ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଜ୍ୟୋତିଙ୍କୁ ବୁଝାଇଦେଲା ବିଜେଡି। ଇସ୍ତଫା ପରେ ବୁଣି ବିଜେଡିକୁ ଫେରିଲେ ଜ୍ୟୋତି ପାଣିଗ୍ରାହୀ। କାଲି ବିଜେଡିରୁ ଇସ୍ତଫା ଦେଇଥିଲେ ସିମୁଳିଆ ବିଧାୟକ। ବାଲେଶ୍ୱର ଜିଲ୍ଲା ସଭାପତି ହେଲେ ଜ୍ୟୋତି ପାଣିଗ୍ରାହୀ। ଜ୍ୟୋତି ପାଣିଗ୍ରାହୀଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି। ଅଶ୍ୱିନୀ ପାତ୍ର ହେଲେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନୂଆଦିଲ୍ଲୀ: ଇସ୍ରୋକୁ ପୁଣି ବଡ଼ ସଫଳତା । ତୃତୀୟ ତଥା ଅନ୍ତିମ ଥର ପାଇଁ ଇସ୍ରୋ ସଫଳତାର ସହିତ RLV LEX-03 ମିଶନକୁ ପାର କରିଛି । ମହାକାଶରୁ ଫେରୁଥିବା ଯାନର ଗତିକୁ ନିୟନ୍ତ୍ରଣ କରିବାକୁ ନିଆଯାଉଥିବା ପଦକ୍ଷେପ ଉପରେ ଏହା ପରିଚାଳନା କଲା । ପୁଷ୍ପକ ଏହି ମିଶନ, କର୍ଣ୍ଣାଟକର ଚିତ୍ରାଦୂର୍ଗ ଠାରେ ଥିବା ଏରୋନଟିକାଲ୍ ଟେଷ୍ଟ ରେଂଜରେ କରାଯାଇଥିଲା । ଏହା ମହାକାଶରୁ ଫେରୁଥିବା ଯାନ ର ଗତିକୁ ନିଯନ୍ତ୍ରଣ କରିବ । ମହାକାଶ ଗବେଷଣା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଇସ୍ରୋ । ପୁଷ୍କକ ବିମାନର ସଫଳ ଲ୍ୟାଣ୍ଡିଂ ।
ଆଗାମୀ ଦିନରେ ମହାକାଶରୁ ଫେରୁଥିବା ଯାନ ପୁଣିଥରେ ବ୍ୟବହାର କରାଯିବ । ଏଥିପାଇଁ ଇସ୍ରୋ ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି ଚାଲିଛି । ତୃତୀୟ ଥର ପାଇଁ ପୁଷ୍ପକ ବିମାନର ହେଲା ସଫଳ ଲ୍ୟାଣ୍ଡିଂ । ପୂର୍ବରୁ ପୁଷ୍କକ RLV LEXର ପ୍ରଥମ ଓ ଦ୍ବିତୀୟ ଲ୍ୟାଣ୍ଡିଂ ସଫଳ ହୋଇଥିଲେ ମଧ୍ୟ ତୃତୀୟ ମିଶନ ଇସ୍ରୋ ପାଇଁ ବଡ ଚ୍ୟାଲେଂଜ ଥିଲା । ପୂର୍ବ ଦୁଇଟି ମିଶନ ତୁଳନାରେ ଏହି ମିଶନ ବେଳେ ପବନର ବେଗ ଅତ୍ୟଧିକ ରହିଥିଲା । କିନ୍ତୁ ଇସ୍ରୋ ଟିମ୍ ଏହି ଚ୍ୟାଲେଂଜକୁ ଗ୍ରହଣ କରି କର୍ଣ୍ଣାଟକର ଚିତ୍ରଦୁର୍ଗରୁ ଏରୋନଟିକାଲ ଟେଷ୍ଟ ରେଂଜରେ ପୁନଃବ୍ୟବହାର ଯୋଗ୍ୟ ଲଂଚ୍ ଯାନ ପୁଷ୍କକର ସଫଳ ଲ୍ୟାଣ୍ଡିଂ କରାଇଥିଲେ । ଇସ୍ରୋ ଦ୍ବାରା ବିକଶିତ ପୁଷ୍ପକ RLV ରେ ଟେକ୍ନିକାଲ ନାଭିଗେସନ, କଣ୍ଟ୍ରୋଲ ସିଷ୍ଟମ, ଲ୍ୟାଣ୍ଡିଂ ଗିୟର ଏବଂ ଡିକ୍ଲୋରାସେନ ସିଷ୍ଟମ ରହିଛି । ପୂର୍ବ ପରୀକ୍ଷଣ ଅପେକ୍ଷା ଏଥର ଇସ୍ରୋ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନରେ ଏୟାରଫ୍ରେମ୍ ଷ୍ଟ୍ରକ୍ଟର ଏବଂ ଲ୍ୟାଣ୍ଡିଂ ଗିୟରକୁ ଅଧିକ ଶକ୍ତିଶାଳୀ କରିଛି ।
ପୁଷ୍କକ RLV କୁ 4.5 କିଲୋମିଟର ଉଚ୍ଚତାରେ ଭାରତୀୟ ବାୟୁସେନାର ଚିନୁକ୍ ହେଲିକପ୍ଟରରୁ ଅବତରଣ କରାଯାଇଥିଲା । ଏହାପରେ ପୁଷ୍କକ ସ୍ବୟଚାଳିତ ପ୍ରକ୍ରିୟାରେ ନିଜର ଗତିପରିବର୍ତ୍ତନ କରି ରନଓ୍ବେକୁ ଛୁଇଁଥିଲା । ଲ୍ୟାଣ୍ଡିଂ ବେଳେ ଏହାର ବେଗ ଘଣ୍ଟାପ୍ରତି ୩୨୦ କିମି ରହିଥିଲା । ପରେ ଏହା ହ୍ରାସ ପାଇ ଘଣ୍ଟାପ୍ରତି ୧୦୦ କିଲୋମିଟରକୁ ଖସିଥିଲା । ଧୀରେ ଧୀରେ ପାରାଚୁଟ୍ ବ୍ରେକ୍ ଦ୍ବାରା ରନଓ୍ବେ ଉପରେ ସ୍ଥିର ରହିଥିଲା ପୁଷ୍କକ। ଏହି ମିଶନ ଦ୍ବାରା ଇସ୍ରୋ ମହାକାଶରୁ ଆସୁଥିବା ଯାନଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ଲକ୍ଷ୍ୟ ରଖିଛି । ମହାକାଶରୁ ଆସୁଥିବା ଯାନ ଗୁଡିକ ଅତି ଅଧିକ ବେଗରେ ପୃଥିବୀ ଆଡକୁ ଆସିଥାନ୍ତି । ସେହି ଯାନଗୁଡିକୁ ନିୟନ୍ତ୍ରିତ କରି ଏହାକୁ ପୁଣି ଥରେ ବ୍ୟବହାର ଯୋଗ୍ୟ କରିବା ପାଇଁ ଟାର୍ଗେଟ୍ ରଖିଛି ଇସ୍ରୋ । ପୁଷ୍କକର ଏହି ଜଟିଳ ପ୍ରକ୍ରିୟା ସଫଳତାର ସହ ପରୀକ୍ଷା କରାଯାଇଥିବାରୁ ପୁରା ଟିମକୁ ଅଭିନନ୍ଦନ ଜଣାଇଛନ୍ତି ଇସ୍ରୋ ଚେୟାରମ୍ୟାନ୍ ଏସ. ସୋମନାଥ।
ଅଧିକ ପଢନ୍ତୁ ଭାରତ ଖବର
କେନ୍ଦୁଝର: କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଉଚ୍ଜ୍ବସିତ ସମ୍ବର୍ଦ୍ଧନା । ହଜାର ହଜାର ଲୋକ ରାସ୍ତାର ଦୁଇ ପାର୍ଶ୍ବରେ ଠିଆ ହୋଇ ତାଙ୍କୁ ସ୍ବାଗତ କରିଛନ୍ତି । ଏଥିସହ ମା ତାରିଣୀଙ୍କ ଦର୍ଶନ ପରେ ପୀଠର ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁ ୫୦ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଗାମୀ ଦିନରେ ଘଟଗାଁ ପୀଠକୁ ଜାତୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଁ ରାଜ୍ୟ ସରକାର ଦାବି କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ କେନ୍ଦୁଝର ଗସ୍ତ । ନିଜ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ । ହଜାର ହଜାର ଲୋକଙ୍କ ଉଚ୍ଚ୍ବସିତ ସମ୍ବର୍ଦ୍ଧନା । ଘଟଗାଁ ବଜାରରେ ଫୁଲ ବର୍ଷା । ରାସ୍ତାର ଦୁଇ ପାର୍ଶ୍ବରେ ଉପସ୍ଥିତ ରହି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭବ୍ୟ ସ୍ବାଗତ ଜଣାଇଛନ୍ତି କେନ୍ଦୁଝର ବାସିନ୍ଦା । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ସେ ମା ତାରିଣୀଙ୍କ ଆଶିଷ ଭିକ୍ଷା କରିଛନ୍ତି । ମା' ତାରିଣୀଙ୍କୁ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ପୀଠର ଉନ୍ନତି ପାଇଁ ୫୦କୋଟି ଟଙ୍କା ମଂଜୁର କରିଛନ୍ତି । ଏହି ଅର୍ଥରେ ମା ତାରିଣୀଙ୍କ ପୀଠର ହେବ ସୌନ୍ଦର୍ଯ୍ୟକରଣ । ଘଟଗାଁ ପୀଠକୁ ଜାତୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଁ ଦାବି କରାଯିବ । ଆଗାମୀ ଦିନରେ ମା ତାରିଣୀ ରାଷ୍ଟ୍ରଦେବୀ ଭାବେ ପୂଜା ପାଇବେ। ମା' ତାରିଣୀଙ୍କ ଆଶୀର୍ବାଦରୁ ଖୁବଶୀଘ୍ର ହେବ ସୁନାର କେନ୍ଦୁଝର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମାଆ ତାରିଣୀଙ୍କ ଦର୍ଶନ ପରେ ସାଧାରଣ ଭକ୍ତଙ୍କ ଭଳି କୋରା ଖଇ ଓ ଭୋଗ କିଣିଥିଲେ ମୁଖ୍ୟମନ୍ତ୍ରୀ। ଏଥିସହ ଦୋକାନୀଙ୍କ ସହ କଥା ହୋଇ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ।
ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଆଜି ଘଟଗାଁ ହାଇସ୍କୁଲ ପଡିଆ ଲୋକାରଣ୍ୟ ହୋଇଯାଇଥିଲା । ହେଲିପ୍ୟାଡରେ ପହଂଚିବା ପରେ ଲୋକମାନେ ତାଙ୍କୁ ହାତ ହଲାଇ ଜଣାଇଥିଲେ ଅଭିନନ୍ଦନ । ମୁଖ୍ୟମନ୍ତ୍ରୀ ବି ସେମାନଙ୍କୁ ନିରାଶ କରି ନଥିଲେ । ସେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଠାରୁ ଫୁଲତୋଡା ଗ୍ରହଣ କରିବା ସହ ହାତ ମିଳାଇଥିଲେ । ଏହାପରେ ହେଲିପ୍ୟାଡରୁ ଘଟଗାଁ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ରୋଡ ସୋ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ରାସ୍ତାର ଦୁଇ ପାର୍ଶ୍ବରେ ଅପେକ୍ଷା କରିଥିଲେ ହଜାର ହଜାର ଲୋକ । ମୁଖ୍ୟମନ୍ତ୍ରୀଙ୍କ ପହଞ୍ଚିବା ପରେ ଘଟଗାଁ ବଜାରରେ ଫୁଲ ବର୍ଷା ହୋଇଥିଲା । ତାରିଣୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ଏହି ଅବସରରେ ରାଜା ଗୋବିନ୍ଦ ଭଂଜ ଓ ମନ୍ଦିରର ପ୍ରତିଷ୍ଠାତା ଭୀମସେନ ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ।
ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଆଉ ଏକ ବିଶାଳ ରୋଡ ଶୋର ଭାଗ ନେଇଥିଲେ । କେନ୍ଦୁଝରର ପ୍ରସିଦ୍ଧ ବଳଦେବଜୀଉଙ୍କ ଦର୍ଶନ କରିବା ପରେ ସେ କେନ୍ଦୁଝର ଷ୍ଟାଡିୟମ ପର୍ଯ୍ୟନ୍ତ ରୋଡ ସୋରେ ଯାଇଥିଲେ । ଏଥିରେ ସାମିଲ ହୋଇଥିଲେ ହଜାର ହଜାର ଜନତା। କେନ୍ଦୁଝର ଷ୍ଟାଡିୟମ ପଡିଆରେ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଦିଆଯାଇଥିଲା ସ୍ବାଗତ । ମୁଖ୍ୟମନ୍ତ୍ରୀ ହେବା ପରେ ଆସନ୍ତାକାଲି ପ୍ରଥମଥର ପାଇଁ ତାଙ୍କ ଗାଁ ରାଇକଳାକୁ ଯିବେ । ସେଠାରେ ନିଜର ପରିବାର ଲୋକଙ୍କ ସହ ଏକାଠି ମିଶି ମଧ୍ୟାହ୍ନ ଭୋଜନ କରିବେ ।
ଅଧିକ ପଢନ୍ତୁ ଓଡିଶା ଖବର