ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: କାଲିଠୁ ସ୍ବାଭାବିକ ହେବ ସ୍କୁଲ । ରାଜ୍ୟରେ ପାଣିପାଗ ବଦଳିଛି । ସ୍କୁଲ ସ୍ବାଭାବିକ ହେବାର କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେହିପରି ଗଣିତ ଶିକ୍ଷାକୁ ନେଇ ବ୍ଲକ ସ୍ତରୀୟ ଦିଆଯିବ ପ୍ରଶିକ୍ଷଣ । ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଏହାଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିଵା ଆବଶ୍ୟକ । ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ଗଣିତରେ ଭଲ ଜ୍ଞାନ ଆସିବ । ସମୟ ସମୟରେ ଏଭଳି ପଦକ୍ଷେପ ନିଆଯିବ ଆବଶ୍ୟକ ରହିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅଘଟଣ । ଭୁଶୁଡ଼ିଲା ଦିଲ୍ଳୀ ବିମାନ ବନ୍ଦର ଛାତ । ଟର୍ମିନାଲ-୧ରେ ଛାତ ଭୁଶୁଡ଼ି 3 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇଛନ୍ତି । ଏକାଧିକ କାର୍ ଭାଙ୍ଗିରୁଜି ଚୁରମାର୍ ହୋଇଯାଇଥିବା ବେଳେ ଏବେ ବି ଭଗ୍ନ ଛାତ ତଳେ ଚାପି ହୋଇ ରହିଛି ଅନେକ କାର । ଅଗ୍ନିଶମ ବାହିନୀ ପକ୍ଷରୁ ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ
ଅଧିକ ପଢନ୍ତୁ : ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ୧୪ ଜଣଙ୍କ ମୃତ୍ୟୁ
। ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୋର୍ 5.30 ସମୟରେ ଏହି ଅଘଟଣ ଘଟିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ମୃତକଙ୍କ ଲାଗି 20 ଲକ୍ଷ ଏବଂ ଆହତଙ୍କ ଲାଗି 3 ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି।
ଅର୍ଗସ ବ୍ୟୁରୋ: ମୋ ବସରେ ନିଆଁ । ରାସ୍ତା ଉପରେ ହୁତୁହୁତୁ ହେଇ ଜଳିଗଲା ମୋ ବସ । କଟକ ସିଡିଏ ସେକ୍ଟର 9ରେ ଘଟିଛି ଘଟଣା । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଗାଡିଟି ସମ୍ପୁର୍ଣ୍ଣ ଭାବେ ଜଳିଯାଇଛି। ଗାଡିରେ ନିଆଁ ଲାଗିବା କ୍ଷଣି ସମସ୍ତ ଯାତ୍ରୀଙ୍କୁ ବାହାରକୁ ଅଣାଯାିଥିଲା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅଘଟଣ । ଭୁଶୁଡ଼ିଲା ଦିଲ୍ଳୀ ବିମାନ ବନ୍ଦର ଛାତ । ଟର୍ମିନାଲ-୧ରେ ଛାତ ଭୁଶୁଡ଼ି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 5 ଜଣ ଆହତ ହୋଇଛନ୍ତି । ଏକାଧିକ କାର୍ ଭାଙ୍ଗିରୁଜି ଚୁରମାର୍ ହୋଇଯାଇଥିବା ବେଳେ ଏବେ ବି ଭଗ୍ନ ଛାତ ତଳେ ଚାପି ହୋଇ ରହିଛି ଅନେକ କାର । ଅଗ୍ନିଶମ ବାହିନୀ ପକ୍ଷରୁ ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୋର୍ 5.30 ସମୟରେ ଏହି ଅଘଟଣ ଘଟିଛି ।
ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ । ଫଳରେ ରାସ୍ତା ଜଳମଗ୍ନ ହୋଇଛି । ଅନେକ ସ୍ଥାନରେ ପାଣି ପଶି ସ୍ଥିତି ବେହାଲ୍ ହୋଇଛି । ପରିସ୍ଥିତି ଏପରି ଯେ ଅନେକ ତଳିଆ ଅଞ୍ଚଳରେ ଅତ୍ୟଧିକ ଜଳ ଭର୍ତ୍ତି ହେବା ଯୋଗୁଁ ଯାନବାହାନ ବୁଡ଼ି ରହିଛି । ରାସ୍ତାରେ ପାଣି ଜମି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । କେତକ ସ୍ଥାନରେ ଯାତାୟତ ଠପ୍ ହୋଇଯିବାର ଦେଖାଯାଇଛି । ଦିଲ୍ଲୀ ସହ ନୋଏଡ଼ାରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର: