ଆତିଶିଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଚଳାଇଛନ୍ତି କେଜରିୱାଲ। ମଦ ଦୁର୍ନୀତିର କଳଙ୍କ ଲିଭାଇବାକୁ ନିଜର ପାୱାରଫୁଲ୍ ମନ୍ତ୍ରୀଙ୍କୁ ଶାସନ ଗାଦିରେ ବସାଇ ରିମୋଟ ଚଳାଇବେ କେଜରିୱାଲ। ଗୋଟିଏ ପଟେ ଆପ୍ ଦଳ ଆତିଶୀଙ୍କୁ ଭରତ ଚତିତ୍ରରେ ଫିଟ୍ କରାଇ ରାମାୟଣକୁ ବଦନାମ କରୁଥିବା ବେଳେ ଆତିଶି ଆଫଜଲ୍ ଗୁରୁ ଲିଙ୍କକୁ ଖୋଲିଛନ୍ତି ଦିଲ୍ଲୀ ଅଯେଧ୍ୟାର ପୂର୍ବତନ ଅଧ୍ୟକ୍ଷ ଏବଂ ସାଂସଦ ସ୍ବାତୀ ମାଲିୱାଲ।
ସେପ୍ଟେମ୍ବର 26-27ରେ ବସିବାକୁ ଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆତିଶି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। 2020ରେ ପ୍ରଥମ ଥର ପାଇଁ ଆପ୍ ଦଳରେ ବିଧାୟକ ଏବଂ ୨୦୨୩ ରେ ଶିକ୍ଷାମନ୍ତ୍ରୀ ହୋଇଥିଲେ ଆତିଶି ମାର୍ଲେନା। ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନ ନଭେମ୍ବରରେ ହେବାର ସମ୍ଭାବନା ରହିଥିବା ବେଳେ କେଜରିଓ୍ବାଲଙ୍କ ଇସ୍ତଫା ପରେ ଆପ୍ ବିଧାୟକଙ୍କ ନେତା ନିର୍ବାଚିତ ହୋଇଥିବା ଆତିଶି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ପଦରେ ରହିବେ।
ଅଧିକ ପଢ଼ନ୍ତୁ ଭାରତ ଖବର...