ଲୋକ ସେବକ ମଣ୍ଡଳ ର ଆଜୀବନ ସଦସ୍ୟ ଓ ସମାଜ ଖବର କାଗଜ ର ପୂର୍ବତନ ସମ୍ପାଦକ ଡ଼ଃ. ନିରଞ୍ଜନ ରଥ ଙ୍କ ର ସଭାପତିତ୍ୱ ରେ ଅନୁଷ୍ଟିତ ଏହି ତାଲିମ କାର୍ଯ୍ୟକ୍ରମ ରେ ଖଦି ଓ ଗ୍ରାମୋଦ୍ୟୋଗ କମିଶନ ର ଓଡ଼ିଶା ମୁଖ୍ୟ ସୁବାଷ ଛେତ୍ରୀ ଯୋଗ ଦେଇ କେଭି ଆଇ ସି ଜରିଆରେ ଗ୍ରାମାଞ୍ଚଳର ମହିଲା ମାନଙ୍କୁ ଆତ୍ମ ନିର୍ଭର କରିବାରେ ମହୁ ଚାଷ ପ୍ରମୁଖ ଭୂମିକା ଗ୍ରହଣ କରିପାରୁଛି ବୋଲି ମତାମତ ଦେଇ ଥିଲେ । ବିଜ୍ଞାନ ସଞ୍ଚାରକ ଲକ୍ଷ୍ମୀ ନାରାୟଣ ବକ୍ସି ପୁଷ୍ପ କୃଷି ମିଶନ ଜରିଆରେ ଓଡିଶାର ବିଭିନ୍ନ ଜିଲ୍ଲାର ସଫଲ ମଡ଼େଲ ସମ୍ପର୍କରେ କହିଥିଲେ ।
ଏନ୍ ବି ଆର୍ ଆଇ ର ବରିଷ୍ଠ ପ୍ରଧାନ ବୈଜ୍ଞାନିକ ଡ଼ଃ ସୌମିତ କୁମାର ବେହେରା ଯୋଗ ଦେଇ ଗେଣ୍ଡୁ , ମଲ୍ଲି ,ରଜନୀଗନ୍ଧା , ଗୋଲାପ ଫୁଲ ଚାଷ ପାଇଁ ମାଗଣାରେ ଚାରା ପ୍ରଦାନ କରାଯାଉଛି । ଏଥି ସହ ପ୍ରତି କ୍ଲଷ୍ଟର ରେ ୫୦ ଟି ମହୁ ବକ୍ସ ସହ ମହୁମାଛି ପ୍ରଦାନ କରା ଯାଉଛି । ଏହା ଦ୍ଵାରା ମହିଳା ମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ କୁ ପ୍ରମୋଦ କୁମାର ମହାନ୍ତି ପରିଚାଲନା କରିଥିବା ବେଳେ ଏନ୍ ବି ଆର୍ ଆଇ ର ବରିଷ୍ଠ ବୈଜ୍ଞାନିକ ସନ୍ଦିପ ବେହେରା ଓ କେ ବି ଆଇ ସି ର ଉପନିର୍ଦ୍ଦେଶକ ବୈଦ୍ୟନାଥ ପଣ୍ଡା ମହୁ ଚାଷ ତାଲିମ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଙ୍ଘ ର କର୍ମକର୍ତ୍ତା ଓ ମହିଳା ମାନେ ଉପସ୍ଥିତ ଥିଲେ।