ଭୁବନେଶ୍ବରରେ `ଅର୍ଗସ୍ ନ୍ୟୁଜ୍' ପକ୍ଷରୁ ଆୟୋଜିତ ଟୁରିଜିମ୍ କନ୍କ୍ଲେଭ୍ ଚଲୋ ଦେଖେଁ ଅପନା ଦେଶ ସିଜନ ୨ରେ ରୁରାଲ ଟୁରିଜିମ୍ ଉପରେ ବ୍ୟାପକ ଆଲୋଚନା ହୋଇଛି। କନକ୍ଲେଭର ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଓଡ଼ିଶାରେ ଗ୍ରାମାଞ୍ଚଳ ପର୍ଯ୍ୟଟନର ସମ୍ଭାବନା ସମ୍ପର୍କରେ ବକ୍ତବ୍ୟ ରଖିଲେ ITDC ଅଧ୍ୟକ୍ଷ ସମ୍ବିତ ପାତ୍ର। ଓଡ଼ିଶାର ଗାଁ ଗହଳିରେ ଲୁଚିରହିଛି ବହୁ ସଂସ୍କୃତି, ପରମ୍ପରା। ଚିଲିକା, ପିପିଲି, ମୟୂରଭଞ୍ଜ ଭଳି ପର୍ଯ୍ୟଟନ କ୍ଷେତ୍ରରେ ଦେଶର ଆତ୍ମା ରହିଛି। ଓଡ଼ିଶା ଗ୍ରାମୀଣ ପର୍ଯ୍ୟଟନର ଅନେକ କଥା ଲୁଚିରହିଛି। ଏହାର ବ୍ରାଣ୍ଡିଂ କରିବାରେ ଫେଲ ମାରିଛି ଓଡ଼ିଶା।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଦେଶ ସବୁ କ୍ଷେତ୍ରରେ ଆଗକୁ ବଢୁଛି। ସାଧାରଣ ଲୋକଙ୍କ ରୋଜଗାର ବୃଦ୍ଧି ପାଇଁ ପ୍ରଚେଷ୍ଟା ଜାରି ରହିଛି। ଦେଶର ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ପର୍ଯ୍ୟଟନ କ୍ଷେତ୍ରର ବିକାଶ ଉପରେ ଯୋର ଦେଉଛନ୍ତି ମୋଦି ସରକାର। ଅର୍ଗସ୍ ନ୍ୟୁଜ୍ ର ଟୁରିଜିମ୍ କନ୍କ୍ଲେଭରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଭାରତୀୟ ଟୁର୍ ଅପରେଟର ସଂଘର ସଭାପତି ପୁଷ୍ପେନ୍ଦ୍ର ପାଲ୍ ଖାନ୍ନା।
ଅନ୍ୟପଟେ ଓଡ଼ିଶାର ଗ୍ରାମାଞ୍ଚଳ ପର୍ଯ୍ୟଟନ ପାଇଁ ରହିଛି ପର୍ଯ୍ୟାପ୍ତ ସୁଯୋଗ। ତାର ଉଦାହରଣ ଟାଇମ୍ ମାଗାଜିନରେ ପ୍ରକାଶିତ ରିପୋର୍ଟ। ଯେଉଁଠି ବିଶ୍ବର ସର୍ବୋତ୍କୃଷ୍ଟ ୫୦ ଟି କ୍ଷେତ୍ର ଭିତରେ ସ୍ଥାନ ପାଇଛି ମୟୂରଭଞ୍ଜ। ଏହା କହିଛନ୍ତି ଟୁରିଜିମ୍ କନକ୍ଲେଭ ଉଦଘାଟନୀ ଅଧିବେଶନର ଅନ୍ୟତମ ସମ୍ମାନୀତ ଅତିଥି ତଥା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ ଓଡ଼ିଶାର ଅଧ୍ୟକ୍ଷ ଜିତେନ୍ଦ୍ର ମହାନ୍ତି।
୪ଟି ଅଧିବେଶନରେ ଟୁରିଜିମ୍ କନକ୍ଲେଭରେ ଅୟୋଜିତ ବିଭିନ୍ନ ପ୍ୟାନେଲ ଡିସକନରେ ବିଶେଷଜ୍ଞମାନେ ଯୋଗଦେଇ ଦେଶ ଓ ରାଜ୍ୟରେ ପର୍ଯ୍ୟଟନର ବିକାଶର ବିଭିନ୍ନ ଦିଗ ଉପରେ ଚର୍ଚ୍ଚା କରିଥିଲେ। ଉଦଘାଟନୀ ସତ୍ର ପ୍ରାରମ୍ଭରେ ଅର୍ଗସ ନ୍ୟୁଜର ଏଡିଟର ଇନ୍ ଟିଫ୍ ସଞ୍ଜୟ ଜେନା ସ୍ବାଗତ ଭାଷଣ ରଖିଥିଲେ। ଦ୍ବିତୀୟ ବର୍ଷ ପାଇଁ ଏଭଳି କନକ୍ଲେଭ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ସେ ସୂଚନା ଦେଇଥିଲେ। ଶେଷରେ ଧନ୍ୟବାଦ ଦେଇଥିଲେ ଅର୍ଗସ ନ୍ୟୁଜର ସିଇଓ ପ୍ରକାଶ ସାହୁ।