ସେହି କଲୋନୀର ଗୋପାଳ ଚନ୍ଦ୍ର ରାଉତରାୟ ଙ୍କ ଅଭିଯୋଗ କ୍ରମେ ତାକୁ ଗିରଫ କରାଯାଇଛି। ସେ ଜଣେ ଅଭ୍ୟାସଗତ ଅପରାଧୀ, ତା ନାଁରେ ପାରାଦୀପ ଓ ପାରାଦୀପ ବାହାରେ ଏକାଧିକ ଅପରାଧିକ ମାମଲା ରହିଛି ବୋଲି ସୂଚନା ମିଳିଛି। ତେବେ ଜଗତସିଂହପୁର ଜିଲ୍ଲାରେ ଏସପି ଭାବେ ଆଖିଲେଶ୍ୱର ସିଂ ଦାଇତ୍ୱ ଗ୍ରହଣ କରିବା ପରେ ଜିଲ୍ଲାରେ କ୍ରାଇମ ରେଟ କମିଛି । ଅପରାଧୀଙ୍କ ନିଦ ହଜି ଯାଇଛି ।
ମୋବାଇଲ ଲୁଟ ଓ ଦାଦା ବଟି ମାଗିବା ଅଭିଯୋଗରେ ଦୁର୍ଦାନ୍ତ ଅପରାଧୀ ଗିରଫ
ଜଗତସିଂହପୁର: ପାରାଦୀପ ବୃନ୍ଦାବନ କଲୋନୀ ଏକ ନମ୍ବର ପ୍ଲଟରେ ରହୁଥିବା ଦୁର୍ଯ୍ୟଧନ ପ୍ରଧାନଙ୍କ ପୁଅ ସତ୍ୟବାନ ପ୍ରଧାନ ଓରଫ କୁନାକୁ ମୋବାଇଲ ଲୁଟ ଓ ଦାଦାବଟି ମାଗିବା ଅଭିଯୋଗରେ ପାରାଦୀପ ଆଦର୍ଶ ଥାନା ପୋଲିସ ଗିରଫ କରିଛି । ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ରଜନୀ କାନ୍ତ ମିଶ୍ର ସୂଚନା ଦେଇଛନ୍ତି।
Download Argus News App
