ଅତୀତରେ ନିଯୁକ୍ତି ପାଇଁ ହୋଇଥିବା ଅନେକ ପରୀକ୍ଷାରେ କେଳେଙ୍କାରୀରର ଅଭିଯୋଗ ଆସିଥିଲା । ସେ କନିଷ୍ଠ ଶିକ୍ଷକ ନିଯୁକ୍ତି ହେଉ ଅବା ଏ .ଏସ ଓ...ଓଏସଏସଏସସିର ସିଭିଲ ଜେଇ ପରୀକ୍ଷାରେ ତ ପ୍ରଶ୍ନ ପତ୍ର ଲିକର ସଂଙ୍ଗୀନ ଅଭିଯୋଗ ଆସିଥିଲା । ପୋଲିସ କିଛି ଦଲାଲଙ୍କୁ ଗିରଫ ବି କରିଥିଲା । ତେବେ ପରୀକ୍ଷା ପରିଚାଳନା କରୁଥିବା ସରକାରୀ ସଂସ୍ଥା ନିଜେ ନ କରି ଆଉଟସୋର୍ସ ସଂସ୍ଥା ମାଧ୍ୟମରେ ପରୀକ୍ଷା କରାଉଥିବାରୁ ଏହା ହେଉଛି ବୋଲି ନୂଆ ସରକାର ଉପଲବଧ କରିଛନ୍ତି । ଏମିତିକି କିଛି କଳା ତାଲିକାଭୁକ୍ତ ସଂସ୍ଥାକୁ ପୂର୍ବ ସରକାର ସମୟରେ ପରୀକ୍ଷା କରାଇବା ଦାୟତ୍ବ ଦିଆଯିବାକୁ ନେଇ ପ୍ରଶ୍ନ ଉଠିଛି । ରାଜସ୍ବ ମନ୍ତ୍ରୀ କହିଛନ୍ତି ବଦନାମ ସଂସ୍ଥାକୁ ପରୀକ୍ଷା ପରିଚାଳନାରୁ ବାଦ ଦିଆଯାଇ ସ୍ବଚ୍ଛତାର ସହ ପରୀକ୍ଷା କରାଯିବ ।ତେବେ ଆର ଇ ଅମିନ ପରୀକ୍ଷାକୁ ତୁରନ୍ତ ବାତିଲ ଦାବିରେ ଅଡି ବସିଛନ୍ତି ଆଶାୟୀ ।
5 ଲକ୍ଷ ଆର. ଆଇ ଅମିନ ପରୀକ୍ଷା ଦେଇଥିଲେ । ତେବେ କେଉଁଠି ସାଇବର କାଫେରେ ତ କେଉଁଠି ମାର୍କେଟ କଂପ୍ଲେକ୍ସ ରେ ପରୀକ୍ଷା ସେଣ୍ଟରକୁ ନେଇ ଉପୁଜିଲା ବିବାଦ.. ପୁଣି ପରୀକ୍ଷା ସମୟ ଗଡିଯିବା ପରେ ବି ପରୀକ୍ଷା କରାଇବାକୁ ନେଇ ଆପତ୍ତି ଉଠାଇଥିଲେ ଆଶାୟୀ