ନିର୍ବାଚନକୁ ଅବାଧ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ କଡ଼ା ପଦକ୍ଷେପ ନେବା ବଦଳରେ ପୋଲିସ ପାଲଟିଛି ଶାସକ ଦଳର ହାତ ବାରିସୀ । ବୌଦ୍ଧ କଣ୍ଟାମାଳ ମହେଶ୍ବରପିଣ୍ଡାର 28 ନମ୍ବର ବୁଥରେ ବିଜେପି କର୍ମୀ ଓ ଭୋଟରଙ୍କ ଉପରେ ଲାଠି ମାଡ଼ ସହ ରବର ବୁଲେଟ୍ ଚଳାଇଥିଲା ପୋଲିସ । ପୋଲିସ ମାଡ଼ରେ ମହିଳାଙ୍କ ସମେତ 5 ଜଣ ଗୁରୁତର ହୋଇଛନ୍ତି। ସେପଟେ ବଲାଙ୍ଗୀର ଜିଲ୍ଲା ଲୋଇସିଂହାରେ ବୁଥ ଭିତରେ ପଶି ବିଜେଡି ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରା ଚଳାଇଥିଲେ ଆତଙ୍କରାଜ ।
ଜନତାଙ୍କ ବିରୋଧ ସତ୍ତ୍ବେ ପୁଇଁନ୍ତଳା ବ୍ଲକ ମଲମଣ୍ଡା ଗାଁ ବୁଥ ନମ୍ବର ୨୩୮ରେ ନିଜ ସମର୍ଥକଙ୍କ ସହ ଜୋରଜବରଦସ୍ତ ପଶି ଭୋଟ ଦେଇଥିଲେ ବିଜେଡି ପ୍ରାର୍ଥୀ । ସେହିପରି ଗଞ୍ଜାମ ଆସିକା କବିସୂର୍ଯ୍ୟନଗର ଥାନା ଗୁଣ୍ଠୁପଡାରେ ହୋଇଛି ନିର୍ବାଚନ ପରବର୍ତ୍ତୀ ରକ୍ତପାତ । ବିଜେଡି-ବିଜେପି କର୍ମୀଙ୍କ ଭିତରେ ପ୍ରଥମେ ମାରପିଟ ଓ ପରେ ବୁଲିଲା ଖଣ୍ଡା । ଆକ୍ରମଣରେ 4 ଜଣ ଗୁରୁତର ହୋଇଛନ୍ତି । ନିର୍ବାଚନ ସମୟରେ ସାରା ରାଜ୍ୟରେ ପାଣ୍ଡିଆନଙ୍କ ନେତୃତ୍ବରେ ନବୀନ ବାହିନୀର ଆତଙ୍କରାଜରେ ଅତିଷ୍ଠ ଓଡ଼ିଶାବାସୀ । ଆତଙ୍କ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରାଇ ଦେଉ ନାହାନ୍ତି ବିଜେଡି ଗୁଣ୍ଡା ବାହିନୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: