ତେବେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣ କିଏ ଓ କାହିଁକି କରିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ବାରିପଦା ଟାଉନ ପୋଲିସ ପକ୍ଷରୁ ଏ ନେଇ ତଦନ୍ତ ଜାରି ରହିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମୟୂରଭଞ୍ଜ: ଭୁଜାଲିମାଡରେ ବାରିପଦାର ପ୍ରସିଦ୍ଧ ହୋଟେଲ ମାଲିକ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ୧୮ନଂ ଜାତୀୟ ରାଜପଥ ପାର୍ଶ୍ଵ ପାଲବଣି ମହୁଆ ହୋଟେଲ ମାଲିକ 'ଅଜୟ ଦାସ' । ତାଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଥିଲା ।
ତେବେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣ କିଏ ଓ କାହିଁକି କରିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ବାରିପଦା ଟାଉନ ପୋଲିସ ପକ୍ଷରୁ ଏ ନେଇ ତଦନ୍ତ ଜାରି ରହିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଉତ୍ତର ପ୍ରଦେଶରେ ଭୁଶୁଡ଼ିଲା ଦୁଇ ମହଲା ବିଲ୍ଡିଂ । ମେରଟରେ ଆଜି ସଂଧ୍ୟାରେ ଏହି ଘଟଣା ଘଟିଛି । ପୁରୁଣା ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବାବେଳେ ବହୁ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।
ଅଧିକ ପଢନ୍ତୁ : ବର୍ଷା ଓ ପବନରେ ଭୁଶୁଡ଼ିଲା ଦିଲ୍ଳୀ ବିମାନବନ୍ଦର ଛାତ , 3 ମୃତ
ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଯାଏ ଘଟଣାରେ ମୃତକ ଓ ଆହତଙ୍କ ସୂଚନା ମିଳିପାରିନାହିଁ । ଗତ ସପ୍ତାହରେ ଲକ୍ଷ୍ନୌରେ ତିନି ମହଲା ବିଲ୍ଡି ଭୁଶୁଡ଼ିବା ଯୋଗୁଁ 25ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।
ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ନୂଆ ଅତିଥି । ବାଛୁରୀ ସହିତ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ଏବଂ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ନିଜେ ଭିଡିଓ ପୋଷ୍ଟ କରି ବାଛୁରୀ ମୁଣ୍ଡରେ ଜ୍ୟୋତି ଚିହ୍ନ ରହିଥିବା କହିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ବାଛୁରୀର ନାଁ ‘ଦୀପଜ୍ୟୋତି’ ରଖିଛନ୍ତି ମୋଦି। ଭିଡିଓ କ୍ଲିପ୍ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି ଯେ ଆମ ଶାସ୍ତ୍ରରେ କୁହାଯାଇଛି - ଗାଈ: ସର୍ବସୁଖ ପ୍ରଦାଃ। ବାଛୁରୀ ସହିତ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ଏବଂ ଫଟୋକୁ ଲୋକେ ପ୍ରଶଂସା କରିଛନ୍ତି ।
ଅର୍ଗସ ବ୍ୟୁରୋ : ଜମ୍ମୁ କାଶ୍ମୀରରେ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ । ଜମ୍ମୁ କଶ୍ମୀର ପୋଲିସ ଓ ଭାରତୀୟ ସେନାର ମିଳିତ ଅପରେସନକୁ ବଡ଼ ସଫଳତା ମିଳିଛି । ବାରମୁଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଗୁଳି ବିନିମୟରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ଉତ୍ତର କାଶ୍ମୀର ଜିଲ୍ଲାର ପଟ୍ଟାନ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା।
ଅଧିକ ପଢନ୍ତୁ : କାଶ୍ମୀର ଏନକାଉଣ୍ଟରରେ ଆତଙ୍କବାଦୀ ନିପାତ
ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ କରିବା ପରେ ପାଲଟା ଜବାବ ଦେଇଥିଲେ ଯବାନ । ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଗତକାଲି ରାତିରୁ ଏହି ଅପରେସନ ଆରମ୍ଭ ହୋଇଥିଲା । ଏବେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।