ଏସବୁ ଅଞ୍ଚଳରେ ବସବାସ କରୁଥିବା ଭତରା ଓ ଗଣ୍ଡ ପ୍ରଜାତି ଅଧିବାସୀ ଏହି ଛେଳି ପାଳନ କରି ପରିବାର ପ୍ରତିପୋଷଣ କରଛନ୍ତି। ଏହାର ରଙ୍ଗ ନାଲି। ସେହିପରି ହାଲୁକା ଧୂସର,କଳା ଓ ଧଳା ରଙ୍ଗ ମିଶା ଧୂସର ରଙ୍ଗର ମଧ୍ୟ ଛେଳି ଦେଖାଯାଆନ୍ତି। ୯ରୁ ୧୦ ମାସ ହେଲା ପରେ ଛେଳିଙ୍କ ଶରୀରରେ ପରିପକ୍ଵତା ଆରମ୍ଭ ହୋଇଥାଏ। ପ୍ରତି ୭ରୁ ୮ମାସରେ ଏହା ମାତୃତ୍ଵ ଲାଭ କରନ୍ତି । ଗୋଟିଏ ଥରକରେ ଏମାନେ ୨ରୁ ୩ଟି ଶାବକଙ୍କୁ ଜନ୍ମ ଦେଇଥାନ୍ତି। ବଡ଼କଥା ହେଉଛି, ଏଭଳି ଛେଳିଙ୍କ ବଂଶବୃଦ୍ଧି ଜଲ୍ଦି ହେଉଛି। ୧୨ମାସ ହେବା ବେଳକୁ ଶାବକଟି ୧୭ରୁ ୧୮କେଜି ଓଜନର ହୋଇଥାଏ। ଗୋଟିଏ ବଡ଼ ଛେଳି ( ପରିଣତ ବୟସ୍କ)ର ଓଜନ ୩୨ କିଲୋ ପର୍ଯ୍ୟନ୍ତ ରହୁଛି। ମାଈ ଛେଳି ଦୈନିକ ଅଧା ଲିଟରରୁ ଏକ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଉଛି। ଛେଳିର ଶରୀର ଓଜନର ପ୍ରାୟ ୪୮.୫ ପ୍ରତିଶତ ଖାଇବା ଯୋଗ୍ୟ ମାଂସ ମିଳୁଥିବା ବେଳେ ଗୋଟିଏ ଛେଳିଠାରୁ ବର୍ଷକୁ ୨୦୦ କିଲୋ ଲେଣ୍ଡି ମିଳେ। ଯାହା ଗାଈ ଗୋବରଠାରୁ ଅଢ଼େଇ ଗୁଣ ଅଧିକ ଶକ୍ତିଶାଳୀ ଅଟେ।
ତେବେ ୨୦୧୬ରେ ଏହି ଛେଳି ଉପରେ ଓୟୁଏଟି ଗବେଷଣା କରିବ ବୋଲି ପଶୁ ସମ୍ପଦ ବିକାଶ ପକ୍ଷରୁ ସୂଚନା ଦିଆଯାଇଥିଲା। ଯଦି ଏହି ପ୍ରଜାତି ବ୍ରିଡ୍କୁ ମାନ୍ୟତା ମିଳେ ତେବେ ସାରା ଓଡ଼ିଶାରେ ଏହାକ ପାଳନ କରାଯିବା ସହ ଛେଳି ଚାଷୀମାନେ ଅଧିକ ଉପକୃତ ହୋଇ ପାରିବେ।ଏସଂକ୍ରାନ୍ତରେ ଓୟୁଏଟି ବରିଷ୍ଠ ପ୍ରାଣୀ ବିଶେଷଜ୍ଞ ଡା. ସୁଶାନ୍ତ ଦାସ କହିଛନ୍ତି, ଛେଳିଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି। ସେଥିପାଇଁ ଏମାନେ କମ୍ ରୋଗାକ୍ରାନ୍ତ ହୁଅନ୍ତି। ଏମାନଙ୍କ କ୍ଷୀର ମଣିଷ ପାଇଁ ବେଶ୍ ଉପକାରୀ। ସେଥିପାଇଁ ଏହାର ଚାହିଦା ରହିଛି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡା.ରାଧେଶ୍ୟାମ ଲାଇକା କହିଛତି, ରାଇଘରି ପ୍ରଜାତିର ଦେଶୀ ଛେଳିକୁ ଜାତୀୟ ମାନ୍ୟତା ପାଇଁ ଆବେଦନ କରାଯାଇଛି। ଏନେଇ ଗତ ୨୬ ତାରିଖରେ ଲୋକସଭା ଭବନଠାରେ ଓଡ଼ିଶା ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ନିଷ୍ପରି ନିଆଯାଇଥିବା ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: