାନ୍ୱିତ ହୋଇ ଅପରାହ୍ନ 5ଟାରେ ରଥଟଣା ହେବ ବୋଲି ନିଷ୍ପତ୍ତି ହୋଇଛି ।
ଏହାସହ ରଥଯାତ୍ରା ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଚୂଡାନ୍ତ ନୀତିନିର୍ଘଣ୍ଟ ଉପରେ ମଧ୍ୟ ପରିଚାଳନା କମିଟି ବୈଠକରେ ଆଲୋଚନା ହେବ । ତେବେ 1971 ମସିହା ଅନୁଯାୟୀ ରଥଯାତ୍ରା ଦିନ ପଟିଦିଁଅଙ୍କ ଠାରୁ ଆଜ୍ଞାମାଳ ଆସିବ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ଏହା ଉପରେ ମଧ୍ୟ ଆଜିର ବୈଠକରେ ପୁର୍ନବାର ଆଲୋଚନା ହେବ ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଟି-ଟ୍ବେଣ୍ଟି ବିଶ୍ବକପ୍ ସେମିଫାଇନାଲରେ ଭାରତ । ସୁପର ଏଇଟ ମୁକାବିଲାରେ ଅଷ୍ଟ୍ରେଲିଆକୁ 24 ରନରେ ହରାଇଲା ଭାରତ । କ୍ୟାପଟେନ ରୋହିତଙ୍କ ଧୂଆଁଧାର ୯୨ ରନ ବଳରେ ଅଷ୍ଟ୍ରେଲିଆ ସମ୍ମୁଖରେ ୨୦୬ ରନର ଟାର୍ଗେଟ ରଖିଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ 5 ୱିକେଟ ହରାଇ 205 ରନର ବିଶାଳ ସ୍କୋର କରିଥିଲା ।
ରୋହିତ ମାତ୍ର ୧୯ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ୪୧ ବଲରେ ୭ ଚୌକା ଓ ୮ଛକା ବଳରେ ୯୨ ରନ କରି ଆଉଟ ହୋଇଥିଲେ ରୋହିତ ଶର୍ମା । ଚଳିତ ବିଶ୍ୱକପରେ ଏହା ଦ୍ରୁତ ଅର୍ଦ୍ଧଶତକ । ୨୦୦୭ରେ ଯୁବରାଜ ସିଂ ୧୨ ବଲରେ ଏବଂ ୨୦୨୧ରେ କେଏଲ ରାହୁଲ ସ୍କଟଲାଣ୍ଡ ବିପକ୍ଷରେ ୧୮ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ।
ଆହୁରି ପଢନ୍ତୁ ଖେଳ ଖବର...