ଖଣି ସହ ଚାଷ, ଏମଏସଏମଇ, ହ୍ୟାଣ୍ଡଲୁମ ଓ ପର୍ଯ୍ୟଟନ ଉପରେ ଫୋକସ କରିଛନ୍ତି ମୋହନ ସରକାର। କାରଣ ଏମଏସଏମଇ, ହ୍ୟାଣ୍ଡଲୁମ, ହାଣ୍ଡିକ୍ରାଫ୍ଟ ଓ ପର୍ଯ୍ୟଟନର ବିକାଶ ଗୁଜୁରାଟକୁ ମଡେଲ ରାଜ୍ୟ ବନାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ନଜର ପକାଇବା ଓଡ଼ିଶା ଓ ଗୁଜରାଟର ଅର୍ଥନିତୀ ଉପରେ। 2000-2001ରେ ଓଡ଼ିଶାର ଘରୋଇ ଅଭିବୃଦ୍ଧି ହାର 46 ହଜାର 756 କୋଟି ରହିଥିବା ବେଳେ ଗୁଜରାଟର ଥିଲା 107 ହଜାର 605 କୋଟି ଟଙ୍କା। ସେହିପରି ଓଡ଼ିଶାର ଅଭିବୃଦ୍ଧି ହାର 2.0 ପ୍ରତିଶତ ରହିଥିବା ବେଳେ ଗୁଜରାଟର ଅଭିବୃଦ୍ଧି ହାର 5.0 ପ୍ରତିଶତ ରହିଥିଲା। ଓଡ଼ିଶାର ମୁଣ୍ଡ ପିଛା ଆୟ 7ହଜାର 700 ଟଙ୍କା ରହିଥିବା ବେଳେ ଗୁଜରାଟର ମୁଣ୍ଡପିଛା ଆୟ 12 ହଜାର 975 ଟଙ୍କା ରହିଥିଲା। ତେବେ 2022-23 ବର୍ଷରେ ଓଡ଼ିଶାର ଘରୋଇ ଅଭିବୃଦ୍ଧି ହାର ୭ ଲକ୍ଷ ୨୦ ହଜାର କୋଟି ରହିଥିବା ବେଳେ ଗୁଜରାଟର ପ୍ରାୟ 3 ଗୁଣା ଅଧିକ ଅର୍ଥାତ 22 ଲକ୍ଷ 3 ହଜାର କୋଟି ଟଙ୍କା ରହିଛି । ସେହିଭଳି ଓଡ଼ିଶାର ଅଭିବୃଦ୍ଧି ହାର 7.8 ପ୍ରତିଶତ ରହିଥିବା ବେଳେ ଗୁଜରାଟର ଅଭିବୃଦ୍ଧି ହାର 13.3 ପ୍ରତିଶତ ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: