ଅଧିକ ପଢନ୍ତୁ ଭାରତ ଖବର
ଜେଲରେ କଏଦୀଙ୍କୁ ବି ପୂଜାର ମଜା ଦେବାକୁ ଉଦ୍ୟମ । ବେଙ୍ଗଲ ସରକାର ପ୍ରସ୍ତୁତ କରିଛନ୍ତି ସ୍ପେଶାଲ୍ ମେନ୍ୟୁ । ମଟନ୍ ବିରିୟାନୀ ସହ ଯୋଗାଇ ଦିଆଯିବ ବାସନ୍ତୀ ଚାଉଳର ପଲାଉ ।
ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍ଟ ଭୋଜନ । ଦୁର୍ଗାପୂଜା ପଶ୍ଚିମବଙ୍ଗରେ ବଡ଼ ଉତ୍ସବ ।
ଅଧିକ ପଢନ୍ତୁ ଭାରତ ଖବର
ଜେଲରେ କଏଦୀଙ୍କୁ ବି ପୂଜାର ମଜା ଦେବାକୁ ଉଦ୍ୟମ । ବେଙ୍ଗଲ ସରକାର ପ୍ରସ୍ତୁତ କରିଛନ୍ତି ସ୍ପେଶାଲ୍ ମେନ୍ୟୁ । ମଟନ୍ ବିରିୟାନୀ ସହ ଯୋଗାଇ ଦିଆଯିବ ବାସନ୍ତୀ ଚାଉଳର ପଲାଉ ।
ଅର୍ଗସ ବ୍ୟୁରୋ: ଗାଁକୁ ଅଡୁଆ କାଦୁଅ ରାସ୍ତା...ରାସ୍ତା ଦେଖିଲେ ଜଣା ପଡୁନି ଏହା ରାସ୍ତା ନା କାଦୁଅ ପଚ୍ ପଚ୍ ଜମି। ଯେଉଁଠି ଦେଖ ବଡ ବଡ ଖାଲ ସହ କାଦୁଅ । କଲବଲ କରୁଛି ଏହି ରାସ୍ତା। ବିକାଶ ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧୁସିତ ମୟୂରଭଞ୍ଜ ରାଇରଙ୍ଗପୁର କଲରାବଣି ଗାଁରେ | ଗାଁରେ 100ରୁ ଅଧିକ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଗାଁକୁ ଯିବାକୁ ଭଲ ରାସ୍ତା ଟିଏ ନାହିଁ। ଦୁଇ କିଲୋମିଟର ରାସ୍ତା କାଦୁଅ ପଚ ପଚ ରହିଛି | ଫଳରେ ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ପକ୍କା ରାସ୍ତାଟେ ପାଇଁ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କଲେ ..କିନ୍ତୁ କେହି ଶୁଣିଲେ ନାହିଁ। ତେଣୁ ପ୍ରତିବାଦରେ କାଦୁଅ ପଚପଚ ରାସ୍ତାରେ ଧାନ ରୋଇ ପ୍ରତିବାଦ କରିଛନ୍ତି ଗାଁ ଲୋକ ।
ଖାଲି ରାସ୍ତା କାହିଁକି ଗାଁରେ ପନୀୟ ଜଳ ସମସ୍ୟ ମଧ୍ୟ ଉତ୍କଟତର। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଗାଁରେ ଫେଲ୍ ମାରିଛି। ଗାଁରେ ପାଞ୍ଚଟି ନଳକୂପ ଥିବା ବେଳେ ୪ଟି ଖରାପ। ଗୋଟାଏ ନଳକୂପ ପାଣି ଅଞ୍ଛଳବାସୀଙ୍କ ପାଇଁ ନିଅଣ୍ଟ ହେଉଛି। ଦୁର୍ଗମବାସୀଙ୍କୁ ବିକାଶ ଧୋକା। ରାସ୍ତା ପାଇଁ କଲବଲ ଓ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଦୁର୍ଗମବାସୀ। ଏମାନଙ୍କ ପାଇଁ ପକ୍କା ସଡକ ଓ ବିଶୁଦ୍ଧ ପାନୀୟ ଜଳ ଆଜିବି ସାତ ସପନ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଗାଁରେ ନାହିଁ ସ୍କୁଲ । ପୋଲ ନଥିବାରୁ ଭରା ନାଳ ପାର କରି ପଡୋଶୀ ଗାଁକୁ ଯାଉଛନ୍ତି ଛାତ୍ରଛାତ୍ରୀ । ନାଳ ଓ ଦୁର୍ଗମ ଜଙ୍ଗଲିଆ ରାସ୍ତା ଅତିକ୍ରମ କରି ଗାଁକୁ ପ୍ରତିଦିନ ଯାତାୟତ କରୁଛନ୍ତି ଲୋକେ । ନାଳ ଉପରେ ପୋଲ ଖଣ୍ଡିଏ ନିର୍ମାଣ କରିବାକୁ ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ପ୍ରଶାସନ ନିକଟରେ ହାରିଗୁହାରି କରି ଆସୁଥିଲେ ସୁଦ୍ଧା, ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରୁନାହିଁ । ପ୍ରାଶାସନିକ ଉଦାସୀନତାର ଏଭଳି ନଗ୍ନଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଶଗଡା ପଂଚାୟତର ମୁଦିପଡ଼ାରେ।
ମୁଦିପଡ଼ା ଠାରୁ ମାଳତୀ ଗୋଛାପଡା ଗାଁକୁ ସଂଯୋଗ କରୁଛି କେରଣ୍ଡୀ ନାଳ। ଏହି କେରଣ୍ଡୀ ନାଳ ଉପରେ ଚାରିଖଣ୍ଡ ଗାଁ ଲୋକେ ନିର୍ଭର କରନ୍ତି l ମାତ୍ର ଯାତାୟତ ପାଇଁ ଏହି ନାଳ ସମସ୍ୟା ଶୃଷ୍ଟି କରୁଛି। ଏହି ନାଳ ପାଇଁ ସିଗାଡି ,ଗୁଚ୍ଛlପଡ଼ା,ମାଳତୀ ଗୁଚ୍ଛାପଡା,ବାତେପଙ୍ଗl, କୁଆକୁମୁମୁଣ୍ଡା,ଆଦି ପ୍ରାୟ 4 ଖଣ୍ଡ ଗାଁ ଲୋକ ବର୍ଷ ବର୍ଷ ଧରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଏହି ଅଞ୍ଚଳର ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ପଞ୍ଚାୟତ ସ୍କୁଲକୁ ଯାଆନ୍ତି। ଏହି ସ୍କୁଲ ଯିବା ପାଇଁ ଏହା ହିଁ ଏକମାତ୍ର ରାସ୍ତା l ଟିକେ ଅଧିକ ବର୍ଷା ହେଲେ ନାଳରେ ଯାଇ ହୁଏ ନାହିଁ l ଅନେକ ସମୟରେ ଗୋଡ଼ ଖସିଯିବା ସହ ବହିପତ୍ର ଭିଜିଯାଏ l ଫଳରେ ବର୍ଷା ଚାରି ମାସ ଗୋଟିଏ ପ୍ରକାର ଜଳ ବନ୍ଦୀ ଜୀବନ ଅତିବାହିତ କରନ୍ତି ୪ ଖଣ୍ଡ ଗ୍ରାମବାସୀ l
ଖାଲି ବ୍ରିଜ କାହିଁକି ଗାଁକୁ ଯିବା ଆସିବା ପାଇଁ ଭଲ ରାସ୍ତାଟିଏ ମଧ୍ୟ ନାହିଁ। ବର୍ଷା ହେଲେ ଗାଁ ମାନଙ୍କ ଲୋକଙ୍କ ସମସ୍ୟା ଦ୍ଵିଗୁଣିତ ହୋଇ ଯାଏ | ଗାଡ଼ି ମୋଟର ତ ଦୂରର କଥା ଖାଲି ପାଦରେ ଚାଲି ଯିବା ମଧ୍ୟ କଷ୍ଟକର ହୋଇ ପଡେ। ଦୀର୍ଘ ବର୍ଷ ହେବ ଗ୍ରାମବାସୀ ମାନେ ସବୁବେଳେ ଏହି ରାସ୍ତା ପାଇଁ ସଂଘର୍ଷ କରୁଛନ୍ତି | ଲୋକଙ୍କ ଯାତାୟତକୁ ଦୃଷ୍ଟିରେ ରଖି ଖୁଵ ଶୀଘ୍ର ରାସ୍ତା ସହ ଏହି ନାଳରେ ଏକ ପୋଲ ନିର୍ମାଣ ସହ ପକ୍କା ରାସ୍ତା କରାଗଲେ ଲୋକ ମାନେ ସୁବିଧାରେ ଯିବା ଆସିବା କରି ପାରିବେ l
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ନିକଟରେ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହୋଇଥିବା ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଥମ ପତ୍ନୀ ହେଲେନା ଲୁକଙ୍କର ପରଲୋକ ହୋଇଛି। ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ କଳ୍ପନା ଆୟର ଏହି ସୂଚନା ନିଜ ସୋସିଆଲ ମିଡିଆ ପୃଷ୍ଠାରେ ଶେୟାର କରିଛନ୍ତି। ମିଥୁନ ଏବଂ ହେଲେନାଙ୍କ ବିବାହ କେବଳ ଚାରିମାସ ପର୍ଯ୍ୟନ୍ତ ରହିପାରିଥିଲା ବୋଲି କୁହାଯାଏ।
ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ମର୍ଦ୍ଦ’ରେ ହେଲେନା ଏକ ବିଶେଷ ଚରିତ୍ରରେ ଅଭିନୟ କରିଥିଲେ। ଆମେରିକାରେ ଦୀର୍ଘ ସମୟ ଧରି ରହୁଥିବା ହେଲେନା ଡେଲଟା ଏୟାରଲାଇନ୍ସରେ କାମ କରୁଥିଲେ। ଗତକାଲି ରାତିରେ ତାଙ୍କର ଗୋଟିଏ ପୋଷ୍ଟରେ ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ, କିନ୍ତୁ ଚିକିତ୍ସା ସହାୟତା ନନେବାରୁ ତାଙ୍କର ମୃତ୍ୟୁ ଘଟିଛି।
ମିଥୁନଙ୍କ ସହିତ ତାଙ୍କ ଦାମ୍ପତ୍ୟ ଜୀବନ ବିଷୟରେ କହିଲେ ସେମାନଙ୍କ ବିବାହ କେବଳ ଚାରିମାସ ପର୍ଯ୍ୟନ୍ତ ରହିଲା। ହେଲେନା ଜଣେ ଭାରତୀୟ ଆମେରିକୀୟ ଅଭିନେତ୍ରୀ ଥିଲେ। ୭୦ଦଶକରେ ଫ୍ୟାଶନ ଦୁନିଆରେ ସେ ଏକ ଜଣାଶୁଣା ନାମ ଥିଲେ। ହେଲେନା ୧୯୫୮ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ତୁର୍କୀ ଏବଂ ମାତା ଆଙ୍ଗ୍ଲୋ ଇଣ୍ଡିଆନ ଖ୍ରୀଷ୍ଟିଆନ ଥିଲେ। ସେ ଗୁଜୁରାଟୀ ଥିଏଟର ଭଳି ବଲିଉଡ ଚଳଚ୍ଚିତ୍ରରେ ବହୁ ପରିଶ୍ରମ କରିଥିଲେ। ଫିଲ୍ମରେ କାମ କରିବା ପୂର୍ବରୁ ସେ ପ୍ରାୟ ନଅ ବର୍ଷ ପର୍ଯ୍ୟନ୍ତ ଗୁଜୁରାଟୀ ନାଟକ କରିଥିଲେ। ତେବେ ଭଲ ଅଫର ଅଭାବରୁ ସେ ଏହି ଆଞ୍ଚଳିକ ସିନେମାରେ କାମ କରିନଥିଲେ। କିଛି ବଲିଉଡ ଫିଲ୍ମରେ କାମ କରିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର