ଲାଇନ୍ ଆସିବା ପରେ ଅନ୍ୟ ଛାତ୍ରୀ ଏବଂ ନାଇଟ୍ ୱାଚର୍ ଉଭୟଙ୍କୁ ଅସଂଜତ ଅବସ୍ଥାରେ ଦେଖି ପାଟି ତୁଣ୍ଡ କରିବା ସହିତ ଯୁବକଙ୍କୁ ଅଟକ ରଖିଥିଲେ । ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଖବର ଦେଇଥିବାବେଳେ ପ୍ରଧାନ ଶିକ୍ଷୟତ୍ରୀ ସୁବଳୟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ସୁବଳୟା ପୋଲିସ କେସ ନଂ ୧୭୯ ରେ ଏକ ମାମଲା ରୁଜୁ କରି ଯୁବକକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ଆଜି ଉଭୟଙ୍କ ଡାକ୍ତରୀ ମାଇନା କରିବାକୁ ପଠାଇ ଦେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ହଷ୍ଟେଲରେ ଥିବା ୱାଡେନ ଗତ କାଲି ବିନା ଛୁଟିରେ ଅନୁପସ୍ଥିତ ଥିବା ଅଭିଯୋଗ ହୋଇଛି । ଏହାର ସୁଯୋଗ ନେଇ ଯୁବକ ଜଣକ ଭିତରକୁ ଯାଇ ଏଭଳି କାଣ୍ଡ କରିଥିବା ଚର୍ଚ୍ଚା ହେଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର