ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଶିମିଳିପାଳ କୋର ଏରିଆରୁ ପୁଣିଥରେ ବିପୁଳ ପରିମାଣର ଅଫିମ ଚାଷ କୁ ନଷ୍ଟ କଲା ଅବକାରି ବିଭାଗର ଏକ ସ୍ୱତନ୍ତ୍ର ଟିମ । ଅଫିମ ଚାଷର ଖବର ପ୍ରସାରଣ ପରେ ଚେତିଲା ଅବକାରୀ ବିଭାଗ । 15 ଏକର ଜାଗାରୁ ପ୍ରାୟ 5ଲକ୍ଷ 25ହଜାର ଅଫିମ ଗଛକୁ ଜବତ କରି ନଷ୍ଟ କରିଥିବା ବେଳେ ଏହାର ଆନୁମାନିକ ମୁଲ୍ୟ 10କୋଟି 50 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ , ଅବକାରୀ ବିଭାଗ , ସ୍ଥାନୀୟ ରେଭନ୍ୟୁ ଇନସପେକ୍ଟର, ଉପସ୍ଥିତିରେ ଏସମସ୍ତକୁ ପୋଡି ନଷ୍ଟ କରାଯାଇଛି । ଯଶିପୁର ଥାନା ଅନ୍ତର୍ଗତ ଶିମିଳିପାଳ କୋର ଅଞ୍ଚଳରେ ଅସ୍ତକୁଅଁର ପଞ୍ଚାୟତର ଲେମ୍ବୁ-ଝରଣ ଓ ସାରୁଦା ଅଞ୍ଚଳରେ ଚଢ଼ାଉ କରି କୋଟି କୋଟି ଟଙ୍କାର ଅଫିମ ଚାଷକୁ ନଷ୍ଟ କରିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଜାମ୍ମୁ କାଶ୍ମୀର ପୁଞ୍ଚ୍ରେ IAF କନ୍ଭଏ ଉପରେ ଆତଙ୍କବାଦୀ ହମଲା ହୋଇଛି। ଆତଙ୍କୀ ହମ୍ଲାରେ ଯବାନ ଗୁରୁତର ହୋଇଥିବା ସୂଚନା ରହିଛି।ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ ପକ୍ଷରୁ କର୍ଡନ କରି ଜୋରଦାର ତଲାସୀ। ଏହି ଆକ୍ରମଣରେ ଅନେକ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣ ସୁରନକୋଟର ସନାଇ ଗାଁରେ ହୋଇଛି । ଭାରତୀୟ ସେନା ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର: