୧୧ ତାରିଖ ସୁଦ୍ଧା edistrict.odisha.gov.in portal ମାଧ୍ୟମରେ ନିର୍ଦ୍ଧିଷ୍ଟ ଫର୍ମ ମାଧ୍ୟମରେ ଅନଲାଇନ ଯୋଗ ପଞ୍ଜିକରଣ କରିବେ । ଅନଲାଇନ ଯୋଗ ପଞ୍ଜିକରଣ କରିଥିବା ହବିଷ୍ୟାଳୀଙ୍କ ଯାଞ୍ଚ ପରେ ଜିଲ୍ଲା ୱାରୀ ଯୋଗ୍ୟ ହବିଷ୍ୟାଳୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କ ନିକଟକୁ ସ୍ୱୀକୃତି ପଠାଯିବ ।୧୭ ତାରିଖ ସୁଦ୍ଧା ନିର୍ଦ୍ଧାରିତ ହବିଷ୍ୟାଳୀ କେନ୍ଦ୍ରରେ ହବିଷ୍ୟାଳୀ ମା'ମାନେ ରହିବାର ସୁଯୋଗ ପାଇବେ । ଯୋଜନା ନେଇ ରାଜ୍ୟ ସରକାର ଓ ସଂସ୍କୃତି ବିଭାଗ ପକ୍ଷର ଅନୁମୋଦନ ମିଳି ସାରିଛି।
ଏଥିସହ ବଜେଟ୍ ମଧ୍ୟ ପ୍ରସ୍ତୁତ ହୋଇଛି । ସମସ୍ତ ବିଭାଗ ସହିତ ଏନେଇ ଆଲେଚନା କରାଯାଇଛି । ହବିଷ୍ୟାଳୀ ଯୋଜନାରେ ମାଙ୍କ ରହଣୀ, ସେମାନଙ୍କ ପୂଜାର୍ଚ୍ଚନା, କାର୍ତ୍ତିକ ବ୍ରତ ପାଳନ ,ତୀର୍ଥ ପୁଷ୍କରିଣୀରେ ସ୍ନାନ ,ମହାପ୍ରଭୁଙ୍କ ଦର୍ଶନ ,ମହାପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯିବ । ମହଧାର୍ମିକ କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ ସହ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ସମ୍ଭାବନା ଥିବାରୁ ଶ୍ରୀମନ୍ଦିରର ଭିଡ ନିୟନ୍ତ୍ରଣ ତଥା ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ । ହବିଷ୍ୟାଳୀଙ୍କୁ ମହାପ୍ରସାଦ ଯୋଗାଇବା ପାଇଁ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେପଟେ 2500 ଜଣ ହବିଷ୍ୟାଳୀ ବ୍ରତଧାରୀ ମା'ମାନଙ୍କୁ ମହାପ୍ରସାଦ ଯୋଗାଇବାକୁ ସୁଆର ମହାସୁଆର ନିଯୋଗ ପ୍ରସ୍ତୁତ ଥିବା ନିଯୋଗର ସମ୍ପାଦକ କହିଛନ୍ତି ।