ଲୁଟେରା ମାନେ ଲୁଟ କରିଥିବା କିଛି ସାମଗ୍ରୀ ଡୁଙ୍ଗରିପାଲି ଓ ଭଟଲି ଅଞ୍ଚଳରେ ବିକ୍ରି କରିଥିଲେ l ବିକ୍ରି କରିଥିବା ସାମଗ୍ରୀ ପାଇବା ପରେ ଖୋଳତାଡ଼ ଆରମ୍ଭ କରିଥିଲା ପୋଲିସ l 6 ଜଣ ଗିରଫ ହେବା ସହ ସେମାନଙ୍କ ଠାରୁ ଗୋଟିଏ କାର, 2ଟି ବାଇକ୍ ଓ 3ଟି ସ୍କୁଟି, 2ଟି ଏଲଇଡି ଟିଭି, 7ଟି ମୋବାଇଲ, 98 ଗ୍ରାମ ସୁନା ଗହଣା, 3କେଜୀ 7ଶହ ଗ୍ରାମ ରୂପ, 2ଟି ଲାପଟପ୍, 3ଟି ବ୍ୟାଟେରୀ, 2ଟି ଇନଭେଟର ସହ ମାରଣାସ୍ତ୍ର ଜବତ ହୋଇଥିବା ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମୀନାl ଜବତ ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ 20 ଲକ୍ଷରୁ ଅଧିକ ଟଙ୍କା ହେବ l