ପ୍ରାଥମିକ ଭାବେ ଡିପ୍ଲାଷ୍ଟରିଂ ବା ଚୂନ ପ୍ଲାଷ୍ଟରକୁ ହଟାଯିବା ପରେ ଫାଟ ଥିବା ପଥର ଓ ଲୁହା ବିମ୍ କୁ ବଦଳାଯିବ । ନୀଳଗିରିରୁ ଆସିଥିବା ଉନ୍ନତମାନର ପଥରରେ ମରାମତି କାର୍ଯ୍ୟ କରାଯିବ। ରତ୍ନଭଣ୍ଡାର ଚଟାଣର ପଥରକୁ ବଦଳାଯାଇ ତଳେ ଗ୍ରାନାଇଟ୍ ପଥର ପକାଇବାକୁ ଲକ୍ଷ ରଖିଛି ଏଏସଆଇ। ତିନିମାସ ମଧ୍ୟରେ କାର୍ଯ୍ୟ ଶେଷ କରିବା ଲକ୍ଷ ରଖାଯାଇଛି। ଛତିଶାନିଯୋଗ ବୈଠକର ଚୂଡାନ୍ତ ନୀତିନିର୍ଘଣ୍ଟ ଅନୁଯାୟୀ ଆଜି ଦ୍ୱିତୀୟ ଭୋଗମଣ୍ଡପ ପରେ 5/6 ଘଣ୍ଟା ରତ୍ନଭଣ୍ଡାର ମରାମତି କରାଯିବ। ମରାମତି ସମୟରେ ବାହାର କାଠରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।